ETV Bharat / bharat

Goa Detects First Omicron Case: ବ୍ରିଟେନ ଫେରନ୍ତା ବାଳକକୁ ଓମିକ୍ରନ

author img

By

Published : Dec 27, 2021, 5:23 PM IST

ଗୋଆରେ ପ୍ରଥମ ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ଆକ୍ରାନ୍ତ ଜଣେ ୮ବର୍ଷୀୟ ବାଳକ ହୋଇଥିବା ବେଳେ ବ୍ରିଟେନ ଫେରନ୍ତା ବୋଲି ପ୍ରାଥମିକ ସୂଚନା । ଅଧିକ ପଢନ୍ତୁ

ଗୋଆରେ ଓମିକ୍ରନର ପ୍ରଥମ ମାମଲା, ଆକ୍ରାନ୍ତ ବିଦେଶାଗତ ୮ ବର୍ଷୀୟ ବାଳକ

ପାଣାଜୀ: ଗୋଆରେ ପ୍ରବେଶ କଲା ନୂଆ ଭ୍ୟାରିଏଣ୍ଟ ଓମିକ୍ରନ । ଆଜି ଗୋଆରେ ଏହି ନୂଆ ଭୂତାଣୁରେ ଆକ୍ରାନ୍ତ ହେବାର ପ୍ରଥମ ମାମଲା ସାମ୍ନାକୁ ଆସିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସଂକ୍ରମିତ ଜଣଙ୍କ ଜଣେ ୮ ବର୍ଷୀୟ ବାଳକ ହୋଇଥିବା ବେଳେ ସେ ବ୍ରିଟେନ ଫେରନ୍ତା ବୋଲି ଜଣାପଡିଛି ।

ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ ରାଣେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆକ୍ରାନ୍ତଜଣଙ୍କ ଚଳିତ ମାସ ୧୭ ତାରିଖରେ ବ୍ରିଟେନରୁ ଗୋଆକୁ ଫେରି ସଙ୍ଗରୋଧରେ ଥିଲେ । ତେବେ ତାଙ୍କଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କ ନମୂନା ସଂଗ୍ରହ କରାଯାଇ ପୁଣେ ସ୍ଥିତ ଜାତୀୟ ଭୂତାଣୁ ଗବେଷଣା ସଂସ୍ଥାନ (NIV)କୁ ପଠାଯାଇଥିଲା । ତେବେ ସେ ନୂଆ ଭ୍ୟାରିଏଣ୍ଟ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ନେଇ NIV ରିପୋର୍ଟରୁ ସ୍ପଷ୍ଟ ହୋଇଛି । ତେବେ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ତାଙ୍କ ସହ ଭାରତ ଫେରିଥିବା ଅନ୍ୟମାନଙ୍କର ନମୂନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ପର୍ଯ୍ୟଟନ ଦୃଷ୍ଟିକୋଣରୁ ବିଶ୍ବରେ ଖୁବ ପ୍ରଭାବ ରଖୁଥିବା ଗୋଆରେ ପ୍ରଥମ ଓମିକ୍ରନ ମାମଲା ସାମ୍ନାକୁ ଆସିବା ପରେ ସରକାରୀ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି । ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି କେନ୍ଦ୍ର ପ୍ରଦତ୍ତ କୋଭିଡ ଗାଇଡଲାଇନ କଡାକଡି କାର୍ଯ୍ୟକାରୀ କରିବା ପାଇଁ ଗୋଆ ସରକାର ନିର୍ଦ୍ଦେଶ ଦେବା ସହ କୋଭିଡ ସ୍ଥିତି ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.