ETV Bharat / bharat

Goa Assembly polls: BJP ଛାଡି ସ୍ବାଧୀନ ପ୍ରାର୍ଥୀ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପାର୍ସେକର

author img

By

Published : Jan 22, 2022, 6:58 PM IST

ଗୋଆ ବିଧାନସଭା ନିର୍ବାଚନରେ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦିତା କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲକ୍ଷ୍ମୀକାନ୍ତ ପାର୍ସେକର । ଦଳୀୟ ଟିକେଟରୁ ବାଦ ପଡିବା ପରେ ଆଜି ସଂନ୍ଧ୍ୟାରେ ଛାଡିପାରନ୍ତି ଦଳ । ଅଧିକ ପଢନ୍ତୁ

Goa Assembly polls: BJP ଛାଡି ପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପରେଶକର

ପାଣାଜୀ: ଚଳିତ ଗୋଆ ବିଧାନସଭା ନିର୍ବାଚନରେ ଦଳୀୟ ​​ଟିକେଟରୁ ବାଦ ପଡିବା ପରେ ବିଜେପି ଛାଡିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲକ୍ଷ୍ମୀକାନ୍ତ ପାର୍ସେକର । ତେବେ ସେ ଆଜି ସଂନ୍ଧ୍ୟାରେ ସେ ବିଜେପିରୁ ଇସ୍ତଫା ଦେବା ପରେ ସ୍ବାଧୀନ ଭାବେ ନିର୍ବାଚନ ପ୍ରତିଦ୍ବନ୍ଦିତା କରିବେ ବୋଲି ସେ ନିଜେ ସୂଚନା ଦେଇଛନ୍ତି ।

ପାର୍ସେକର କହିଛନ୍ତି ଯେ ସେ ବର୍ଷବର୍ଷ ଧରି ବିଜେପିର ସଦସ୍ୟ ରହିଆସିଛନ୍ତି ଓ ଦଳ ପାଇଁ କାମ କରିଛନ୍ତି । ତେବେ ଗତ କିଛି ମାସ ମଧ୍ୟରେ ତାଙ୍କ ଦ୍ବାରା କରାଯାଇଥିବା ବିକାଶମୂଳକ କାର୍ଯ୍ୟକୁ ରୋକିବାର ପ୍ରୟାସ କରାଯାଉଛି । ସେଥିପାଇଁ ସେ ବିଜେପିରୁ ଇସ୍ତଫା ଦେବା ସହ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ନେଇ ମନସ୍ଥ କରିଛନ୍ତି । ଆଜି ସଂନ୍ଧ୍ୟା ସୁଦ୍ଧା ସେ ଆନୁଷ୍ଠାନିକ ଭାବେ ଦଳରୁ ଇସ୍ତଫା ଦେବେ ବୋଲି ମଧ୍ୟ କହିଛନ୍ତି ।

ତାଙ୍କ ପରବର୍ତ୍ତୀ ରାଜନୈତିକ ଗତି ନେଇ ସେ ସମ୍ବାଦ ସରବହାର ସଂସ୍ଥା ANIକୁ କହିଛନ୍ତି, ସେ ଅନେକ ଉନ୍ନତିମୂଳକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ଏବଂ ସେ ସବୁକୁ ପୁରା କରିବାକୁ ପଡିବ । ତେଣୁ ସେହି ବିକାଶମୂଳକ କାର୍ଯ୍ୟ ସବୁ ଶେଷ କରିବା ପାଇଁ ସରକାରୀ ଦଳରେ ରହି ନିର୍ବାଚନ ଲଢିବା ନିହାତି ଆବଶ୍ୟକ ନୁହେଁ । ମନ୍ତ୍ରୀ କିମ୍ବା ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପଦବିରେ ମଧ୍ୟ ରହିବା ନିହାତି ଆବଶ୍ୟକ ନୁହେଁ । ସେ ସ୍ବାଧୀନ ବିଧାୟକ ଭାବେ ମଧ୍ୟ ଏହି ସବୁ ପ୍ରକଳ୍ପକୁ ଶେଷ କରିପାରିବେ । ତେଣୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ସୂଚନା ଦେଇଛନ୍ତି ।

ଗତକାଲି ଗୋଆ ବିଜେପି ପ୍ରଭାରୀ ଦେବେନ୍ଦ୍ର ଫଡନାଭିସ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିବା ବେଳେ ସେ ତାଙ୍କ ନିଷ୍ପତ୍ତିରୁ ଓହରିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ । ତେବେ ତାଙ୍କ ସ୍ଥାନରେ ଦୟାନନ୍ଦ ସପତେଙ୍କୁ ଦଳ ପ୍ରାର୍ଥୀ କରିବା ପାଇଁ ସେ ଦଳ ଛାଡୁ ନଥବା କଥା କହିଥିବା ବେଳେ ଦଳ ଛାଡିବା ପଛରେ ଏକାଧିକ କାରଣ ଥିବା ମଧ୍ୟ କହିଛନ୍ତି ।

ତେବେ ପୂର୍ବତନ ଗୋଆ ବିଜେପି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତପଲ ପାରିକରଙ୍କୁ ଦଳୀୟ ଟିକେଟ ନମିଳିବା ପ୍ରସଙ୍ଗରେ କୌଣସି ମତାମତ ନରଖି ଏହା ଦଳର ଆଭ୍ୟନ୍ତରୀଣ ବିଷୟ ବୋଲି କହି ପ୍ରଶ୍ନକୁ ଏଡାଇ ଯାଇଛନ୍ତି ଲକ୍ଷ୍ନୀକାନ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.