ETV Bharat / bharat

ଗ୍ରାଉଣ୍ଡରେ ହୃଦଘାତର ଶିକାର: କବାଡି ଖେଳୁଖେଳୁ ଟଳିପଡିଲେ ଯୁକ୍ତଦୁଇ ଛାତ୍ରୀ - କର୍ଣ୍ଣାଟକରେ ଛାତ୍ରୀ ମୃତ

କବାଡି ଖେଳୁଖେଳୁ ହୃଦଘାତରେ ଟଳିପଡିଲେ ଯୁକ୍ତଦୁଇ ଛାତ୍ରୀ । ସ୍କୁଲରେ ପହଞ୍ଚିଲା ପୋଲିସ । ଅଧିକ ପଢନ୍ତୁ

କବାଡି ଖେଳୁ ଖେଳୁ ଟଳିପଡିଲେ ଏକାଦଶ ଶ୍ରେଣୀ ଛାତ୍ରୀ

author img

By

Published : Feb 9, 2023, 7:47 PM IST

ବେଙ୍ଗାଲୁରୁ: ସ୍କୁଲ ଗ୍ରାଉଣ୍ଡରେ ଚାଲିଥିବା କବାଡି ଖେଳ । ଗ୍ରାଉଣ୍ଡରେ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଲେ ଜଣେ ଏକାଦଶ ଶ୍ରେଣୀର ଛାତ୍ରୀ । ବେଙ୍ଗାଲୁରୁର ଆନେକେଲରେ ଥିବା ସେଣ୍ଟ ଫିଲୋମେନା ସ୍କୁଲରେ ଏପରି ଅଘଟଣ ସାମ୍ନାକୁ ଆସିଛି । ମୃତ ଛାତ୍ରୀ 19 ବର୍ଷୀୟ ସଙ୍ଗୀତା ଓ ସେ ଏକାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ସୂଚନା ମିଳିଛି । ଅଚେତ ହୋଇପଡିବା ପରେ ତାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ଛାତ୍ରୀଜଣଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ପାଇ ପୋଲିସ ସ୍କୁଲ ପରିସରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗତକାଲି(ବୁଧବାର) ସନ୍ଧ୍ୟାରେ ସ୍କୁଲ କ୍ୟାମ୍ପସରେ ଥିବା ଗ୍ରାଉଣ୍ଡରେ ଏହି କବାଡି ମ୍ୟାଚର ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀ ଭିନ୍ନ ଭିନ୍ନ ମ୍ୟାଚରେ ଅଂଶଗ୍ରହଣ କରିଥିଲେ । ଛାତ୍ରୀ ସଙ୍ଗୀତ ମଧ୍ୟ ଖେଳରେ ଅଂଶଗ୍ରହଣ କରିଥିଲେ । ଖେଳୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ ସଙ୍ଗୀତ । ତୁରନ୍ତ ମ୍ୟାଚ ବାତିଲ୍‌ କରାଯିବା ସହ ତାଙ୍କୁ ସ୍ଥାନୀୟ ନାରାୟଣ ହେଲ୍ଥ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଏସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ପୋଲିସକୁ ମଧ୍ୟ ଅବଗତ କରିଛନ୍ତି । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।

ପୋଲିସର ଏକ ଟିମ୍‌ ସ୍କୁଲ ପରିସର ଗସ୍ତ କରି ଅଘଟଣ ଘଟିଥିବା ସ୍ଥାନରେ ମଧ୍ୟ ପ୍ରାଥମିକ ତଦନ୍ତ କରିଛି । ତାଙ୍କର ପୂର୍ବରୁ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଥିଲା କି ନାହିଁ । ସେ କୌଣସି ସ୍ବାସ୍ଥ୍ୟଗତ ସମସ୍ୟାରେ ଡାକ୍ତରୀ ପରାମର୍ଶରେ ଥିଲେ କି ନାହିଁ ସେ ବିଷୟ ମଧ୍ୟ ତଦନ୍ତ ପରିସରକୁ ନିଆଯାଇଛି । ଅନ୍ୟପଟେ ଏପରି ଅଘଟଣ ପରେ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢିଛି ।

ନିକଟରେ ଜାନୁଆରୀ 8 ତାରିଖରେ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଥିବା ଏକ ସ୍କୁଲ୍‌ରେ ମଧ୍ୟ ଏକ ସମାନ ଧରଣର ଅଘଟଣ ଘଟିଥିଲା । ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଣେ 46 ବର୍ଷୀୟ କଳାକାର କଳା ପ୍ରଦର୍ଶନ କୁରଥିବା ବେଳେ ହଠାତ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଥିଲେ । ପ୍ରାୟତଃ ବୟସ୍କଙ୍କ ଠାରେ ଦେଖାଯାଉଥିବା ଏହି ହୃଦଘାତ ସମସ୍ୟା ଏବେ ଯୁବ ତଥା ବେଶ ତରୁଣ ବୟସ୍କଙ୍କ ଠାରେ ଦେଖାଯିବା ଆରମ୍ଭ କଲାଣି । ଯାହାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.