ETV Bharat / bharat

ଆଜାଦଙ୍କ ନୂତନ ଦଳର ନାମ Democratic Azad Party

author img

By

Published : Sep 26, 2022, 1:00 PM IST

ଡେମୋକ୍ରାଟିକ ଆଜାଦ ପାର୍ଟି(Democratic Azad Party)ନାମରେ ଆତ୍ମପ୍ରକାଶ କଲା ଗୁଲାମ ନବୀ ଆଜାଦଙ୍କ ନୂତନ ଦଳ । ଅଗଷ୍ଟ ୨୬ରେ କଂଗ୍ରେସରୁ ଦେଇଥିଲେ ଇସ୍ତଫା । ଅଧିକ ପଢନ୍ତୁ

ଆଜାଦଙ୍କ ନୂତନ ଦଳର ନାମ Democratic Azad Party
ଆଜାଦଙ୍କ ନୂତନ ଦଳର ନାମ Democratic Azad Party

ଶ୍ରୀନଗର: ଆତ୍ମପ୍ରକାଶ କଲା ଗୁଲାମ ନବୀ ଆଜାଦଙ୍କ ରାଜନୈତିକ ଦଳ ଡେମୋକ୍ରାଟିକ ଆଜାଦ ପାର୍ଟି (Democratic Azad Partyc Azad Party) । ଆଜି ଆଜାଦ ପ୍ରେସମିଟରେ ନିଜ ଦଳର ନାମ ଘୋଷଣା କରିଛନ୍ତି ଆଜାଦ । ଅଗଷ୍ଟ ୨୬ରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ପରେ ସେ ବିଜେପି ଶିବିର ମୁହାଁ ହେବା ନେଇ ଚର୍ଚ୍ଚା ହେଉଥିଲେ ସୁଦ୍ଧା ସେ କୌଣସି ଦଳକୁ ଯିବେ ନାହିଁ ବରଂ ନିଜେ ଦଳ ଗଠନ କରି କଶ୍ମୀର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ନେଇ ସ୍ପଷ୍ଟ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-ଆଜି ନୂଆ ଦଳ ଘୋଷଣା କରିବେ ଗୁଲାମ ନବୀ ଆଜାଦ !

ଏକାଧିକ ବୈଠକରେ ସେ କଶ୍ମୀରବାସୀଙ୍କୁ ସମ୍ବୋଧନ କରିବା ସହ ତାଙ୍କ ଦଳର ନାମ କଶ୍ମୀରବାସୀଙ୍କ ସୁପାରିଶରେ ହେବା ନେଇ ମଧ୍ୟ ଘୋଷଣା କରିଥିଲେ । ଆଜି ସେ ତାଙ୍କ ଦଳ ଘୋଷଣା କରିଛନ୍ତି । ଡେମୋକ୍ରାଟିକ ଆଜାଦ ପାର୍ଟି ନାମରେ ଏବେ କଶ୍ମୀର ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ପୂର୍ବରୁ ମୁଖ୍ୟମନ୍ତ୍ରୀ ରହି ସାରିଥିବା ଗୁଲାମ ନବୀ ଆଜାଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.