ETV Bharat / bharat

ଗାଜିପୁର ସୀମାରେ ସଂଘର୍ଷ ଘଟଣା; ମୁହଁ ଖୋଲିଲେ କୃଷକ ନେତା ରାକେଶ ଟିକାୟତ

author img

By

Published : Jul 1, 2021, 11:22 AM IST

ଗାଜିପୁର ସୀମାରେ ବିଜେପି କର୍ମୀ ଓ କୃଷକଙ୍କ ମଧ୍ୟରେ ସଂଘର୍ଷ ଘଟଣା । ମୁହଁ ଖୋଲିଛନ୍ତି କୃଷକ ନେତା ରାକେଶ ଟିକାୟତ । ଅଧିକ ପଢନ୍ତୁ...

Ghazipur Border Clash: BJP Hatching Conspiracy To Flare Up Caste-Based Riots, Says Rakesh Tikait
ଗାଜିପୁର ସୀମାରେ ସଂଘର୍ଷ ଘଟଣା; ମୁହଁ ଖୋଲିଲେ କୃଷକ ନେତା ରାକେଶ ଟିକାୟତ

ନୂଆଦିଲ୍ଲୀ: ଗାଜିପୁର ସୀମାରେ ବିଜେପି କର୍ମୀ ଓ କୃଷକଙ୍କ ମଧ୍ୟରେ ସଂଘର୍ଷ ଘଟଣା । ଏନେଇ ମୁହଁ ଖୋଲିଛନ୍ତି କୃଷକ ନେତା ରାକେଶ ଟିକାୟତ । ବିଜେପି କର୍ମୀମାନେ ନୂତନ କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କ ସହ ଗଣ୍ତଗୋଳ କରିବା ସହ ଜାତିଆଣ ଦଙ୍ଗା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ।

ଭାରତୀୟ କିଷାନ ୟୁନିୟନ ଦ୍ବାରା ପ୍ରକାଶିତ ଏକ ବିବୃତ୍ତି ଅନୁଯାୟୀ, ଟିକାୟତ କହିଛନ୍ତି ଯେ ବିଜେପି କର୍ମୀମାନେ କୃଷକ ନେତାମାନଙ୍କୁ କଳା ପତାକା ଦେଖାଇଥିଲେ । ଏବଂ ଖରାପ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ।

ଏହି ସମୟରେ,ବାଲ୍ମିକୀ ସମାଜ ସଦସ୍ୟଙ୍କ ଏକ ଦଳ କୃଷି ଆଇନକୁ ବିରୋଧ କରି ନିଜର ସମର୍ଥନ ଜଣାଇଥିଲେ। ବିଜେପି କର୍ମୀମାନେ ଏକ ଫ୍ଲାଏଓ୍ବେରେ ଏକ ଶୋଭାଯାତ୍ରା କରୁଥିବାବେଳେ ସେମାନଙ୍କୁ ବିରୋଧ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି 2020 ନଭେମ୍ବର ମାସରୁ କୃଷକ ମାନେ ଆନ୍ଦୋଳନ କରି ଆସୁଛନ୍ତି ।

ଦିଲ୍ଲୀ-ମେରଟ୍ ଏକ୍ସପ୍ରେସରେ ମଧ୍ୟାହ୍ନ ପ୍ରାୟ ଦୁଇଟାରେ ଉଭୟ ସଦସ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଫଳରେ କିଛି ଲୋକେ ଏଥିରେ ଆହତ ହୋଇଥିଲେ । ସାତ ମାସ ଧରି ଚାଲିଥିବା ଏହି କୃଷକ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ବିଜେପି ଏବଂ ଆରଏସଏସର ଏହା ଏକ ଷଡଯନ୍ତ୍ର ବୋଲି କୃଷକମାନେ ଅଭିଯୋଗ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.