ହାଇଦ୍ରାବାଦ: ପାଇପଲାଇନ ମରାମତି ବେଳେ ଗ୍ୟାସ ଲିକ୍ ହୋଇଛି । ନିଜାମ୍ପେଟ୍ ରାଜପଥରେ ପାଇପଲାଇନ ମରାମତି କରିବା ସମୟରେ ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ହାଇଦ୍ରାବାଦର ଗାୟତ୍ରୀ ଟାୱାର ନିକଟରେ ପିଇବା ପାଣି ପାଇପଲାଇନ ମରାମତି ହେଉଥିଲା । ସେହି ସମୟରେ ଏକ ଗ୍ୟାସ୍ ପାଇପ୍ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଥିଲେ। ଗ୍ୟାସ ଲିକ୍ ହେବାଦ୍ବାରା କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍ ମଧ୍ୟ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମ୍ପୃକ୍ତ ଅଧିକାରୀଙ୍କ ସହାୟତାରେ ଗ୍ୟାସ ଲିକକୁ ବନ୍ଦ କରିବାରେ ସକ୍ଷମ ହୋଇଥିଲା । ତେବେ ଏହି ଘଟଣାରେ କୌଣସି କ୍ଷତି ହୋଇଥିବା ସୂଚନା ମିଳିନାହିଁ ।
ପୂର୍ବରୁ ସେଠାରେ ଏଭଳି ଘଟଣା ଘଟି ସାରିଥିବାବେଳେ ସ୍ଥାନୀୟ ବାସିନ୍ଦା ଏହାର ମରାମତି ପାଇଁ ନିବେଦନ କରିଥିଲେ । ହେଲେ ସେତେବେଳେ କୌଣସି ଅଧିକାରୀ ଶୁଣି ନଥିଲେ । ଯାହା ଏବେ ପୁରନାବୃତ୍ତି ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ