ETV Bharat / bharat

ଗଲଓ୍ବାନ ଶହୀଦଙ୍କ ପିତାଙ୍କୁ ପୋଲିସର ମାଡ: ଜବରଦଖଲ ଜମିରେ ଶହୀଦ ପୁଅର ପ୍ରତିମୂର୍ତ୍ତି ନିର୍ମାଣ ଅଭିଯୋଗ - ବିହାର ପୋଲିସର ଦବଙ୍କଗିରି

ଜବରଦଖଲ ଜମିରେ ପ୍ରତିମୂର୍ତ୍ତି ନିର୍ମାଣ ଅଭିଯୋଗରେ ଗଲଓ୍ବାନ ଶହୀଦଙ୍କ ପିତାଙ୍କୁ ମାଡ ମାରି ଗିରଫ କଲା ବିହାର ପୋଲିସ । ଅଧିକ ପଢନ୍ତୁ

ଜବରଦଖଲ ଅଭିଯୋଗରେ ଗଲଓ୍ବାନ ଶହୀଦଙ୍କ ପିତାଙ୍କୁ ମାଡ ମାରି କଲା ଗିରଫ

author img

By

Published : Feb 28, 2023, 4:36 PM IST

ପାଟନା: ପୂର୍ବ-ଲଦାଖର ଗଲଓ୍ବାନ ଘାଟିରେ ଚୀନ ସୈନିକଙ୍କ ସହ ସଂଘର୍ଷରେ ଦେଶ ପାଇଁ ଶହୀଦ ହୋଇଥିବା ଭାରତୀୟ ସେନାର ଯବାନଙ୍କ ପିତାଙ୍କୁ ବିହାର ପୋଲିସର ମାଡ । କୌଣସି ସଙ୍ଗୀନ ଅପରାଧରେ ନୁହେଁ ବରଂ ଜବରଦଖଲ ଜମିରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଶହୀଦ ପୁତ୍ରର ପ୍ରତିମୂର୍ତ୍ତି ସ୍ଥାପନ କରିବା ଅଭିଯୋଗରେ ବିହାର ପୋଲିସ ଶହୀଦଙ୍କ ପିତାଙ୍କୁ ମାଡ ମାରିବା ସହ ଗିରଫ କରିଛି । ବିହାର ବୈଶାଳୀରେ ସ୍ଥାନୀୟ ପୋଲିସର ଏପରି ଅମାନବୀୟ କାଣ୍ଡ ତଥା ଦବଙ୍ଗଗିରି ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଇଛି ।

ବୈଶାଳୀ ଜନ୍ଦାହା ବାସିନ୍ଦା ଜୟ କିଶୋର ସିଂ ଭାରତୀୟ ସେନାର ବିହାର ରେଜିମେଣ୍ଟରେ ଜଣେ ଯବାନ ଭାବେ କାର୍ଯ୍ୟରତ ଥିଲେ । ୨୦୨୦ ରେ ପୂର୍ବ-ଲଦାଖର ଗଲଓ୍ବାନରେ ଚୀନ ସେନାର ଅନୁପ୍ରବେଶ ରୋକିବା ବେଳେ ହୋଇଥିବା ସଂଘର୍ଷରେ ସେ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ । ତେବେ ପରିବାର ପକ୍ଷରୁ ଘର ନିକଟସ୍ଥ ଏକ ଜମିରେ ତାଙ୍କର ଏକ ସ୍ମାରକୀ ନିର୍ମାଣ କରାଯାଇଥିଲା । ଜଣେ ସ୍ଥାନୀୟ ଲୋକଙ୍କ ରେକର୍ଡ ଜମିକୁ ଜବରଦଖଲ କରି ଶହୀଦ ପରିବାର ଏହି ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ଅଭିଯୋଗ ଥାନାରେ ପହଞ୍ଚିଥିଲା ।

ଏନେଇ ପୋଲିସ ଜାନୁଆରୀ ୨୩ ତାରିଖରେ ସରକାରୀ ଓ ଜଣେ ସ୍ଥାନୀୟ ଲୋକଙ୍କ ରେକର୍ଡଭୁକ୍ତ ଜମିରେ ବଳପୂର୍ବକ ଜବରଦଖଲ କରାଯାଇ ଶହୀଦଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଥିବା ନେଇ ଏକ ମାମଲା ମଧ୍ୟ ଦାଏର କରିଥିଲା । ଆଜି ସ୍ଥାନୀୟ ପୋଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଶହୀଦଙ୍କ ପିତାଙ୍କୁ ମାଡ ମାରିବା ସହ ଗିରଫ କରି ଥାନାକୁ ନେଇ ଯାଇଥିବା ଅଭିଯୋଗ ହୋଇଛି । ଶହୀଦଙ୍କ ଅନ୍ୟ ଜଣେ ଭାଇ ନନ୍ଦ କିଶୋର ମଧ୍ୟ ସେନାରେ କାର୍ଯ୍ୟରତ ଅଛନ୍ତି । ସେ ସ୍ଥାନୀୟ ପୋଲିସ ବିରୋଧରେ ତାଙ୍କ ପିତାଙ୍କୁ ମାଡ ମାରି ଗିରଫ କରଯାଇଥିବା ଅଭିଯୋଗ ଆଣିଛନ୍ତି । ଶହୀଦଙ୍କ ଯବାନ ଭାଇ ଅଭିଯୋଗ କରିଛନ୍ତି, ସ୍ଥାନୀୟ ଡିଏସଏପି ତାଙ୍କ ପରିବାରକୁ ମାତ୍ର ୧୫ ଦିନରେ ଉକ୍ତ ପ୍ରତିମୂର୍ତ୍ତି ହଟାଇବା ସହ ଜାଗା ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଆଜି ଏକ ପୋଲିସ ଟିମ ତାଙ୍କ ଘରକୁ ଆସି ପରିବାର ସଦସ୍ୟଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ପିତାଙ୍କୁ ମାଡ ମାରି ଥାନାକୁ ଉଠାଇ ନେଇଥିଲେ ।

ତେବେ ଏପରି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖବାକୁ ମିଳିଛି । ଘଟଣା ଯାହା ବି ହେଉ ନାଁ କାହିଁକି, ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଜଣେ ଶହୀଦଙ୍କ ପିତାଙ୍କୁ ପ୍ରତିମୂର୍ତ୍ତି ପ୍ରସଙ୍ଗରେ ପୋଲିସ ମାଡ ମାରିବା ଓ ଥାନାକୁ ଉଠାଇନେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.