ETV Bharat / bharat

UK PM At Akshardham: ଅକ୍ଷରଧାମ ମନ୍ଦିରରେ ପୂଜାର୍ଚ୍ଚନା କଲେ ଋଷି ସୁନକ

author img

By ETV Bharat Odisha Team

Published : Sep 10, 2023, 10:27 AM IST

Updated : Sep 10, 2023, 11:27 AM IST

ଦିଲ୍ଲୀ ଅକ୍ଷରଧାମ ମନ୍ଦିରରେ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସହ ପୂଜାର୍ଚ୍ଚନା କଲେ ଋଷି ସୁନକ । ଅଧିକ ପଢନ୍ତୁ

UK PM At Akshardham
UK PM At Akshardham

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପାଇଁ ଭାରତରେ ଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି(ରବିବାର) ସକାଳେ ଦିଲ୍ଲୀ ସ୍ଥିତ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି । ସକାଳୁ ସକାଳୁ ସୁନକ ନିଜର ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସହ ମନ୍ଦିରରେ ପହଞ୍ଚିଥିଲେ । ତାଙ୍କର ଗସ୍ତ ପାଇଁ ପୋଲିସ ପ୍ରଶାସନ ପକ୍ଷକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପତ୍ନୀଙ୍କ ସହ ପ୍ରଧାନମନ୍ତ୍ରୀ ମନ୍ଦିରରେ ସ୍ବାମୀ ନାରାୟଣଙ୍କ ଦର୍ଶନ କରିଥିଲେ । ଦୁହେଁ ପ୍ରଭୁଙ୍କୁ ଜଳାଭିଷେକ କରିବା ସହିତ ପୂଜାର୍ଚ୍ଚନା କରିଥିଲେ । ଅକ୍ଷରଧାମ ମନ୍ଦିରରେ ସୁନକ ପାଖାପାଖି ୧ ଘଣ୍ଟା ସମୟ ବିତାଇଥିବା ସୂଚନା ମିଳିଛି । ଏହାପରେ ସେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ରାଜଘାଟ ଅଭିମୁଖେ ବାହାରି ଯାଇଥିଲେ ।

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଅକ୍ଷରଧାମ ମନ୍ଦିର ଗସ୍ତ କାର୍ଯ୍ୟକ୍ରମ ସୂଚନା ମିଳିବା ପରେ ଗତକାଲି ଠାରୁ ମନ୍ଦିରରେ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସୁରକ୍ଷା ସହ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଆଜି ମନ୍ଦିର ବାହାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା । ଆଖପାଖ ଅଞ୍ଚଳରେ ଚେକିଂ କଡାକଡି ହୋଇଥିଲେ । ତେବେ ସ୍ବାମୀ ନାରାୟଣଙ୍କ ଦର୍ଶନ ସାରି ସୁନକ ରାଜଘାଟକୁ ଯାଇ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସମେତ ଅନ୍ୟାନ୍ୟ ବିଶ୍ବନେତାମାନେ ମଧ୍ୟ ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଗର୍ବିତ ହିନ୍ଦୁ ଋଷି ସୁନକ: କହିଲେ ଭାରତ ସହ ସବୁବେଳେ ମୋର ଭଲ ସମ୍ପର୍କ ରହିବ

ବ୍ରିଟେନ ପ୍ରଧାନମନ୍ତ୍ରୀ ହେବା ପରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ପ୍ରଥମ ଥର ଭାରତ ଗସ୍ତରେ ଆସିଛନ୍ତି । ତାଙ୍କ ସହିତ ପତ୍ନୀ ଅକ୍ଷତା ମୂର୍ତ୍ତି ମଧ୍ୟ ଦିଲ୍ଲୀ ଆସିଛନ୍ତି । ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ଶୁକ୍ରବାର ଦିନ ସୁନକ ଦିଲ୍ଲୀରେ ପହଞ୍ଚିଥିଲେ । ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ ତାଙ୍କୁ ସ୍ବାଗତ କରିଥିଲେ । ଆଜି ସମ୍ମିଳନୀରେ ଅନ୍ତିମ ଦିନ ଥିବାବେଳେ ସୁନକ ସମସ୍ତ କାର୍ଯ୍ୟକ୍ରମ ସାରି ଆଜି ବ୍ରିଟେନ ଫେରିଯିବେ । ତେବେ ଦିଲ୍ଲୀ ଆସିବା ପୂର୍ବରୁ ଜଣେ ହିନ୍ଦୁ ଭାବେ ଗର୍ବିତ ବୋଲି କହିଥିଲେ ସୁନକ । ଜଣେ ଗର୍ବିତ ହିନ୍ଦୁ ଭାବରେ ଭାରତ ଓ ଭାରତର ଲୋକଙ୍କ ସହ ତାଙ୍କର ସମ୍ପର୍କ ସବୁବେଳେ ଭଲ ରହିବ କହିଥିଲେ ।

ଏହାମଧ୍ୟ ପଢନ୍ତୁ: ସୁନକଙ୍କ ମୂଳ ହିନ୍ଦୁ ମନ୍ତବ୍ୟକୁ ନେଇ ସନାତନ ବିରୋଧୀଙ୍କୁ ଘେରିଲେ ନକଭି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 10, 2023, 11:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.