ETV Bharat / bharat

G20 Summit: ଭାରତର ବଡ ଉପଲବ୍ଧି, ‘Delhi Declaration’ ଘୋଷଣାପତ୍ରକୁ 100% ସହମତି

author img

By ETV Bharat Odisha Team

Published : Sep 9, 2023, 5:16 PM IST

Updated : Sep 9, 2023, 5:39 PM IST

ଜି20 ସମ୍ମିଳନୀରେ ଭାରତର ବଡ ଉପଲବ୍ଧି । ନୂଆଦିଲ୍ଲୀ ପ୍ରସ୍ତୁତ ସଙ୍କଳ୍ପକୁ ସହମତି ସହ ସ୍ବୀକାର କଲେ ବିଶ୍ବନେତା । ମନ୍ତ୍ରୀ ଓ ଅଧିକାରୀଙ୍କୁ ଧନ୍ଯବାଦ ଦେଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଭାରତର ବଡ ଉପଲବ୍ଧି, ଘୋଷଣାପତ୍ରକୁ ସହମତିରେ ସ୍ବୀକାର କଲେ ବିଶ୍ବନେତା

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ଜି20 ଶିଖର ସମ୍ମିଳନୀରେ ଭାରତର ବଡ ଉପଲବ୍ଧି । ଭାରତ ପ୍ରସ୍ତୁତ ଘୋଷଣାନାମା (ସଙ୍କଳ୍ପ)ରେ ସମସ୍ତ ଜି20 ସଦସ୍ୟ ରାଷ୍ଟ୍ର ସହମତି ପ୍ରକାଶ କରିଛନ୍ତି । ଏହାର କିଛି ସମୟ ମଧ୍ୟରେ ଏହି ସଙ୍କଳ୍ପକୁ (New Delhi Declaration) ସମ୍ମିଳନୀ ଦ୍ବାରା ଗ୍ରହଣ ମଧ୍ୟ କରାଯାଇଛି । ଦ୍ୱିତୀୟ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ଏକ ବଡ ଘୋଷଣା କରିଛନ୍ତି । ଏହାକୁ ନେଇ ସହମତି ପାଇବାର କିଛି ସମୟ ମଧ୍ୟରେ ଏହାକୁ ଜି20 ରାଷ୍ଟ୍ରମାନେ ଗ୍ରହଣ ମଧ୍ୟ କରିଥିବା ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିରେ ଭାରତ ଦୃଢ, ଚିରସ୍ଥାୟୀ ଏବଂ ସର୍ବାଙ୍ଗୀନ ଉନ୍ନତିକୁ ଫୋକସ କରିଛି ।

ଦ୍ୱିତୀୟ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ଅତିଥି ରାଷ୍ଟ୍ରମୁଖ୍ୟମାନଙ୍କୁ ସମ୍ବୋଧିତ କରିବା ବେଳେ କହିଛନ୍ତି,ସମ୍ମଳନୀରେ ନୂଆଦିଲ୍ଲୀ ପ୍ରସ୍ତୁତ ଜି20 ଘୋଷଣାନାମାରେ ସହମତି ପ୍ରକାଶ ପାଇଛି । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଙ୍କଳ୍ପ ବା ଘୋଷଣାନାମାକୁ ଗ୍ରହଣ କରିବା ପାଇଁ ମଧ୍ୟ ପ୍ରସ୍ତାବ ଆଗତ କରିଥିଲେ । ଏହି ଘୋଷଣାନାମକୁ ସମ୍ମିଳନୀ ଦ୍ବାରା ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଏହି ସଫଳତା ସହ ପ୍ରଧାନମନ୍ତ୍ରୀ ଏହି ସଙ୍କଳ୍ପ ପ୍ରସ୍ତୁତ କରିଥିବା କେନ୍ଦ୍ର ମନ୍ତ୍ରୀ ଓ ଅଧିକାରୀଙ୍କ ଟିମକୁ ମଧ୍ଯ ଶୁଭେଚ୍ଛା ଜଣାଇଥିଲେ ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଜି20 ସମ୍ମିଳନୀର ପ୍ରଥମ ଅଧିବେଶନରେ ସ୍ବାଗତ ଭାଷଣ ରଖିଥିଲେ । କହିଥିଲେ, ଏକବିଂଶ ଶତାବ୍ଦୀ ହେଉଛି ବିଶ୍ୱକୁ ଏକ ନୂତନ ଦିଗ ଦେବାର ସମୟ । ଏବେ ମାନବ କୈନ୍ଦ୍ରିକ ବିକାଶର ସମୟ ଆସିସାରିଛି । ୟୁକ୍ରେନ ଯୁଦ୍ଧ ବିଶ୍ୱରେ ବିଶ୍ୱାସର ଅଭାବ ଏକ ସଙ୍କଟ ପରି ସ୍ଥିତି ସୃଷ୍ଟି କରିଛି । ପରସ୍ପର ସହଯୋଗରେ ବିଶ୍ବାସକୁ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି । ଭାରତ ଏହି ଦିଗରେ କାର୍ଯ୍ୟ ଜାରି ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :-Bharat vs India Row: ବଦଳିଲା ପ୍ରଧାନମନ୍ତ୍ରୀଙ୍କ ନେମ୍ ପ୍ଲେଟ, ଇଣ୍ଡିଆ ନୁହେଁ ଲେଖାହେଲା ଭାରତ

ସେହିପରି ବିଶ୍ବ ଯେମିତି କୋଭିଡ ମହାମାରୀକୁ ହରାଇଲା, ସେହିପରି ବିଶ୍ବାସର ସଙ୍କଟକୁ ମଧ୍ୟ ଦୂରେଇବାରେ ସଫଳ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅନ୍ୟ ଏକ ବିଶେଷ କଥା ହେଉଛି, ଏହି ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଦେଶର ନାମ ପାଇଁ ଇଣ୍ଡିଆ ପରିବର୍ତ୍ତେ 'ଭାରତ' ଭାବେ ସମ୍ବୋଧିତ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନାମଫଳକରେ ‘ଭାରତ’ ଲେଖାଯାଇଥିବା ନଜର ଆସିଥିଲା । ଯାହା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ରହିିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 9, 2023, 5:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.