ETV Bharat / bharat

G 20 Summit: ଶେଖ ହସିନାଙ୍କ ସହ ବାଇଡେନଙ୍କ ସେଲଫି, ବାଂଲାଦେଶ ମନ୍ତ୍ରୀ କହିଲେ ଖୁସିର ମୁହୂର୍ତ୍ତ

author img

By ETV Bharat Odisha Team

Published : Sep 10, 2023, 10:35 AM IST

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଜି 20 ଶିଖର ସମ୍ମିଳନୀ ଅବସରରେ ଏକ ସେଲ୍ଫି ନେଉଥିବା ନଜର ଆସିଛନ୍ତି । ଯାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । 2 ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ କରିପାରେ ବୋଲି ଚର୍ଚ୍ଚା ହେଉଛି

ବାଇଡେନଙ୍କ ସହ ଶେଖ ହସିନାଙ୍କ "ସେଲ୍ଫି ମୂହୁର୍ତ୍ତ'

ନୂଆଦିଲ୍ଲୀ: ଜି 20 ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ବିଶ୍ୱନେତାମାନଙ୍କ ମହାମେଳି ଦେଖିବାକୁ ମିଳିଛି । ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏକ ସେଲ୍ଫି ନେଉଥିବା ନଜର ଆସିଛନ୍ତି । ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଏହି ସେଲ୍ଫି ଏକ ସକରାତ୍ମକ ଦିଗ ଦେଖାଉଥିବା ଚର୍ଚ୍ଚା ହୋଇଛି । ଜି 20 ସମ୍ମିଳନୀ ସମୟରେ ଭାରତ ମଣ୍ଡପମରେ ଏହି ସେଲ୍ଫି ନେଇଛନ୍ତି ଆମେରିକା ରାଷ୍ଟ୍ରପତି । ସେଲ୍ଫିଟିରେ ରାଷ୍ଟ୍ରପତି ବାଇଡେନଙ୍କ ସହ ଶେଖ ହସିନା ଓ ତାଙ୍କ ଝିଅ ସଇମା ଓ୍ବାଜେଦ ନଜର ଆସୁଛନ୍ତି । ସେଲ୍ଫି ନେବା ବେଳେ ସମସ୍ତେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ.. G20 ଘୋଷଣାପତ୍ରକୁ ୟୁକ୍ରେନର ସମାଲୋଚନା; କହିଲା ଗର୍ବ କରିବା ଭଳି କିଛି ନାହିଁ

ଅନ୍ୟପଟେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଅବଦୁଲ ମୋମେନ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି,"ଏହା ଏକ ଖୁସିର ମୁହୂର୍ତ୍ତ ଅଟେ । ସମସ୍ତେ ଖୁସି ଅନୁଭବ କରୁଥିଲେ ଓ ରାଷ୍ଟ୍ରପତି ବାଇଡେନ ବି ସେଲ୍ଫି ନେବା ସମୟରେ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ଏହି ସମୟ ବେଶ ଅଦ୍ଭୁତପୂର୍ବ ଥିଲା । ସମସ୍ତେ ବେଶ ଖୁସି ଥିବା ନଜର ଆସିଥିଲେ ।"

ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଲିଡର୍ସ ସମିଟରେ ଘୋଷଣାପତ୍ର ପ୍ରସଙ୍ଗରେ ବି ନିଜର ମତାମତ ରଖିଛନ୍ତି । ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସନୀୟ ନେତୃତ୍ବ ପାଇଁ ସମସ୍ତେ ଘୋଷଣାକୁ ସମର୍ଥନ କରିଛନ୍ତି । କେବଳ ମୋଦିଙ୍କ ନେତୃତ୍ୱ କାରଣ ଯୋଗୁ ଏହା ସମ୍ଭବ ହୋଇପାରିଲା । ତେବେ ଘୋଷଣାରେ ବିଶ୍ୱ ଶକ୍ତିମାନେ ସମର୍ଥ ଦେବେ କି ନାହିଁ ସେଥିରେ ସନ୍ଦେହ ଥିଲା । କିନ୍ତୁ ଭାରତର ଚେଷ୍ଟା କାରଣରୁ ଏହା ସମ୍ଭବ ହୋଇପାରିଲା । ଏଥିପାଇଁ ଭାରତକୁ ଧନ୍ୟବାଦ ଦେବା ଉଚିତ ।"

ଏହାମଧ୍ୟ ପଢନ୍ତୁ.. G20 Summit 2023: ନୈଶ୍ୟ ଭୋଜିରେ ବିଶ୍ବ ନେତାଙ୍କ ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଜି 20 ସମ୍ୱିଳନୀରେ ଯୋଗ ଦେବାକୁ ଶୁକ୍ରବାର ଦିନ ଭାରତରେ ପହଞ୍ଚିଥିଲେ ଜୋ ବାଇଡେନ ଓ ଶେଖ ହସିନା । ରାଜଧାନୀ ଦିଲ୍ଲୀ ସ୍ଥିତ ନବ ଉଦ୍ଘାଟିତ ଭାରତ ମଣ୍ଡପମରେ ସେପ୍ଟେମ୍ୱର 9 ଓ 10 ଦୁଇ ଦିନ ଧରି ଏହି ମହାସମ୍ମିଳନୀ ହୋଇଛି । ଏହି ସମ୍ମିଳନୀରେ ୟୁରୋପୀୟ ସଂଘର 30ରୁ ଅଧିକ ରାଷ୍ଟ୍ରମୁଖ୍ୟମାନେ ଯୋଗ ଦେଇଥିବା ବେଳେ 14ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟମାନେ ସାମିଲ ହୋଇଥିଲେ ।

ଆମେରିକା-ବାଂଲାଦେଶ ସମ୍ପର୍କ ମଧ୍ୟରେ ତିକ୍ତ ସମ୍ପର୍କକୁ ନେଇ ଏକ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି । ଶିଖର ସମ୍ମିଳନୀ ଏହି 2 ଦେଶ ମଧ୍ୟରେ ଏକ ଦ୍ବିପାକ୍ଷିକ ସମ୍ପର୍କକୁ ମଜଭୁତ ସୃଷ୍ଟି କରିପାରେ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.