ETV Bharat / bharat

ବେଲରେ ଆସି ଆଇନ ପଢିଲେ, ନିଜ ପାଇଁ ମାମଲା ଲଢି ଦୋଷମୁକ୍ତ ହେଲେ ହତ୍ୟା ଅଭିଯୁକ୍ତ

author img

By ETV Bharat Odisha Team

Published : Dec 10, 2023, 10:36 PM IST

From Murder accused to Advocate: 2 ପୋଲିସ କର୍ମୀଙ୍କ ହତ୍ୟା ଅଭିଯୋଗରେ ଗିରଫ କରି ଜେଲ ପଠାଇଥିଲା ପୋଲିସ । ବେଲରେ ଆସି ଆଇନ ପଢି ଓକିଲ ହେଲେ । ନିଜ ମାମଲା ନିଜେ ଲଢି ଦୋଷମୁକ୍ତ ହେଲେ । ଉତ୍ତର ପ୍ରଦେଶର ଯୁବକ ଅମିତ ଚୌଧୁରୀଙ୍କ କାହାଣୀ ଏବେ ବେଶ ଚର୍ଚ୍ଚାରେ । ଅଧିକ ପଢନ୍ତୁ

ବେଲରେ ଆସି ଆଇନ ପଢିଲେ, ନିଜ ପାଇଁ ମାମଲା ଲଢି ଦୋଷମୁକ୍ତ ହେଲେ ହତ୍ୟା ଅଭିଯୁକ୍ତ
ବେଲରେ ଆସି ଆଇନ ପଢିଲେ, ନିଜ ପାଇଁ ମାମଲା ଲଢି ଦୋଷମୁକ୍ତ ହେଲେ ହତ୍ୟା ଅଭିଯୁକ୍ତ

ଲକ୍ଷ୍ନୌ: 12 ବର୍ଷ ତଳେ ମାତ୍ର 18 ବର୍ଷ ବୟସରେ ପୋଲିସ ଅଧିକାରୀଙ୍କ ଡବଲ ମର୍ଡର ମାମଲାରେ ଜେଲ ଯାଇଥିଲେ ଯୁବକ । ହତ୍ୟାରେ ସମ୍ପୃକ୍ତ ନଥାଇ ସୁଦ୍ଧା ଗ୍ୟାଙ୍ଗଷ୍ଟାର ସହଯୋଗୀ ଭାବି ଏକାଧିକ ଅପରାଧୀଙ୍କ ସହ ତାଙ୍କୁ ମଧ୍ୟ ଗିରଫ କରାଯାଇ ଜେଲ ହାଜତକୁ ପଠାଇ ଦିଆଯାଇଥିଲା । ଜେଲରେ ହାର୍ଡକୋର ଅପରାଧୀଙ୍କ ସହ କଟିଲା ସମୟ । ମାତ୍ର ବେଲରେ ଆସିବା ପରେ ଆଇନ ପଢି ଓକିଲ ହେଲେ, ନିଜ ମାମଲାରେ ନିଜେ ଲଢିଲେ । କେବଳ ଲଢିଲେ ନାହିଁ ବରଂ ନିଜକୁ ଦୋଷମୁକ୍ତ କରାଇବାରେ ସଫଳ ହେଲେ । କୋର୍ଟ ଏହି ଅଭିଯୁକ୍ତଙ୍କୁ ଆଜି ମାମଲାରୁ ଦୋଷମୁକ୍ତ କରିଛନ୍ତି । ଉତ୍ତର ପ୍ରଦେଶ ମିରଟ ସହରର ଏପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି ।

ମାମଲାଟି 2011 ମସିହାର । ଉତ୍ତର ପ୍ରଦେଶର ମିରଟରେ ଦୁଇ ପୋଲିସ କର୍ମୀଙ୍କୁ ହତ୍ୟା ସହ ସେମାନଙ୍କ ସରକାରୀ ଅସ୍ତ୍ର ଲୁଟ କରିନେଇଥିଲେ ଦୁର୍ବୃତ୍ତ । ଏଥିରେ ଏକାଧିକ ଅଭିଯୁକ୍ତଙ୍କ ସହ ମିରଟର 18 ବର୍ଷୀୟ ଯୁବକ ଅମିତ ଚୌଧୁରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ମାତ୍ର ଏହି ହତ୍ୟାକାଣ୍ଡରେ ଅମିତଙ୍କର କୌଣସି ଭୂମିକା ନଥିଲା । ହତ୍ୟାକାଣ୍ଡ ମିରଟ ମିରଟରେ ଘଟିିଥିବା ବେଳେ ସେଦିନ ସେ ଶାମଲୀରେ ଜଣେ ସମ୍ପର୍କୀୟଙ୍କ ଘରେ ଥିଲେ । ମାତ୍ର କୌଣସି କାରଣବଶତଃ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ସ୍ଥାନୀୟ ଜଣେ ଗ୍ୟାଙ୍ଗଷ୍ଟାରର ସହଯୋଗୀ ଭାବେ ଚିତ୍ରଣ କରାଯାଇ ଅନ୍ୟ 17 ଜଣଙ୍କ ସହ କୋର୍ଟଚାଲଣ କରାଯାଇଥିଲା ।

ତାଙ୍କୁ ବିଚାର ବିଭାଗୀୟ କଏଦୀ ଭାବେ ମୁଜାଫରନଗର ଜେଲରେ ରଖାଯାଇଥିଲା । ଯେଉଁଠି ନିକଟରେ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଅନିଲ ଦୁଜନା ଓ ବିକି ତ୍ୟାଗୀ ପରି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ମଧ୍ୟ ସଜ୍ଜା କାଟୁଥିଲେ । ହେଲେ ସେ କୌଣସି ପ୍ରକାର ଅପରାଧିକ ପ୍ରଭାବରୁ ନିଜକୁ ଦୂରରେ ରଖିବାରେ ସଫଳ ହୋଇଥିଲେ । 2011ରେ ତାଙ୍କୁ ଗିରଫ କରାଯାଇଥିବା ବେଳେ 2013ରେ ବେଲରେ ଜେଲରୁ ମୁକ୍ତ ହୋଇଥିଲେ । ମାତ୍ର 18 ବର୍ଷ ବୟସରେ ଜେଲ ଯାଇଥିବା ଅମିତ ପ୍ରଥମେ ସ୍ନାତ୍ତକ ଶେଷ କରିବା ପରେ ବିଏ-ଏଲଏଲବି ଓ ପରେ ଏଲଏଲଏମ ପଢିଥିଲେ । ଏହା ପରେ ସେ କୋର୍ଟରେ ମାମଲା ଲଢିବା ପାଇଁ ବାର କାଉନସିଲ ଲାଇସେନ୍ସ ମଧ୍ୟ ହାସଲ କରିବାରେ ସଫଳ ହେଲେ । ତେବେ ବୃତ୍ତିରେ ଜଣେ ଆଇନଜୀବୀ ହୋଇସାରିଥିବା ଅମିତ ନିଜ ମାମଲା ନିଜେ ଲଢି ଦୋଷମୁକ୍ତ ହେବାକୁ ପ୍ରୟାସ କଲେ ।

ଏହା ମଧ୍ୟ ପଢନ୍ତୁ :- ମହାରାଷ୍ଟ୍ରରେ ମାଲଗାଡି ଲାଇନଚ୍ୟୁତ, ରେଳ ଚଳାଚଳ ଆଶିଂକ ପ୍ରଭାବିତ

ତେବେ ଏହି ହତ୍ୟା ମାମଲାରେ କୋର୍ଟ ଅମିତ ଚୌଧୁରୀଙ୍କ ସହ 13 ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି । ଏହି ମାମଲାରେ ପୋଲିସ ଦାଖଲ କରିଥିବା ଚାର୍ଜସିଟ ଅନୁସାରେ, ପ୍ରମାଣ ଯୋଗାଇ ପାରିନଥିବାରୁ ଏମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିବା କୋର୍ଟ କହିଛନ୍ତି । ଏହି ମାମଲାରେ ସମ୍ପୃକ୍ତ ଦୁଇ ଦୋଷୀଙ୍କ ମଧ୍ୟରୁ 2 ଜଣଙ୍କ ମଧ୍ୟରୁ ଜଣେ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ 2013 ରେ ଆଜୀବନ କାରାଦଣ୍ଡ ପାଇଛି । ଏହି ପୁରା ଶୁଣାଣି କ୍ରମରେ ଅମିତ ନିଜ ମାମଲା ନିଜେ ଲଢୁଥିବା ବେଳେ ତାଙ୍କୁ ପୋଲିସ ଅଧିକାରୀଙ୍କ ସମେତ ଅନ୍ୟ କେହି ଚିହ୍ନିପାରି ନଥିବା ସେ କୁହନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.