ETV Bharat / bharat

ଭାରତକୁ ଭ୍ୟାକ୍ସିନ କଞ୍ଚାମାଲ ରପ୍ତାନୀ ରୋକ ହଟାଇବାକୁ G7 ଦେଶକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଅନୁରୋଧ - ଭ୍ୟାକ୍ସିନ କଞ୍ଚାମାଲ ରପ୍ତାନୀ

କୋରୋନା ଟିକା ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ଅନୁରୋଧ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି । ଅଧିକ ପଢନ୍ତୁ...

ଭାରତକୁ ଭ୍ୟାକ୍ସିନ କଞ୍ଚାମାଲ ରପ୍ତାନୀ ରୋକ ହଟାଇବାକୁ G7 ଦେଶକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଅନୁରୋଧ

author img

By

Published : Jun 11, 2021, 10:56 PM IST

ପ୍ୟାରିସ: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଜି -7 ଦେଶଗୁଡ଼ିକୁ ଭାରତରେ କରୋନା ଟିକା ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ଅନୁରୋଧ କରିଛନ୍ତି । ଏଥିଯୋଗୁଁ ଗରିବ ଦେଶରେ ଟିକା ଉତ୍ପାଦନରେ ଏହା ସହାୟକ ହେବ ବୋଲି ମତ ଦେଇଛନ୍ତି ମାକ୍ରୋନ ।

ଏହାପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଆଶା ପ୍ରକଟ କରିଛନ୍ତି ଯେ ଏହି ପରିପ୍ରେକ୍ଷୀରେ ଜି -7 ଦେଶ ମଧ୍ୟରେ ଚୁକ୍ତି ହେବ ।

ଜି -7 ଶିଖର ସମ୍ମିଳନୀ ପୂର୍ବରୁ ସମ୍ବୋଧିତ କରି ଫ୍ରାନ୍ସ ରାଷ୍ଟ୍ରପତି ଜି -7 ଦେଶ ପକ୍ଷରୁ ଲାଗୁ ହୋଇଥିବା ରପ୍ତାନି ଉପରେ ଲଗାଯାଇଥିବା ପ୍ରତିବନ୍ଧକ ବିଷୟ ଉଠାଇଛନ୍ତି ।

ମାକ୍ରୋନ କହିଛନ୍ତି ଯେ ମଧ୍ୟମ ଆୟକାରୀ ଦେଶଗୁଡିକରେ ମଧ୍ୟ ଟିକା ଉତ୍ପାଦନ ବନ୍ଦ ହୋଇଯାଇଛି, ଯାହା ଗରିବ ଦେଶମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ । ସେ କହିଛନ୍ତି ଯେ ମୁଁ ଭାରତକୁ ଏହାର ଏକ ଉଦାହରଣ ଭାବେ ନେବାକୁ ଚାହୁଁଛି ।

ମାକ୍ରୋନ ଜୋର ଦେଇ କହିଛନ୍ତି, ଭାରତରେ ବିଶେଷକରି ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ଜି -7 ଅର୍ଥନୀତି ଦ୍ବାରା ଟିକା ଉତ୍ପାଦନ ପାଇଁ କଞ୍ଚାମାଲ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏହି ପ୍ରତିବନ୍ଧକକୁ ହଟାଇବାକୁ ପଡିବ । ଯାହା ଦ୍ବାରା ଭାରତ ନିଜେ ଉତ୍ପାଦନ ବୃଦ୍ଧି କରିପାରିବ ଓ ଆଫ୍ରିକୀୟ ଦେଶଗୁଡିକୁ ଯୋଗାଇ ପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.