ETV Bharat / bharat

କାଳ ହେଲା ଜଳ ପ୍ରପାତରେ ବିପଦପୂର୍ଣ୍ଣ ସେଲ୍ଫି , ୪ ଯୁବତୀ ମୃତ

author img

By

Published : Nov 26, 2022, 5:08 PM IST

କର୍ଣ୍ଣାଟକରେ ପିକନିକରେ ଅଘଟଣ (Four Young Women Dies While Taking Selfie)। ବିପଦପୂର୍ଣ୍ଣ ଭାବେ ସେଲ୍ଫି ନେବା ବେଳେ ପାଣିକୁ ଖସିପଡି ୪ ଯୁବତୀ ମୃତ । ୫ଜଣ ବୁଡି ଯାଉଥିବା ବେଳେ ଜଣକୁ ଉଦ୍ଧାର କଲେ ଉପସ୍ଥିତ ଲୋକେ । ଅଧିକ ପଢନ୍ତୁ

ଜଳ ପ୍ରପାତରେ ବିପଦପୂର୍ଣ୍ଣ ସେଲ୍ଫି ହେଲା କାଳ, 4 ମହିଳା ମୃତ

ବେଙ୍ଗାଲୁରୁ: ଜଳ ପ୍ରପାତରେ ବିପଦପୂର୍ଣ୍ଣ ସେଲ୍ଫି ନେବା ହେଲା କାଳ । ପାଣିରେ ବୁଡି ୪ ଯୁବତୀ ପ୍ରାଣ ହରାଇଛନ୍ତି । କର୍ଣ୍ଣାଟକର ମହାରାଷ୍ଟ୍ର ସୀମାନ୍ତବର୍ତ୍ତୀ ବେଲଗାଭି ଜିଲ୍ଲାର କିଟାଓ୍ବାଡା ଜଳ ପ୍ରପାତରେ ଏପରି ଦୁର୍ଘଟଣା ଘଟିଛି (Four Young Women Dies While Taking Selfie)। ସେଲ୍ଫି ନେଉଥିବାବେଳେ, ଏହି ପାଦ ଖସି ଯିବାରୁ ୫ ଜଣ ଯୁବତୀ ପାଣି ମଧ୍ୟକୁ ଖସି ପଡିଥିଲେ । ସେଠାରେ ଉପସ୍ଥିତ ଲୋକେ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବାବେଳେ ୪ଜଣ ପ୍ରାଣ ହରାଇଛନ୍ତି । ସ୍ଥାନୀୟ ବାସିନ୍ଦା ଓ ପ୍ରଶାସନ ସହୟତାରେ ସମସ୍ତ ୪ମୃତଦେହ ଉଦ୍ଧାର ହେବା ସହ ମୃତକମାନଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇଛି ।

ସୂଚନା ଅନୁସାରେ, ବେଲଗାଭିରୁ ପ୍ରାୟ ୪୦ମହିଳା ଓ ଯୁବତୀ ଏକ ପରିଭ୍ରମଣରେ କାଟିଓ୍ବାଡା ଜଳ ପ୍ରପାତ ଯାଇଥିଲେ । ସେଠାରେ ସେଲ୍ଫି ନେବା ବେଳେ ୫ଜଣ ମହିଳା ପାଣିକୁ ଖସି ପଡିଥିଲେ । ତେବେ ସେଠାରେ ଥିବା ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଅନ୍ୟ ୪ ଯୁବତୀଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର ମହିଳା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ପହଞ୍ଚି ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଛି । କେଉଁ ପରିସ୍ଥିରେ ଏପରି ଅଘଟଣ ଘଟିଲା ସେ ନେଇ ମଧ୍ୟ ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ ।

ତେବେ ଜଳ ପ୍ରପାତ ଓ ହ୍ରଦ ଆଦି ସ୍ଥାନରେ ବଣଭୋଜି କିମ୍ବା ପିକନିକ୍‌ ସମୟରେ ସେଲ୍ଫି ଅଘଟଣ ବାରମ୍ବାର ଦେଖିବାକୁ ମିଳୁଛି । ଫଟୋ ନିଶାରେ ଉତ୍ତେଜିତ ହୋଇ ବିପଦପୂର୍ଣ୍ଣ ସ୍ଥାନରେ ଫଟୋ ଓ ସେଲ୍ଫି ନେବାବେଳେ ଅଘଟଣର ଶିକାର ହେଉଛନ୍ତି ଯୁବପିଢି । ବହୁ ପର୍ଯ୍ୟଟନସ୍ଥଳୀର କିଛି ସମ୍ବେଦନଶୀଳ ସ୍ଥାନକୁ ନୋ-ସେଲ୍ଫି ଜୋନ ମଧ୍ୟ ଘୋଷଣା କରୁଛନ୍ତି ସ୍ଥାନୀୟ କର୍ତ୍ତୃପକ୍ଷ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.