ETV Bharat / bharat

ନେପାଳ ଭୂସ୍ଖଳନରେ 4 ବିହାରୀ ଶ୍ରମିକ ମୃତ

author img

By

Published : May 6, 2023, 9:58 PM IST

ନେପାଳ ଭୂସ୍ଖଳନରେ 4 ବିହାରୀ ଶ୍ରମିକ ମୃତ । ସମସ୍ତେ ବିହାର କିଶନଗଞ୍ଜ ଅଞ୍ଚଳର । କ୍ଷତିପୂରଣ ଦାବି କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ନେପାଳ ଭୂସ୍ଖଳନରେ 4 ବିହାରୀ ଶ୍ରମିକ ମୃତ
ନେପାଳ ଭୂସ୍ଖଳନରେ 4 ବିହାରୀ ଶ୍ରମିକ ମୃତ

ହାଇଦ୍ରାବାଦ: ଗତକାଲି ନେପାଳରେ ହୋଇଥିବା ଭୂସ୍ଖଳନରେ 4ଜଣ ବିହାରୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ବିହାର କିଶନଗଞ୍ଜ ଅଞ୍ଚଳର । ଏମାନେ ସମସ୍ତେ ନେପାଳ ଫିକାଲ ଅଞ୍ଚଳରେ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟରତ ଥଲେ । ଏମାନଙ୍କର ପରିଚୟ ମଧ୍ୟ ସ୍ପଷ୍ଟ ହୋଇଛି । ସେମାନେ ମୁଜାଫର ଆଲାମ, ଅବଦ୍ଦୁଲ ଆଲାମ, ତୌସିବ ଓ ଆଜିମୁଦ୍ଦିନ । ସମସ୍ତଙ୍କ ବୟସ 22 ରୁ 30 ମଧ୍ୟରେ ହେବ । ସମସ୍ତେ କିଶନଗଞ୍ଜର ସ୍ଥାନୀୟ ବାସିନ୍ଦା ।

ନେପାଳ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ପ୍ରାୟ ଅପରାହ୍ନ 4ଟା ବେଳେ ଏହି ଭୂସ୍ଖଳନ ହୋଇଥିଲା । ଏମାନେ ଏକ ଘର ନିର୍ମାଣରେ କାର୍ଯ୍ୟରତ ଥିବା ସମୟରେ ଭୂସ୍ଖଳନ ହେବାରୁ ସମସ୍ତ 4 ଶ୍ରମିକ ମାଟି ଅତଡା ତଳେ ପୋତି ହୋଇଯାଇଥିଲେ । ଖବର ମିଳିବା ପରେ ଉଦ୍ଧାର ଅପରେସନ ଆରମ୍ଭ ହୋଇଥିଲା । କିଛି ଘଣ୍ଟାର ଅପରେସନ ପରେ ମୃତଦେହଗୁଡିକୁ ବାହାର କରାଯାଇ ଚିହ୍ନଟ କରାଯାଇଥିଲା । ସେମାନେ ଭାରତୀୟ ନାଗରିକ ବୋଲି ଜଣାପଡିବା ପରେ ଏ ସମ୍ପର୍କରେ ସେମାନଙ୍କ ପରିବାରକୁ ସୂଚନା ଦିଆଯାଇଛି । ନେପାଳରେ ହିଁ ସେମାନଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ସାରିଛି । ପରିବାର ସଦସ୍ୟ ପହଞ୍ଚିବା ପରେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ନେଇ ନେପାଳର ସ୍ଥାନୀୟ ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।

ଅଘଟଣ ସମ୍ପର୍କରେ ଜଣାପଡିବା ପରେ ମୃତ ଶ୍ରମିକଙ୍କ ପୈତୃକ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟ ହୋଇଛି । ମୃତଦେହ ନେପାଳରୁ ଗ୍ରାମରେ ପହଞ୍ଚିବା ପରେ ଶେଷକୃତ୍ୟ ସମ୍ପନ୍ନ ହେବ । କିଛି ଗ୍ରାମବାସ ନେପାଳରୁ ମୃତଦେହ ଆଣିବା ପାଇଁ ଯାଇଛନ୍ତି । ଅନ୍ୟପଟେ ସମସ୍ତ ମୃତକ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ନେଇ ଗ୍ରାମବାସୀ ଦାବି କରିଛନ୍ତି । ସ୍ଥାନୀୟ କିଶନଗଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସମସ୍ତ ମୃତ ଶ୍ରମିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କ୍ଷତିପୂରଣ ବାବଦକୁ ଅର୍ଥରାଶି ଓ ଅନ୍ୟ ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶୃତି ମିଳିଛି ।

ଭୌଗଳିକ ସ୍ଥିତିରେ ହିମାଳୟ ପାର୍ବତ୍ୟର ପାଦ ଦେଶରେ ଥିବା ନେପାଳରେ ଉତ୍ତର ଭାରତ ପରି ବେଳେବେଳେ ଭୂସ୍ଖଳନ ଓ ବାଦଲ ଫଟା ବର୍ଷା ହୋଇଥାଏ । ଏଥିରେ ଧନ ଜୀବନ ସହ ଯୋଗାଯୋଗ ଓ ଯାତାୟତ ପ୍ରଭାବିତ ହୋଇଥାଏ । ଗତକାଲି ଅପରାହ୍ନରେ ମଧ୍ୟ ନେପାଳର କିଥି ସ୍ଥାନରେ ଭୂସ୍ଖଳନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.