ETV Bharat / bharat

ଜଣଙ୍କୁ ବଞ୍ଚାଇବାକୁ ଯାଇ ଗଙ୍ଗା ନଦୀରେ ବୁଡି ଗଲେ 4 ସାଙ୍ଗ - ଗଙ୍ଗା ନଦୀରେ ବୁଡି ନାବାଳକ ମୃତ

ବିହାର ପାଟନାର LCT ଘାଟ ଗଙ୍ଗା ନଦୀରେ ଅଘଟଣ । ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଗଲେ ୪ ନାବାଳକ । ଅଧିକ ପଢନ୍ତୁ

ଗଙ୍ଗା ନଦୀରେ ବୁଡି ୪ ମୃତ
ଗଙ୍ଗା ନଦୀରେ ବୁଡି ୪ ମୃତ
author img

By

Published : May 23, 2022, 7:28 AM IST

ପାଟନା: ଗଙ୍ଗା ନଦୀରେ ଅଘଟଣ । ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଗଲେ ୪ ନାବାଳକ । ଏଭଳି ଅଭାବନୀୟ ଘଟଣା ଘଟିଛି ବିହାର ପାଟନାର LCT ଘାଟ ଗଙ୍ଗା ନଦୀରେ । ଗତକାଲି ଦ୍ବିପ୍ରହର ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗତକାଲି ୬ଜଣ ନାବାଳକ ବୁଦ୍ଧ କଲୋନୀ ପୋଲିସ ଷ୍ଟେସନ ଅନ୍ତର୍ଗତ LCT ଘାଟକ କ୍ରିକେଟ ଖେଳିବାକୁ ଯାଇଥିଲେ । ଖେଳିସାରିବା ପରେ ସେମାନଙ୍କ ମଧ୍ୟରୁ ୫ ଜଣ ନାବାଳକ ଗଙ୍ଗା ନଦୀରେ ଗାଧୋଇବା ପାଇଁ ଯାଇଥିଲେ । ତେବେ ଗାଧୋଇବା ସମୟରେ ହଠାତ ଜଣେ ବୁଡିଯିବା ପରେ ତାଙ୍କୁ ବଞ୍ଚାଇବାକୁ ଯାଇ ଆଉ ତିନି ଜଣ ବୁଡିଯାଇଥିଲେ । କିନ୍ତୁ ଜଣେ ନାବାଳକ ପହଁରା ଶିଖିଥିବାରୁ ନିଜ ଜୀବନ ଫେରିପାଇଥିଲେ । ଏନେଇ ଖବର ପାଇଁ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରି ତିନୋଟି ମୃତଦେହକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । କିନ୍ତୁ ଅନ୍ୟ ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଏହି ଘଟଣା ଦିନ ୧୧ଟା ୩୦ ମଧ୍ୟରେ ଘଟିଥିବା ନେଇ ବୁଦ୍ଧ କଲୋନୀ SHO ନିହାର ଭୂଷଣ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.