ETV Bharat / bharat

ନଦୀରେ ଗାଧୋଉ ଥିବାବେଳେ ବୁଡିଗଲେ ୪ ନାବାଳକ - ନଦୀରେ ଗାଧୋଉ ଥିବାବେଳେ ବୁଡିଗଲେ ୪ ନାବାଳକ

ନଦୀରେ ଗାଧୋଉ ଥିବାବେଳେ ବୁଡିଗଲେ ୪ ନାବାଳକ । ତେଲେଙ୍ଗାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

ନଦୀରେ ଗାଧୋଉ ଥିବାବେଳେ ବୁଡିଗଲେ ୪ ନାବାଳକ
ନଦୀରେ ଗାଧୋଉ ଥିବାବେଳେ ବୁଡିଗଲେ ୪ ନାବାଳକ
author img

By

Published : Jun 6, 2023, 8:24 AM IST

ହାଇଦ୍ରାବାଦ: ତେଲେଙ୍ଗାନାର ଜୋଗୁଲମ୍ବା ଗଡୱାଲ ଜିଲ୍ଲାରେ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ଘଟିଯାଇଛି । ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ୪ ଜଣ ନାବାଳକ ବୁଡିଯାଇ ପ୍ରାଣ ହରାଇଛନ୍ତି । ସମସ୍ତଙ୍କର ବୟସ ୭ରୁ ୧୭ ବର୍ଷ ମଧ୍ୟରେ ହେବ । ମୃତକମାନେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ କୁର୍ନୁଲ ଜିଲ୍ଲାର ହୋଇଥିବା ବେଳେ ତେଲେଙ୍ଗାନାରେ ନିଜର ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ । କ୍ରିଷ୍ଣା ନଦୀରେ ଗାଧୋଉ ଥିବାବେଳେ ଏପରି ଅଘଟଣ ଘଟିଛି ।

ମୃତକମାନେ ହେଲେ ୮ ବର୍ଷୀୟ ସମୀର, ୧୫ ବର୍ଷୀୟ ରିହାନ, ୭ ବର୍ଷୀୟ ନରସିନ ଓ ୧୭ ବର୍ଷୀୟା ଆଫ୍ରିନ । ମୃତକଙ୍କ ବାପାମାଆଙ୍କ ନାମ ଇବ୍ରାହିମ ଓ ଇସମେଲ ବୋଲି ଜଣାପଡିଛି । ସେମାନଙ୍କ ଘର କୁର୍ନୁଲ ଜିଲ୍ଲାରେ । ପୂର୍ବରୁ ସେମାନେ ଜୋଗୁଲମ୍ବା ଗଡୱାଲ ଜିଲ୍ଲା ଇତିକ୍ୟାଲମ ମଣ୍ଡଳ ଅନ୍ତର୍ଗତ ଭାଲୁର ଗାଁରେ ରହୁଥିଲେ । ହେଲେ ଏବେ କୁର୍ନୁଲ ସହରରେ ବସବାସ କରିବା ସହ ସେଠାରେ ବ୍ୟବସାୟ କରନ୍ତି । ତେବେ ସମ୍ପୃକ୍ତ ୪ ଜଣ ପିଲା ତେଲେଙ୍ଗାନା ମନାବପାଡୁ ମଣ୍ଡଳ ଅଞ୍ଚଳରେ ନିଜର ସମ୍ପର୍କୀୟଙ୍କ ଘରକୁ ଏକ ଉତ୍ସବରେ ସାମିଲ ହେବାକୁ ଆସିଥିଲେ ।

ଉତ୍ସବ ସରିବା ପରେ ପ୍ରାୟ ୧୧ ଜଣ ପିଲା ସାଙ୍ଗ ହୋଇ ଅଟୋରେ ପାଖ କ୍ରିଷ୍ଣା ନଦୀରେ ଗାଧୋଇବାକୁ ଯାଇଥିଲେ । ସେମାନେ ଗୋଧାଉ ଥିବାବେଳେ ଅସାବଧାନତା ବଶତଃ ୪ ଜଣ ବୁଡି ଯାଇଥିଲେ । ଏହାଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ନଦୀରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବର୍ତ୍ତମାନ ମୃତଦେହଗୁଡିକୁ ପାଖ ସରକାରୀ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏହି ଖବର ପ୍ରଘଟ ହେବା ପରେ ମୃତକଙ୍କ ବାପାମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଏକ ଶୁଖିଲା କେନାଲକୁ ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟର ତଳେ କିଛି ଯାତ୍ରୀ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ହସ୍ପିଟାଲ ଯିବା ବାଟରେ ଆଖି ବୁଜିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.