ETV Bharat / bharat

ପାର୍ଲାମେଣ୍ଟରେ ଅଲମ୍ପିକ କ୍ରେଜ: 4 କଂଗ୍ରେସ ସାଂସଦ ପିନ୍ଧିଲେ ଟିମ ଇଣ୍ଡିଆ ଜର୍ସି

ଅଲମ୍ପିକରେ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ ଭାରତୀୟ ଟିମ ଜର୍ସି ପରିଧାନ କଲେ କେରଳର 4 କଂଗ୍ରେସ ସାଂସଦ । ଅଧିକ ପଢନ୍ତୁ...

ଅଲମ୍ପିକରେ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ ଭାରତୀୟ ଟିମ ଜର୍ସି ପରିଧାନ କଲେ କେରଳ 4 କଂଗ୍ରେସ ସାଂସଦ

author img

By

Published : Jul 23, 2021, 6:09 PM IST

ନୂଆଦିଲ୍ଲୀ: ଅଲମ୍ପିକରେ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ ଭାରତୀୟ ଟିମ ଜର୍ସି ପରିଧାନ କଲେ କେରଳର 4 କଂଗ୍ରେସ ସାଂସଦ । ସଂସଦରେ ମୌସୁମୀ ଅଧିବେଶନ ଚାଲିଥିବାବେଳେ କେରଳର ଚାରି ସାଂସଦ ଅଲମ୍ପିକ ଜର୍ସି ପରିଧାନ କରି ଭାରତୀୟ ଅଲମ୍ପିକ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଜିଠାରୁ ଆରମ୍ଭ ହୋଇଛି କ୍ରୀଡା ମହାକୁମ୍ଭ ଅଲମ୍ପିକ । ଚଳିତ ବର୍ଷ କୋରୋନା ମହାମାରୀ ମଧ୍ୟରେ ଜାପାନର ଟୋକିଓରେ ଶୁଭାରମ୍ଭ ହୋଇଛି ବିଶ୍ବର ସର୍ବଶ୍ରେଷ୍ଠ କ୍ରୀଡା ମହୋତ୍ସବ ଅଲମ୍ପିକ । ଏହି କ୍ରୀଡା ମହାକୁମ୍ଭ ଉପରେ ରହିଛି ସାରା ବିଶ୍ବର ନଜର । ଅଲମ୍ପିକରେ ଭାଗନେଉଥିବା କ୍ରୀଡାବିତ ମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏ ଭଳି ସ୍ଥିତିରେ ଭାରତରେ ମଧ୍ୟ ଅଲମ୍ପିକ କ୍ରୀଡାବିତଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।

ସୂଚନାଥାଉକି ଚଳିତ ଅଲମ୍ପିକରେ ଭାରତର ସର୍ବାଧିକ 126 ପ୍ରତିଯୋଗୀ ଭାଗ ନେଇଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ମହା ଲଢେଇରେ ଦେଶରେ ମଧ୍ୟ କ୍ରୀଡାପ୍ରେମୀଙ୍କ କ୍ଷେତ୍ରରେ ଉତ୍ସାହର ମହୋଲ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.