ETV Bharat / bharat

NSE ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣ ଗିରଫ - ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ

ପୂର୍ବତନ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ଏମଡି ତଥା ଚିତ୍ରା ରାମକୃଷ୍ଣଙ୍କୁ ଷ୍ଟକ ମାର୍କେଟ ଠକେଇ ମାମଲାରେ ସିବିଆଇ ଗିରଫ କରିଛି। ଅଧିକ ପଢ଼ନ୍ତୁ

former nse ceo chitra ramakrishna arrsted by cbi
NSEର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣ ଗିରଫ
author img

By

Published : Mar 7, 2022, 8:12 AM IST

ନୂଆଦିଲ୍ଲୀ: ପୂର୍ବତନ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE)ର ଏମଡି ତଥା ଚିତ୍ରା ରାମକୃଷ୍ଣଙ୍କୁ ଷ୍ଟକ ମାର୍କେଟ ଠକେଇ ମାମଲାରେ ସିବିଆଇ ଗିରଫ କରିଛି। ଗିରଫ ପୂର୍ବରୁ ଗତ ଶନିବାର ଚିତ୍ରା ରାମକୃଷ୍ଣଙ୍କୁ ସେଣ୍ଟ୍ରାଲ ଫରେନସିକ୍ ସାଇନ୍ସ ଲାବୋରେଟୋରୀ (CFSL) ର ଜଣେ ବରିଷ୍ଠ ସାଇକୋଲୋଜିଷ୍ଟ ପଚରାଉଚରା କରିଥିଲେ। ସିବିଆଇ ଦ୍ବାରା ଯାଞ୍ଚ କରାଯାଉଥିବା 'କୋ-ଲୋକେଶନ' ମାମଲାର ଯାଞ୍ଚ ବେଳେ ଚିତ୍ରାଙ୍କୁ ଯେଉଁ ପ୍ରଶ୍ନ ପଚରା ଯାଇଥିଲା ସେଥିରେ ସେ ସଠିକ ଉତ୍ତର ଦେଇନଥିବା ଅଧିକାରୀ ସୂଚନା ଦେଇଛନ୍ତି।

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିର୍ଦ୍ଦେଶକ ଭାବେ ତିନି ବର୍ଷ ପାଇଁ କାର୍ଯ୍ୟରତ ଥିବା ଚିତ୍ରାଙ୍କ ଗିରଫ ଖବର ସେୟାର ବଜାରରେ ଚର୍ଚ୍ଚାର ବିଷୟ ପାଲଟିଛି। ଚିତ୍ରା ରାମକୃଷ୍ଣ ପୂର୍ବରୁ ଗିରଫ ଆଶଙ୍କା ନେଇ ଆଗୁଆ ଜାମିନ ଆବେଦନ କରିଥିଲେ ମଧ୍ୟ ଗତକାଲି ଦିଲ୍ଲୀର ଏକ ସ୍ବତନ୍ତ୍ର ସିବିଆଇ ଅଦାଲତ ଏହାକୁ ଅଗ୍ରାହ୍ୟ କରି ତାଙ୍କୁ ଗିରଫ କରାଯାଇଛି। ତେବେ NSEର ଗୋପନୀୟ ସୂଚନାକୁ ହିମାଳୟର ଜଣେ ଅଦୃଶ୍ୟ ଯୋଗୀଙ୍କ ନିକଟକୁ ପଠାଇବା ଚିତ୍ରାଙ୍କ ପାଇଁ ଭାରି ମହଙ୍ଗା ପଡ଼ିଛି।

ପୂର୍ବରୁ ଏହି ଘଟଣାରେ NSEର ପୂର୍ବତନ ଗ୍ରୁପ ଅପରେଟିଂ ଅଫିସର ଆନନ୍ଦ ସୁବ୍ରମଣ୍ୟମଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି। ତେବେ ଏହି ମାମଲାରେ ଆଜି(ସୋମବାର) ଚିତ୍ରାଙ୍କୁ କୋର୍ଟରେ ହାଜର କରାଯିବ। ଚିତ୍ରା ରାମକୃଷ୍ଣ 1013ରୁ 2016 ପର୍ଯ୍ୟନ୍ତ NSEର ସିଇଓ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସେ ଜଣେ ହିମାଳୟର ଯୋଗୀଙ୍କ ସହ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ବୋପନୀୟ କଥା ଆଲୋଚନା କରି ବିଭିନ୍ନ ନିଷ୍ପତ୍ତି ନେଉଥିବା ସେବି (Securities and Exchange Board of India) ତଦନ୍ତରୁ ଜଣାପଡ଼ିଛି।

ଏହି ମାମଲାରେ ସେବି ଚିତ୍ରାଙ୍କ ନାଁରେ ତିନି କୋଟିର ଜୋରିମାନା ଲଗାଇଛି। ଖାଲି ସେତିକି ନୁହେଁ, ବର୍ତ୍ତମାନ ସେବି ପରେ ଆୟକର ବିଭାଗ ଏବଂ ସିବିଆଇ ଜାଲରେ ଛନ୍ଦି ହୋଇସାରିଛନ୍ତି ଚିତ୍ରା। ଉଭୟ ଏଜେନ୍ସି ପକ୍ଷରୁ ଚିତ୍ରା, ସୁବ୍ରମଣ୍ୟମ ଓ NSEର ଅନ୍ୟତମ ପୂର୍ବତନ ସିଇଓ ରବି ନାରାୟଣଙ୍କୁ ଜେରା କରି ସେମାନଙ୍କ ଘରେ ଚଢ଼ାଉ କରାଯାଇଥିଲା। ଯାହା ଫଳରେ ସେମାନଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ପ୍ରମାଣ ସଂଗ୍ରହ କରାଯାଇଛି।

ସିବିଆଇ ତଦନ୍ତ ଅନୁଯାୟୀ,2010ରୁ 2015 ବର୍ଷ ମଧ୍ୟରେ NSEରେ ବଡ଼ ଘୋଟାଲା ଦେଖିବାକୁ ମିଳିଛି। 2013 ମାର୍ଚ୍ଚ ଯାଏ NSEର ସିଇଓ ଭାବେ ରବି ନାରାୟଣ ଦାୟିତ୍ବ ଭାର ତୁଲାଉଥିବାବେଳେ ଚିତ୍ରା ଏହାର ଡେପୁଟି ସିଇଓ ଭାବେ କାର୍ଯ୍ୟ କରୁଥିଲେ। 2026ରେ ସେ ସିଇଓ ପଦ ଗ୍ରହଣ କରିଥିଲେ। ତେବେ ପ୍ରାୟ ତିନିଦିନ ଜେରା ପରେ ଚିତ୍ରା ରାମକୃଷ୍ଣଙ୍କୁ ସିବିଆଇ ଗିରଫ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.