ETV Bharat / bharat

ଜେଲରୁ ବାହାରି ଅସୁସ୍ଥ ପତ୍ନୀଙ୍କୁ ଭେଟିଲେ ସିସୋଦିଆ

author img

By ETV Bharat Odisha Team

Published : Nov 11, 2023, 1:23 PM IST

Updated : Nov 11, 2023, 1:30 PM IST

ଦ୍ବିତୀୟ ଥର ପାଇଁ ଜେଲରୁ ବାହାରି ଅସୁସ୍ଥ ପତ୍ନୀଙ୍କୁ ଭେଟିଛନ୍ତି ମନୀଷ ସିସୋଦିଆ । ଅଧିକ ପଢନ୍ତୁ

Manish Sisodia to meet his ailing wife in delhi

ନୂଆଦିଲ୍ଲୀ: ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ଜେଲରୁ ବାହାରିଲେ ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ପତ୍ନୀଙ୍କୁ ଭେଟିବାକୁ ସେ ଦ୍ବିତୀୟ ଥର ପାଇଁ ଜେଲରୁ ବାହାରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟରୁ ଆଶ୍ବସ୍ତି ମିଳିବା ପରେ ଆଜି ସକାଳୁ ପୋଲିସ କଡା ସୁରକ୍ଷା ମଧ୍ୟରେ ସିସୋଦିଆଙ୍କୁ ନେଇ ମଥୁରା ରୋଡରେ ଥିବା ତାଙ୍କ ବାସଭବନରେ ପହଞ୍ଚିଛି । ସେଠାରେ ସେ ନିଜ ପତ୍ନୀଙ୍କୁ ଭେଟିଛନ୍ତି । ସିସୋଦିଆ ନିଜର ଅସୁସ୍ଥ ପତ୍ନୀଙ୍କୁ ଭେଟିବା ଲାଗି ଗୁରୁବାର କୋର୍ଟରେ ଆବେଦନ କରିଥିଲେ । ଶୁକ୍ରବାର କୋର୍ଟ ତାଙ୍କୁ ଅନୁମତି ଦେଇଥିଲେ । ସକାଳ 10ଟାରୁ ସନ୍ଧ୍ୟା 4ଟା ପର୍ଯ୍ୟନ୍ତ ପତ୍ନୀଙ୍କୁ ଭେଟିବା ଲାଗି ସିସୋଦିଆଙ୍କୁ ସେସନ ଜଜ୍‌ ଏମକେ ନାଗପାଲ ଅନୁମତି ଦେଇଥିଲେ ।

ଏହା ପୂର୍ବରୁ ଜୁନ୍ ମାସରେ ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଇଥିଲେ କୋର୍ଟ । ସକାଳ 1ଟାରୁ 5ଟା ପର୍ଯ୍ୟନ୍ତ ସେ ସାକ୍ଷାତ କରିଥିଲେ । ଏହାପରେ ଦ୍ୱିତୀୟ ଥର କୋର୍ଟଙ୍କ ଅନୁମତି ମିଳିବା ପରେ ପତ୍ନୀଙ୍କୁ ଭେଟିବା ପାଇଁ ସେ ତାଙ୍କ ଘରେ ଆଜି ସକାଳେ ପହଞ୍ଚିଛନ୍ତି । ଘର ଭିତରେ ସିସୋଦିଆଙ୍କ ପତ୍ନୀଙ୍କ ସମେତ ଅନ୍ୟ ଦୁଇ ଜଣ ଉପସ୍ଥିତ ରହିଛନ୍ତି । ସିସୋଦିଆଙ୍କ ପତ୍ନୀ ସରକାରୀ ବାସଭବନରେ ରହୁଛନ୍ତି । ଯାହା ପୂର୍ବରୁ ମନୀଷ ସିସୋଦିଆଙ୍କୁ ପ୍ରଦାନ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଅସୁସ୍ଥ ପତ୍ନୀଙ୍କୁ ଭେଟିବେ ସିସୋଦିଆ, ଦ୍ବିତୀୟ ଥର ଲାଗି ମିଳିଲା ଅନୁମତି

ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଅକ୍ଟୋବର ମାସରେ ସିବିଆଇ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା । ଶୁଣାଣି ପରେ ସିସୋଦିଆଙ୍କ ହେପାଜତକୁ ନଭେମ୍ବର 22 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ କୋର୍ଟ । ସେପଟେ ରାଉଜ ଆଭେନ୍ୟୁ କୋର୍ଟ ଓ ଦିଲ୍ଲୀ ହାଇକୋର୍ଟରୁ ଆବେଦନ ଖାରଜ ହେବା ପରେ ସିସୋଦିଆ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ଏହା ଉପରେ ଗତ ୨ ମାସ ଧରି ଶୁଣାଣି ଜାରି ରହିଛି ।

ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ସୁପ୍ରିମକୋର୍ଟରେ ମଧ୍ୟ ସିସୋଦିଆଙ୍କ ଜାମିନ ଆବେଦନକୁ ବିରୋଧ କରିଛନ୍ତି । ଏହାରି ମଧ୍ୟରେ ଆଜି ଦ୍ବିତୀୟ ଥର ପାଇଁ ଅସୁସ୍ଥ ପତ୍ନୀଙ୍କୁ ଭେଟିଛନ୍ତି ସିସୋଦିଆ । ଫେବୃଆରୀ ୨୬ ତାରିଖରେ ସିସୋଦିଆଙ୍କୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିଲା । ଏହାପରେ ଇଡି ପୁଣି ମାର୍ଚ୍ଚ ୯ ତାରିଖରେ ସିସୋଦିଆଙ୍କୁ ତିହାର ଜେଲରୁ ଗିରଫ କରିଥିଲା । ଏହାପରେ ମନୀଷ ସିସୋଦିଆ ୨ଟି ମାମଲାରେ ତିହାର ଜେଲରେ ବନ୍ଦୀ ରହିଛନ୍ତି ।

Last Updated : Nov 11, 2023, 1:30 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.