ହାଇଦ୍ରାବାଦ: ୱାଇଏସଆର କଂଗ୍ରେସ ଛାଡିଲେ ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ । ରାଜନୀତିରେ ପ୍ରବେଶ କରିବାର କିଛି ଦିନ ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି । କିଛି ଦିନ ପର୍ଯ୍ୟନ୍ତ ସେ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଥିବା କହିଛନ୍ତି । ଏନେଇ ଏକ୍ସରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ରାୟୁଡୁ । ଡିସେମ୍ବର 28ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା YSR କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ଦଳରେ ସାମିଲ ହୋଇଥିଲେ ।
-
This is to inform everyone that I have decided to quit the YSRCP Party and stay out of politics for a little while. Further action will be conveyed in due course of time.
— ATR (@RayuduAmbati) January 6, 2024 " class="align-text-top noRightClick twitterSection" data="
Thank You.
">This is to inform everyone that I have decided to quit the YSRCP Party and stay out of politics for a little while. Further action will be conveyed in due course of time.
— ATR (@RayuduAmbati) January 6, 2024
Thank You.This is to inform everyone that I have decided to quit the YSRCP Party and stay out of politics for a little while. Further action will be conveyed in due course of time.
— ATR (@RayuduAmbati) January 6, 2024
Thank You.
ଟ୍ବିଟ୍ କରି ଅମ୍ବାତି ରାୟୁଡୁ କହିଛନ୍ତି, ''ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ, ମୁଁ YSRCP ପାର୍ଟି ଛାଡିବାକୁ ନିଷ୍ପତ୍ତି ନେଇଛି । କିଛି ଦିନ ପର୍ଯ୍ୟନ୍ତ ମୁଁ ରାଜନୀତିରୁ ଦୂରେଇ ରହିବାକୁ ଏପରି ନିଷ୍ପତ୍ତି ନେଇଛି । ଆଗାମୀ ପଦକ୍ଷେପ ବିଷୟରେ ପରବର୍ତ୍ତୀ ସମୟରେ ଅବଗତ କରାଯିବ, ଧନ୍ୟବାଦ ।''
ଏହା ମଧ୍ୟ ପଢନ୍ତୁ- ଜଗନଙ୍କ ଟିମରେ ରାୟୁଡୁ, କ୍ରିକେଟ ପଡିଆ ନୁହେଁ ରାଜନୈତିକ ମୈଦାନକୁ ଓହ୍ଲାଇଲେ
ଗତବର୍ଷ ଡିସେମ୍ବର 28 ତାରିଖରେ ୱାଇଏସଆର କଂଗ୍ରେସ ପାର୍ଟିରେ ସାମିଲ ହୋଇଥିଲେ ଅମ୍ବାତି ରାୟୁଡୁ । କ୍ରିକେଟ ମଇଦାନ ଛାଡି ରାଜନୀତି ମଇଦାନକୁ ଓହ୍ଲାଇଥିଲେ । ଦଳରେ ଯୋଗଦେବା ପୂର୍ବରୁ ସେ ଏକାଧିକ ଥର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କୁ ଭେଟିଥିଲେ । ଏହାପରେ ସେ ଦଳରେ ଯୋଗଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦଳରେ ସାମିଲ ହୋଇଥିଲେ । ଏହାର ଠିକ 9 ଦିନ ପରେ ଅର୍ଥାତ୍ ଆଜି (ଶନିବାର) ସେ ଦଳ ଛାଡିଛନ୍ତି । ଏପରି ନିଷ୍ପତ୍ତି କାହିଁକି ନେଲେ ରାୟୁଡୁ ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।
ରାୟୁଡୁ ଆଗାମୀ 2024 ସାଧାରଣ ନିର୍ବାଚନରେ ମୈଦାନକୁ ଓହ୍ଲାଇବା ବୋଲି ଚର୍ଚ୍ଚା ହେଉଥିଲା । ଲୋକସଭା ନିର୍ବାଚନରେ ସେ କୃଷ୍ଣା କିମ୍ବା ଗୁଣ୍ଟୁର ଆସନରୁ ନିର୍ବାଚନ ଲଢିବେ ବୋଲି କୁହାଯାଉଥିଲା । କିନ୍ତୁ YSR କଂଗ୍ରେସରୁ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ ନ ହେଉଣୁ ସେ ଦଳ ଛାଡିଛନ୍ତି । ଏହା ପଛର କାରଣ ସ୍ପଷ୍ଟ ହୋଇନାହିଁ । ରାୟୁଡୁ ୨୦୧୯ ବିଶ୍ବକପ୍ରୁ ଦଳରୁ ବାଦ ପଡିବା ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହାପରେ ୨୦୨୩ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ । କ୍ରିକେଟରୁ ସନ୍ୟାସ ନେବା ପରେ ରାୟୁଡୁ ଆନ୍ଧ୍ରପ୍ରଦେଶର ରାଜନୀତିରୁ ଦ୍ବିତୀୟ ଇନିଂସ ଆରମ୍ଭ କରିବା ଲାଗି ସଙ୍କେତ ଦେଇଥିଲେ ।