ETV Bharat / bharat

Telangana: କଂଗ୍ରେସର 6 ଗ୍ୟାରେଣ୍ଟି ଘୋଷଣା, ମହିଳାଙ୍କୁ ମାସିକ 2500 ଟଙ୍କା, 5ଶହ ଟଙ୍କାରେ LPG ସିଲିଣ୍ଡର

author img

By ETV Bharat Odisha Team

Published : Sep 17, 2023, 8:07 PM IST

Updated : Sep 17, 2023, 9:19 PM IST

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଗ୍ୟାରେଣ୍ଟି କାର୍ଡ ଘୋଷଣା କଲେ ସୋନିଆ ଗାନ୍ଧୀ । ମହିଳାଙ୍କୁ ମହାଲକ୍ଷ୍ମୀ ଯୋଜନାରେ ମାସିକ 2,500 ଟଙ୍କା ସହାୟତା ରାଶି । 500 ଟଙ୍କାରେ ଏଲପିଜି ସିଲିଣ୍ଡର । ଅଧିକ ପଢନ୍ତୁ

Telangana:  5 ଗ୍ୟାରେଣ୍ଟି ଘୋଷଣା କଲା କଂଗ୍ରେସ

5 ଗ୍ୟାରେଣ୍ଟି ଘୋଷଣା କଲା କଂଗ୍ରେସ, ମହିଳାଙ୍କୁ ମାସିକ 2500 ଟଙ୍କା, 5 ଶହ ଟଙ୍କାରେ LPG ସିଲିଣ୍ଡର

ହାଇଦ୍ରାବାଦ: ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ତେଲେଙ୍ଗାନାରେ କଂଗ୍ରେସ ଆଜି 6 ଗ୍ୟାରେଣ୍ଟି ଘୋଷଣା କରିଛି । ଆଜି ହାଇଦ୍ରାବାଦରେ ଜାରି ରହିଥିବା ଦଳର ଦୁଇଦିନିଆ କାର୍ଯ୍ୟକାରୀ କମିଟି ବୈଠକ ଶେଷ ହେବା ପରେ ଏକ ସାଧାରଣ ସଭାରେ ଏହି ଗ୍ୟାରେଣ୍ଟି ଘୋଷଣା କରିଛି ଦଳ । ତମାମ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ଦଳର ପୂର୍ବତନ ଅଧ୍ୟକ୍ଷା ତଥା ବର୍ତ୍ତମାନର ଦଳର ସଂସଦୀୟ କମିଟି ନେତ୍ରୀ ସୋନିଆ ଗାନ୍ଧୀ ଏହି 6 ସୂତ୍ରୀ ଗ୍ୟାରେଣ୍ଟି ଘୋଷଣା କରଛନ୍ତି ।

କଂଗ୍ରେସର ଗ୍ୟାରେଣ୍ଟି କାର୍ଡର ଫୋକସରେ ରହିଛନ୍ତି ମହିଳା । ରାଜ୍ୟରେ ଦଳ ସରକାର ଗଠନ କଲେ ମହିଳାଙ୍କୁ ପ୍ରତିମାସରେ 2,500 ଟଙ୍କାର ସହାୟତା ରାଶି ପ୍ରଦାନ କରିବ । ଏହି ଯୋଜନାର ନାମ ରଖାଯାଇଛି ‘ମହାଲକ୍ଷ୍ନୀ ଯୋଜନା’ । ସେହିପରି କେବଳ ଆର୍ଥିକ ସହାୟତା ନୁହେଁ ବରଂ ରାଜ୍ୟ ପରିବହନ ନିଗମ (TSRTC) ବସରେ ସମଗ୍ର ରାଜ୍ୟରେ ମହିଳାଙ୍କ ପାଇଁ ଦେୟମୁକ୍ତ ଯାତ୍ରାର ବ୍ୟବସ୍ଥା କରିବ । ସେହିପରି ମାତ୍ର 5ଶହ ଟଙ୍କାରେ ଏଲପିଜି ସିଲିଣ୍ଡର ମଧ୍ୟ ଯୋଗାଇ ଦେବାକୁ କଂଗ୍ରେସ ଘୋଷଣା କରିଛି ।

ଆଜି ଦଳୀୟ ବୈଠକ ଶେଷ ହେବା ପରେ ରଙ୍ଗାରେଡ୍ଡୀ ଜିଲ୍ଲାର ବିଜୟାଭେରୀରେ ଏକ ବିଶାଳ ସାଧାରଣ ସଭା ଆୟୋଜନ କରିଥିଲା ଦଳ । ଏଥିରେ ଦଳମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ସାଂସଦ ରାହୁଲ ଗାନ୍ଧୀ, ଦଳର ଜାତୀୟ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲଙ୍କ ସମେତ ପ୍ରଦେଶ କଂଗ୍ରେସ ନେତା ପ୍ରମୁଖଙ୍କ ଉପସ୍ଥିତିରେ ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ଘୋଷଣା କରିଛନ୍ତି । କହିଛନ୍ତି, ସେ ତେଲେଙ୍ଗାନାରେ କଂଗ୍ରେସ ସରକାର ଦେଖିବାକୁ ଚାହାନ୍ତି । ଦଳ ଆଜି ଯେଉଁ 6 ଗ୍ୟାରେଣ୍ଟି ଘୋଷଣା କରିଛି, ତାହା ବିଶେଷ ଭାବେ ରାଜ୍ୟର ମହିଳାଙ୍କୁ ସଶକ୍ତ କରିବାକୁ ଯାଉଛି । ଦଳ ଏହି ଗ୍ୟାରେଣ୍ଟି ପୂରଣ କରିବା ଦିଗରେ ପ୍ରତିଶୃତିବଦ୍ଧ ମଧ୍ୟ । ସରକାର ଗଠନ ହେବା ପରେ ଏହି ଗ୍ୟାରେଣ୍ଟିକୁ କାଳଅବିଳମ୍ବେ ପୂରଣ କରାଯିବା ନେଇ ସୋନିଆ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Special session of Parliament: ମହିଳା ସଂରକ୍ଷଣ ବିଲ ଦାବି କଲା କଂଗ୍ରେସ

ଦଳ କର୍ଣ୍ଣାଟକରେ ମଧ୍ୟ ନିର୍ବାଚନ ଲଢ଼ିବା ବେଳେ 5ଟି ଗ୍ୟାରେଣ୍ଟି ଘୋଷଣା କରିଥିଲା । ଦଳର ଏହି ରଣନୀତି ସଫଳ ମଧ୍ୟ ହୋଇଥିଲା । ଭାରତୀୟ ଜନତା ପାର୍ଟିକୁ କ୍ଷମତାରୁ ବାହାରକୁ ରାସ୍ତା ଦେଖାଇ କଂଗ୍ରେସ 137 ଆସନ ସହ ଐତିହାସିକ ଜନାଦେଶ ପାଇଥିଲା । ଏବେ ଦଳ ସମାନ ରଣନୀତି ପଡ଼ୋଶୀ ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ମଧ୍ଯ ଆପଣାଇଛି । ବିଶେଷ ଭାବେ ମହିଳାଙ୍କୁ ଫୋକସରେ ରଖି ଦଳ ଆଜି 5ସୂତ୍ରୀ ଗ୍ୟାରେଣ୍ଟି କାର୍ଡ ଘୋଷଣା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 17, 2023, 9:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.