ETV Bharat / bharat

Major Blow to BJP: ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର - ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ଜଗଦୀଶ ଶେଟ୍ଟରଙ୍କୁ ମିଳିଲାନି ଟିକେଟ । ବିଜେପି ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ଦଳରୁ ଇସ୍ତଫା ଦେଲେ ଶେଟ୍ଟର । ଅଧିକ ପଢନ୍ତୁ

Former CM Jagadish Shettar
Former CM Jagadish Shettar
author img

By

Published : Apr 16, 2023, 9:21 AM IST

ବେଙ୍ଗାଲୁରୁ: ଯାହା କହିଥିଲେ ତାହା କରିଲେ । ଟିକେଟ ନମିଳିବାରୁ ବିଜେପି ଛାଡିଲେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଟିକେଟ ନମିଳିଲେ ଦଳ ଛାଡିବେ ବୋଲି ପୂର୍ବରୁ ଆଭାଷ ଦେଇଥିଲେ ଜଗଦୀଶ । ତେବେ ନିଜେ କହିବା ମୁତାବକ ଶନିବାର ଦଳରୁ ଇସ୍ତଫା ଦେଇଥିବା ନେଇ ସେ ଘୋଷଣା କରିଛନ୍ତି ।

ଏନେଇ ଗତକାଲି(ଶନିବାର) ରାତିରେ ୬୭ ବର୍ଷୀୟ ନେତା କହିଛନ୍ତି, "ମୁଁ ଦଳରୁ ଇସ୍ତଫା ଦେବି । ମୁଁ ନିର୍ବାଚନରେ ନିଶ୍ଚିତଭାବେ ପ୍ରତିଦ୍ବନ୍ଦିତା କରିବି । ମୁଁ ବାଚସ୍ପତି ବିଶ୍ବେସର ହେଗଡେ କାଗେରୀଙ୍କୁ ଦେଖା କରିବା ପାଇଁ ଅନୁମତି ମାଗିଥିଲି । କିନ୍ତୁ ସେ ବର୍ତ୍ତମାନ ସିରିସିରେ ରହିଥିବାରୁ ମୁଁ ଇସ୍ତଫା ଦେବା ନେଇ ଘୋଷଣା କରିଛି । ମୁଁ ଦୁଃଖର ସହ ବାଧ୍ୟ ହୋଇ ଦଳ ଛାଡିବି । ମୁଁ ଦଳକୁ ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲି । କିନ୍ତୁ କିଛି ନେତା ମୋତେ ଦଳ ଛାଡିବା ପାଇଁ ବାଧ୍ୟ କରୁଛନ୍ତି । ମୁଁ ଦୁଃଖିତ ।"

ସେ ବିଧାନସଭା ବାଚସ୍ପତିଙ୍କ ସମେତ ବିଜେପି ପ୍ରତି ତାଙ୍କର ଅବଦାନକୁ ମନେ ପକାଇ ଶେଟ୍ଟର କହିଛନ୍ତି, "ସେମାନେ(ଦଳର ନେତା) ମୋତେ ଏପର୍ଯ୍ୟନ୍ତ ବୁଝିପାରିଲେ ନାହିଁ । ସେମାନେ ମୋତେ ଅପମାନିତ କରିଛନ୍ତି । ମୋ ବିରୋଧରେ ଷଡଯନ୍ତ୍ର କରିଛନ୍ତି । ମୋତେ ଯେଉଁଭଳି ଭାବେ ଅଣଦେଖା କରିଲେ ମୋତେ ବହୁତ ଆଘାତ ଲାଗିଛି । ମୋତେ ଲାଗିଲା ମୁଁ ଚୁପ ରହିବା ଠିକ ହେବ ନାହିଁ, ତେଣୁ ମୁଁ ଚାଲେଞ୍ଜ କରୁଛି । ଏହି ସବୁକୁ ନେଇ ମୁଁ ନିର୍ବାଚନ ଲଢିବି ବୋଲି କହିଥିଲି ।"

ଅନ୍ୟପଟେ ବିଜେପିକୁ ଟାର୍ଗଟ କରି ଜଗଦୀଶ କହିଛନ୍ତି," ମୁଁ ନିଶ୍ଚିତ ଭାବେ ନିର୍ବାଚନ ଲଢିବି । ମୁଁ ପ୍ରଥମେ ଉପଯୁକ୍ତ ବ୍ୟକ୍ତିବିଶେଷଙ୍କ ଠାରୁ ଅନୁମତି ନେବା ପରେ ପରବର୍ତ୍ତr କାର୍ଯ୍ୟକ୍ରମ ବିଷୟରେ ଘୋଷଣା କରିବି ।" ୬ ଥର ବିଧାୟକ ହୋଇଥିବା ଜଗଦୀଶ ଶେଟ୍ଟର ଦଳ ଛାଡିବା ନେଇ ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ବାସଭବନକୁ ଆସିଥିଲେ ।

ଏହି ବରିଷ୍ଠ ନେତା ରାଜ୍ୟ ବିଧାନସଭାକୁ ମୋଟ ୬ଥର ନିର୍ବାଚିତ ହୋଇଥିଲା ବେଳେ ବର୍ଷ ୨୦୧୨ରେ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ରହିସାରିଥିବା ଏହି ବରିଷ୍ଠ ନେତା ହୁବାଲୀ ଆସନରୁ ବିଧାୟକ ରହିଥିଲେ । ସେ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଗତ ବିଧାନସଭା ନିର୍ବାଚନ ଅର୍ଥାତ ୨୦୧୮ରେ ୨୧ ହଜାର ଭୋଟ ବ୍ୟବଧାନରେ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ମହେଶ ନଲଓ୍ବାଡଙ୍କୁ ପରାଜିତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.