ETV Bharat / bharat

ଦଶମ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା: ଆନ୍ଧ୍ରର ପୂର୍ବତନ ମନ୍ତ୍ରୀ ଗିରଫ - ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆନ୍ଧ୍ରର ପୂର୍ବତନ ମନ୍ତ୍ରୀ ଗିରଫ

ଦଶମ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆନ୍ଧପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟିର ନେତା ପି. ନାରାୟଣଙ୍କୁ ଆଜି( ମଙ୍ଗଳବାର) ପୋଲିସ ଗିରଫ କରିଛି । ତେଲେଙ୍ଗାନାର ହାଇଦ୍ରାବାଦା ଜିଲ୍ଲା ଅନ୍ତର୍ଗତ କୋଣ୍ଡାପୁର ସ୍ଥିତ ନିଜ ବାସଭବନରୁ ତାଙ୍କୁ ଆନ୍ଧ୍ର ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ

ଦଶମ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା
ଦଶମ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା
author img

By

Published : May 10, 2022, 8:46 PM IST

ଅମରାବତୀ: ଦଶମ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆନ୍ଧପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟିର ନେତା ପି. ନାରାୟଣଙ୍କୁ ଆଜି( ମଙ୍ଗଳବାର) ପୋଲିସ ଗିରଫ କରିଛି । ତେଲେଙ୍ଗାନାର ହାଇଦ୍ରାବାଦା ଜିଲ୍ଲା ଅନ୍ତର୍ଗତ କୋଣ୍ଡାପୁରସ୍ଥିତ ନିଜ ବାସଭବନରୁ ତାଙ୍କୁ ଆନ୍ଧ୍ର ପୋଲିସ ଗିରଫ କରିଛି । ପୋଲିସ ଗିରଫ କରିବା ପରେ ତାଙ୍କୁ ଅଧିକ ତଦନ୍ତ ପାଇଁ ଚିତ୍ତୋରକୁ ନେଇଛି ।

ସେହିପରି ପି. ନାରାୟଣ ହେଉଛନ୍ତି, ନାରାୟଣ ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ । ଏଥିସହ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିଭନ୍ନ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକଙ୍କ ସମେତ ଶିକ୍ଷକଙ୍କୁ ପୋଲିସ ଗତ କିଛି ସପ୍ତାହ ପୂର୍ବେ ଗିରଫ କରିଥିଲା । ଏହା ସହିତ ନାରାୟଣ ଗ୍ରୁପ ଅନୁଷ୍ଠାନର କିଛି ଶିକ୍ଷକଙ୍କୁ ମଧ୍ୟ ଏହି ଘଟଣାରେ ଗିରଫ କରିଥିଲା ପୋଲିସ ।

ଅନ୍ୟପଟେ ନାରାୟଣଙ୍କୁ ଗିରଫ ପ୍ରସଙ୍ଗରେ ଟିଡିପି ପକ୍ଷରୁ ଏହାକୁ ନିନ୍ଦା କରିବା ସହ ୱାଇଏସଆର କଂଗ୍ରେସ ପାର୍ଟି ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଗିରଫ କରିଛି ପୋଲିସ । ଏପଟେ ଟିଡିପି ଆନ୍ଧ୍ରପ୍ରଦେଶ ଶାଖାର ସଭାପତି ଏହାକୁ ନିନ୍ଦା କରିବା ସହିତ ନାରାୟଣଙ୍କ ଗିରଫକୁ ନେଇ ପ୍ରଶ୍ନ କରିଛନ୍ତି । ତେବେ ଆନ୍ଧ୍ରପ୍ରଦେଶ ଶିକ୍ଷାମନ୍ତ୍ରୀ ବୋତସା ସତ୍ୟନାରାୟଣ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ମନା କରିଥିବାବେଳେ କେଉଁ ଆଧାରରେ ନାରାୟଣଙ୍କୁ ଗିରଫ କରାଗଲା ସେ ପ୍ରଶ୍ନ କରିଛନ୍ତି ।

@IANS

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.