ETV Bharat / bharat

କୁପୱାଡାରେ ସେନାର ସର୍ଚ୍ଚ ଅପରେସନ, ଟଳିଲା ଜଣେ ବିଦେଶୀ ଆତଙ୍କୀ

ଜମ୍ମୁ କାଶ୍ମୀର କୁପୱାଡାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ବିଦେଶୀ ଆତଙ୍କୀକୁ ସଫା କରିଛି ସୁରକ୍ଷାବାହିନୀ । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ଅଧିକ ପଢନ୍ତୁ

foreign terrorist killed in jammu
କୁପୱାଡାରେ ସେନାର ସର୍ଚ୍ଚ ଅପରେସନ
author img

By

Published : Oct 26, 2022, 10:01 AM IST

ଶ୍ରୀନଗର: ସୀମାରେ ପୁଣି ଫୁଟିଲା ଗୁଳି । ଉତ୍ତର ଜମ୍ମୁ କାଶ୍ମୀର କୁପୱାଡା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଲଓସିରେ (Line of Control) ସୁରକ୍ଷାକର୍ମୀ ଆରମ୍ଭ କରିଥିବା ଅପରେସନରେ ସଫଳ ହୋଇଛି । ସେନା ଗୁଳିରେ ଜଣେ ବିଦେଶୀ ଆତଙ୍କୀ ନିପାତ ହୋଇଛି । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏଲଓସିର ସୁଦପୋରେ ସୁରକ୍ଷାକର୍ମୀର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏଥିରେ ଜମ୍ମୁ ପୋଲିସ ମଧ୍ୟ ସାମିଲ ହୋଇଥିଲେ । ଆତଙ୍କୀଙ୍କ ଉପସ୍ଥିତି ନେଇ ସୂଚନା ପାଇବା ପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଥିଲା ସେନା । ଦୀର୍ଘ ସମୟ ଧରି ସୁରକ୍ଷାବଳ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ବିଦେଶୀ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ନିହତ ଆତଙ୍କୀଠୁ ଅସ୍ତ୍ରଶସ୍ତ୍ର ସହ ଦସ୍ତାବିଜ ଜବତ ହୋଇଛି । ମିଳିଥିବା ଦସ୍ତାବିଜରୁ କିଛି ବିଦେଶୀ ଲିଙ୍କ ମିଳିବା ନେଇ ଅନୁମାନ କରାଯାଉଛି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଥିବା ପୋଲିସ ମୁଖ୍ୟ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...ତୁରନ୍ତ ୟୁକ୍ରେନ ଛାଡ, ପୁଣିଥରେ ନାଗରିକଙ୍କ ନିର୍ଦ୍ଦେଶ ଦେଲା ଭାରତୀୟ ଦୂତାବାସ

ଗତ କିଛି ଦିନ ମଧ୍ୟରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ କ୍ରମାଗତ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘ଆଣ୍ଟି ଟେରର ଅପରେସନ’କୁ ଜୋରଦାର କରିଛି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି । କେତେବେଳେ ଆତଙ୍କୀଙ୍କୁ ନିପାତ ତ କେବେ ସେମାନଙ୍କୁ ଗିରଫ କରିବାରେ ସୁରକ୍ଷାବଳକୁ ସଫଳତା ମିଳିଛି । ଶେଷ ଥର ପାଇଁ ଅକ୍ଟୋବର 10 ତାରିଖରେ ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥରେ 2 ଆତଙ୍କୀକୁ ନିପାତ କରିଥିଲା ସେନା । ଏହାର ପୂର୍ବ ପୂର୍ବଦିନ ସୋପିଆନାରେ ଏନକାଉଣ୍ଟର ହୋଇଥିଲା ମାତ୍ର ସେନାକୁ ସଫଳତା ମିଳିନଥିଲା । ଚଳିତ ବର୍ଷ ସୀମାରେ 30ରୁ ଅଧିକ ଥର ଏନକାଉଣ୍ଟର ହେଲାଣି ଏଥିରେ ପ୍ରାୟ 100ରୁ ଅଧିକ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛି ସେନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.