ETV Bharat / bharat

ଅକ୍ସିଜେନ ଯୋଗାଣ, ଯବାନଙ୍କୁ ସହଯୋଗ; କୋଭିଡ କାଳରେ ଏମିତି ସୀମା ଉପରେ ରହିଛି ବାୟୁସେନାର ନଜର - ଅକ୍ସିଜେନ ଯୋଗାଣ

81 ସ୍କ୍ବାଡ୍ରନର କମାଣ୍ଡିଂ ଅଫିସର ପି ସିସୋଦିଆ କହିଛନ୍ତି ଯେ ସି -17 ବିମାନଟି ବହୁତ ଦକ୍ଷ ଏବଂ ସମସ୍ତ ପ୍ରକାର କାର୍ଯ୍ୟରେ ଏହାର ଉପଯୋଗିତା ପ୍ରମାଣ କରିଛି। ଟ୍ୟାଙ୍କ କିମ୍ବା ଯୁଦ୍ଧ ସାମାଗ୍ରୀ ପହଞ୍ଚାଇବା ହେଉ କି ଅକ୍ସିଜେନ ଟ୍ୟାଙ୍କର ବିତରଣ, C-17 ଗ୍ଲୋବମାଷ୍ଟର୍ ସମସ୍ତ କାର୍ଯ୍ୟରେ ଏହାର ଉପଯୋଗିତା ସିଦ୍ଧ ପ୍ରମାଣ କରିଛି । ଅଧିକ ପଢନ୍ତୁ...

ଅକ୍ସିଜେନ ଯୋଗାଣ, ଯବାନଙ୍କୁ ସହଯୋଗ; କୋଭିଡ କାଳରେ ଏମିତି ସୀମା ଉପରେ ରହିଛି ବାୟୁସେନାର ନଜର

author img

By

Published : May 28, 2021, 9:55 PM IST

ନୂଆଦିଲ୍ଲୀ: ଭାରତରେ ମହାମାରୀ କୋରୋନାର ଦ୍ବିତୀୟ ଲହରୀର ସଙ୍କଟ ମଧ୍ୟରେ ବିନା ଥକି ଅକ୍ସିଜେନ ପହଞ୍ଚାଇବାର କାମ ଜାରି ରଖିଛି ଭାରତୀୟ ବାୟୁସେନା । ଏହି ବଡ ଅଭିଯାନ ମଧ୍ୟରେ ବାୟୁସେନା ପାକିସ୍ତାନ ଓ ଚୀନ ସୀମାରେ ମୁତୟନ ଯବାନଙ୍କ ସହଯୋଗ ନିଷ୍ଠାର ସହ ଜାରି ରଖିଛି ।

ଗତବର୍ଷ ଏପ୍ରିଲ ଓ ମେ ମାସରୁ ଚୀନ ସହ ଲାଗିଥିବା ବାସ୍ତବିକ ନିୟନ୍ତ୍ରଣ ରେଖା ଓ ପୂର୍ବ ଲଦାଖ ଅଞ୍ଚଳରେ ବୃହତ ସଂଖ୍ୟାରେ ଯବାନ ମୁତୟନ ହୋଇଛନ୍ତି । ଗ୍ରୁପ କ୍ୟାପଟେନ ମନୀଷ କୁମାରଙ୍କ ସୂଚନା ଅନୁଯାୟୀସ, ସି -17 ବିମାନ ଯୁଦ୍ଧ ଟ୍ୟାଙ୍କଗୁଡିକୁ ଏୟାରଲିଫ୍ଟ କରିବାରେ ସକ୍ଷମ। ଦିନରାତି କୋଭିଡ ସମ୍ବନ୍ଧୀୟ ଅପରେସନ ସମେତ ସୀମାରେ ମୁତୟନ ଯବାନଙ୍କର ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ ଜାରି ରହିଛି |

81 ସ୍କ୍ବାଡ୍ରନର କମାଣ୍ଡିଂ ଅଫିସର ପି ସିସୋଦିଆ କହିଛନ୍ତି ଯେ ସି -17 ବିମାନଟି ବହୁତ ଦକ୍ଷ ଏବଂ ସମସ୍ତ ପ୍ରକାର କାର୍ଯ୍ୟରେ ଏହାର ଉପଯୋଗିତା ପ୍ରମାଣ କରିଛି। ଟ୍ୟାଙ୍କ କମ୍ବା ଯୁଦ୍ଧ ସାମାଗ୍ରୀ ପହଞ୍ଚାଇବା ହେଉ କି ଅକ୍ସିଜେନ ଟ୍ୟାଙ୍କର ବିତରଣ, C-17 ଗ୍ଲୋବମାଷ୍ଟର୍ ସମସ୍ତ କାର୍ଯ୍ୟରେ ଏହାର ଉପଯୋଗିତା ସିଦ୍ଧ ପ୍ରମାଣ କରିଛି ।

କୋରୋନା ଅପରେସନ ସମୟରେ ସ୍କ୍ବାଡ୍ରନ୍ ଯବାନଙ୍କ ସୁରକ୍ଷା ଉପରେ ସେମାନେ କହିଛନ୍ତି ଯେ କ୍ରୁ ସଦସ୍ୟମାନେ ଏୟାର ବବଲରେ ଅପରେଟ କରନ୍ତି । ବର୍ତ୍ତମାନ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ପାଇଲଟମାନଙ୍କୁ ତିନିଟି ଟିମରେ ବିଭକ୍ତ କରାଯାଇଛି | ଏହି ଦଳଗୁଡିକ କୋଭିଡ ରିଲିଫ, ବାତ୍ୟା ଉଦ୍ଧାର କାର୍ଯ୍ୟ, ଚୀନ-ପାକିସ୍ଥାନ ସୀମା ସହିତ ସଂଯୁକ୍ତ ଟାକ୍ସରେ ନିୟୋଜିତ ହୋଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.