ETV Bharat / bharat

Assam Flood: ସୁଧୁରୁଛି ସ୍ଥିତି, 15 ଜିଲ୍ଲାରେ ପ୍ରାୟ 3 ଲକ୍ଷ ପ୍ରଭାବିତ - ଆସାମ ବନ୍ୟାରେ 3 ଲକ୍ଷ ପ୍ରଭାବିତ

ଆସାମରେ ଧିରେ ଧିରେ ସୁଧୁରୁଛି ବନ୍ୟା ସ୍ଥିତି । 15 ଜିଲ୍ଲାର ପ୍ରାୟ 3 ଲକ୍ଷ ପ୍ରଭାବିତ । 874 ଗ୍ରାମ ଜଳବନ୍ଦୀ । ବର୍ଷା ବନ୍ଦ ହେବା ପରେ ସ୍ଥିତିରେ ଆସୁଛି ସୁଧାର । ଅଧିକ ପଢନ୍ତୁ

Assam Flood: ସୁଧୁରୁଛି ସ୍ଥିତି: 15 ଜିଲ୍ଲାର ପ୍ରାୟ 3 ଲକ୍ଷ ପ୍ରଭାବିତ

author img

By

Published : Jun 26, 2023, 1:17 PM IST

ଗୌହାଟୀ: ଆସାମରେ ପ୍ରାକ ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷା ହେବା ପରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ କ୍ରମଶଃ ସୁଧାର ଆସିବାର ଲାଗିଛି । ରାଜ୍ଯରେ ମୋଟ 15ଟି ଜିଲ୍ଲାର ପ୍ରାୟ 2 ଲକ୍ଷ 70 ହଜାରରୁ ଅଧିକ ଲୋକେ ଏଥିରେ ପ୍ରଭାବିତ ହୋଇଛନ୍ତି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ, ବଜାଲି, ବରପେଟା, ଦରାଙ୍ଗ, ଧୁବ୍ରୀ, ଦିବୃଗଡ, ଗୋଲପାରା, ଗୋଲାଘାଟ,ଜୋରାହାଟ,କମରୂପ, ଲକ୍ଷ୍ନୀପୁର, ନାଗୋନ, ନାଲବରୀ, ତାମୁଲପୁର ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହି ଜିଲ୍ଲାଗୁଡିକରେ ମୋଟ 37 ରାଜ୍ୟସ୍ବ ମଣ୍ଡଳରେ ପ୍ରାୟ 874 ଗ୍ରାମ ପ୍ରଭାବିତ ହୋଇଛି ।

  • #WATCH | The flood situation in Assam's Barpeta district is still grim as nearly 1.70 lakh people have been affected.

    NDRF, SDRF, Fire & Emergency Services personnel are engaged in the rescue operations.

    (Visuals from Barpeta district) pic.twitter.com/6G9nQ3gkjq

    — ANI (@ANI) June 26, 2023 " class="align-text-top noRightClick twitterSection" data=" ">

ରାଜ୍ୟରେ ପ୍ରାୟ 2 ଲକ୍ଷ 70 ହଜାରରୁ ଅଧିକ ଲୋକେ ପ୍ରଭାବିତ ହୋଇଥିବା ବେଳେ ସର୍ବାଧିକ ବାରପେଟା ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ଏଥିରେ ପ୍ରାୟ ଲକ୍ଷେ 70 ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ବାଜାଲିରେ 60 ହଜାର, ଲକ୍ଷ୍ମୀପୁରରେ 22 ହଜାର, ନାଲବରୀରେ 10 ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି । ବର୍ଷା କମିବା ପରେ ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ପାଣି ଘରରେ ଥିବା ଅଞ୍ଚଳରେ ଧିରେ ଧିରେ ଯୋଗାଯୋଗ ସ୍ବାଭାବିକ ମଧ୍ୟ ହେବାରେ ଲାଗିଛି ।

ସେହିପରି ରାଜ୍ୟରେ ପ୍ରାୟ ମୋଟ 5936.63 ହେକ୍ଟର ଚାଷ ଜମି ମଧ୍ୟ ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ଛାଡିଯିବା ପରେ କ୍ଷୟକ୍ଷତି ଆକଳନ କରାଯିବା ପରେ କୃଷକଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ । ଏବେ ରାଜ୍ୟରେ 61 ରିଲିଫ କ୍ୟାମ୍ପ ଓ 104 ରିଲିଫ ବିତରଣ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି । ଏବେ ସୁଦ୍ଧା ପ୍ରଭାବିତ ଜିଲ୍ଲାରେ ପ୍ରାୟ 43,064 ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି ।

ଗତ 24 ଘଣ୍ଚାରେ ସର୍ବାଧିକ କ୍ଷୟକ୍ଷତି ହୋଇଛି । କେବଳ ନାଲବରୀ ଜିଲ୍ଲାରେ 222 ଗୃହପାଳିତ ପଶୁଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ 1290 ଘର ଭାଙ୍ଗିଛି । 3 ଟି ପୋଲ ଓ କିଛି ସରକାରୀ କୋଠା ମଧ୍ୟ କିଛି ସ୍ଥାନରେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଯୋଗଯୋଗ ସ୍ବାଭାବିକ କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ କାର୍ଯ୍ୟ ଜାରି ରଖିଛି । ବନ୍ୟା ସ୍ଥିତି ଓ ଉଦ୍ଧାର ଅପରେସନରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ନଜର ରଖିଛନ୍ତି । ବନ୍ୟା ପରେ ତୁରନ୍ତ କ୍ଷୟକ୍ଷତି ଆକଳନ, ପ୍ରଭାବିତଙ୍କୁ ସରକାରୀ ସହାୟତା ଓ କ୍ଷତିଗ୍ରସ୍ତ ଭିତ୍ତିଭୂମିକୁ ସଜାଡିବାରେ ପ୍ରାଥମିକତା ଦିଆଯିବା ନେଇ ରାଜ୍ୟ ସରକାର ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.