ଜୟପୁର: IMA ବିରୁଦ୍ଧରେ ବୟାନ ଦେଇ ବିବାଦରେ ଛନ୍ଦି ହୋଇପଡିଥିବା ବାବା ରାମଦେବଙ୍କୁ ଆଉ ଏକ ଝଟକା । ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀର ସୋରିଷ ତେଲକୁ ନିମ୍ନମାନର ବୋଲି ଘୋଷଣା କରିଛି ରାଜସ୍ଥାନ ସରକାର । ସିଙ୍ଗାନିଆ ତୈଳ କାରଖାନା ଦ୍ୱାରା ପତଞ୍ଜଳିକୁ ଯୋଗା ଯାଉଥିବା ସୋରିଷ ତେଲର ପାଞ୍ଚଟି ନମୁନା ପରୀକ୍ଷା କରାଯାଇଥିଲା ।
ସମସ୍ତ ପାଞ୍ଚଟି ନମୁନା ନିମ୍ନମାନର ବୋଲି ପ୍ରମାଣିତ ହୋଇଛି । ସେଗୁଡ଼ିକ ଖାଦ୍ୟ ଅନୁପଯୋଗୀ ବୋଲି ଘୋଷଣା କରାଯାଇଛି । ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଓମପ୍ରକାଶ ମୀନା କହିଛନ୍ତି ଯେ, ସୋରିଷ ତେଲ ପ୍ୟାକେଟର ଖାଦ୍ୟ ନିରାପତ୍ତାକୁ ନେଇ ସ୍ଥାନୀୟ ପ୍ରଶାସନଙ୍କ ଉପସ୍ଥିତିରେ 27 ମେ' ରେ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷା ରିପୋର୍ଟ ଅଲୱାରର ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଲାବୋରେଟୋରୀ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।
ମୀନା କହିଛନ୍ତି ଯେ, ପତଞ୍ଜଳି ସୋରିଷ ତେଲ ପାଉଚ୍ ଏବଂ ତେଲ ବୋଟଲ ନିମ୍ନମାନର । ଶ୍ରୀ ଶ୍ରୀ ତତ୍ତ୍ବ ସୋରିଷ ତେଲରୁ ମଧ୍ୟ ସମାନ ତଥ୍ୟ ଆସିଛି । ଅନ୍ୟପଟେ ପ୍ରାୟ ଦୁଇ ସପ୍ତାହ ପୂର୍ବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିର୍ଦ୍ଦେଶରେ ଅଲୱାର ଜିଲ୍ଲା ଅଧିକାରୀ ସିଙ୍ଗାନିଆ ତୈଳ କାରଖାନା ଉପରେ ଚଢାଉ କରି ବିପୁଳ ପରିମାଣର ପତଞ୍ଜଳିର ପ୍ୟାକିଂ ପାଉଚ୍ ଏବଂ ଉତ୍ପାଦ କରିଥିଲେ । ଏଥିସହ ମିଲକୁ ମଧ୍ୟ ସିଲ୍ କରାଯାଇଥିଲା । ବର୍ତ୍ତମାନ ପତଞ୍ଜଳିର ସୋରିଷ ତେଲ ନିମ୍ନମାନର ବୋଲି ଘୋଷଣା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ