ETV Bharat / bharat

କୋରୋନା ଭୟରେ ବିଷ ପିଇଦେଲେ ଗୋଟିଏ ପରିବାରର ୫ ସଦସ୍ୟ, ୨ ମୃତ - ତାମିଲନାଡୁରେ କୋରୋନା ଭୟ

କୋରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ବିଷ ପିଇଦେଲେ ଗୋଟିଏ ପରିବାରର ୫ ସଦସ୍ୟ । ଜଣେ ୨୩ ବର୍ଷୀୟା ମହିଳା ଓ ତାଙ୍କ ୩ ବର୍ଷୀୟ ପୁଅର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

କୋରୋନା ଭୟରେ ବିସ ପିଇଲେ ଗୋଟିଏ ପରିବାରର ୫ ସଦସ୍ୟ, ୨ମୃତ

author img

By

Published : Jan 10, 2022, 10:20 AM IST

ଚେନ୍ନାଇ: ଡରାଇଲା କୋରୋନା ସଂକ୍ରମଣ । ଶେଷରେ ବର୍ତ୍ତିବା ପାଇଁ ବିଷ ପିଇଲେ ଗୋଟିଏ ପରିବାରର ୫ ସଦସ୍ୟ । ସେମାନଙ୍କ ମଧ୍ୟରୁ ଜଣେ ୨୩ ବର୍ଷୀୟା ମହିଳା ଓ ତାଙ୍କ ୩ ବର୍ଷୀୟ ପୁଅର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ତାମିଲନାଡୁର ମାଣ୍ଡୁରାଇରେ ।

ସୂଚନା ଅନୁୟାୟୀ ମୃତ ମହିଳା ଜଣଙ୍କ ହେଉଛନ୍ତି ଜ୍ୟୋତିକା । ବାପାଙ୍କ ମୃତ୍ୟୁ ପରେ ସେ ତାଙ୍କ ମା’ଙ୍କ ପାଖରେ ରହୁଥିଲେ । କୋରୋନାର ସାମାନ୍ୟ ଲକ୍ଷଣ ଦେଖା ଦେବାରୁ ସେ ଜାନୁଆରୀ ୮ ତାରିଖ ଦିନ କୋରୋନା ପରୀକ୍ଷା କରିଥିଲେ । ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।

ତେବେ ପରିବାରର ଅନ୍ୟ ସଦସ୍ୟକୁ ସଂକ୍ରମଣ ଭୟରେ ପରିବାରର ୫ ଜଣ ସଦସ୍ୟ ବିଷ ପିଇ ଦେଇଥିଲେ । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିବାର ସଦସ୍ୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ସେମାନଙ୍କ ମଧ୍ୟରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.