ETV Bharat / bharat

ଶ୍ରାଦ୍ଧ ଭୋଜି ଖାଇ ଫେରୁଥିଲେ କେନାଲକୁ ଖସିଲା ସ୍କର୍ପିଓ, 5 ମୃତ

author img

By ETV Bharat Odisha Team

Published : Aug 25, 2023, 11:23 AM IST

ବିହାରରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ କେନାଲକୁ ଖସିଲା ସ୍କର୍ପିଓ । 5 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Road Accident In Saran
Road Accident In Saran

ପାଟନା: ଶ୍ରାଦ୍ଧ ଭୋଜି ଖାଇ ଫେରୁଥିବା ସମୟରେ ଅଘଟଣ । ଭାରସାମ୍ୟ ହରାଇ ରାସ୍ତାରୁ କେନାଲକୁ ଖସିଲା ସ୍କର୍ପିଓ । ଗୋଟିଏ ପରିବାରର 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ଯୁବକ । ବିହାରର ସାରଣରେ ଏହି ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସମସ୍ତ ମୃତକ ଗୋପାଳଗଞ୍ଜ ଜିଲ୍ଲାର ହୋଇଥିବା ବେଳେ ସେମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

15 ଫୁଟ ଗଭୀର କେନାଲରେ ଖସିପଡିଲା ସ୍କର୍ପିଓ: ମଶ୍ରକ ପୋଲିସ ଷ୍ଟେସନ ଚାଲିସ୍ ଆରଡି କେନାଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗୋପାଳଗଞ୍ଜ ଜିଲ୍ଲାର ବୈକୁଣ୍ଠମ୍ପୁର ପୋଲିସ ଷ୍ଟେସନ ଅଞ୍ଚଳର ଗୋଟିଏ ପରିବାରର 6ଜଣ ସଦସ୍ୟ ସମ୍ପର୍କୀୟଙ୍କ ଶ୍ରାଦ୍ଧ ଭୋଜି ଖାଇବାକୁ ସିୱାନର ବସନ୍ତପୁର ପୋଲିସ ଷ୍ଟେସନ ଅଞ୍ଚଳର ବାଘି ଗ୍ରାମକୁ ଆସିଥିଲେ । ଗୁରୁବାର ବିଳମ୍ବିତ ରାତିରେ ସମସ୍ତେ ଶ୍ରାଦ୍ଧ କାର୍ଯ୍ୟ ସାରିବା ପରେ ଗୋପାଳଗଞ୍ଜ ଅଭିମୁଖେ ଯାତ୍ରା କରିଥିଲେ । ହଠାତ ସ୍କର୍ପିଓ ଭାରସାମ୍ୟ ହରାଇ ମଶ୍ରାକ ପୋଲିସ ଷ୍ଟେସନ ଅଞ୍ଚଳର ଆରଡି କେନାଲରେ ଖସିପଡିଥିଲା ।

ସଡକ ଦୁର୍ଘଟଣାରେ 5ଜଣଙ୍କର ମୃତ୍ୟୁ: କାରରେ 6 ଜଣ ଯାତ୍ରୀ ଥିବା ବେଳେ 5 ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଯୁବକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ସମୟରେ ସେ କାରରୁ ଡେଇଁ ଜୀବନ ବଞ୍ଚାଇ ଦେଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି କାର ମଧ୍ୟରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।

ଏହା ମଧ୍ୟ ପଢନ୍ତୁ-ଜିପ୍ ଉପରେ ଓଲଟିଲା କୋଲ୍ଡଡ୍ରିଙ୍କସ୍ ବୋଝେଇ ଟ୍ରକ: ୬ ମୃତ

କୁହାଯାଉଛି ଯେ, ବାଘି ଗ୍ରାମରେ ଆୟୋଜିତ ଶ୍ରାଦ୍ଧରେ ସାମିଲ ହୋଇଥିଲେ ଗୋପାଳଗଞ୍ଜ ଜିଲ୍ଲାର ଗୋଟିଏ ପରିବାର। ଏଠାରୁ ସେମାନେ ଭୋଜି ଖାଇ ସାରିବା ପରେ ଜଣେ ବ୍ୟକ୍ତିଙ୍କୁ ପଦ୍ମପୁର ଛାଡିବାକୁ ଯାଉଥିଲେ । ଏହି ସମୟରେ ଦୁର୍ଘଟଣା ଘଟିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପାଞ୍ଚଟି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସଦର ଡାକ୍ତରଖାନାକୁ ପଠାଇ ସମ୍ପର୍କୀୟଙ୍କୁ ଖବର ଦେଇଛି ।

ଅଗଷ୍ଟ 23 ତାରିଖରେ ରାଜସ୍ଥାନରୁ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ଭାରସାମ୍ୟ ହରାଇ ଜିପ୍ ଉପରେ ଓଲଟି ପଡିଲା ମୃଦୁ ପାନୀୟ ବୋଝେଇ ଟ୍ରକ । 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 10ରୁ ଅଧିକ ଲୋକ ଆହତ ହୋଇଥିଲେ । ମଙ୍ଗଳବାର ରାଜସ୍ଥାନର ଦଉସା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଜିପରେ ମୋଟ ୧୭ ଜଣ ଥିଲେ । ଜିପ୍‌ଟି ମହୱାରୁ ମଣ୍ଡାୱାର ଅଭିମୁଖେ ଯାଉଥିଲା । ଅପର ପାର୍ଶ୍ବରୁ ମୃଦୁ ପାନୀୟ ବୋଝେଇ ଏକ ଟ୍ରକ ସେହି ବାଟ ଦେଇ ଆସୁଥିଲା । ଏତିକି ବେଳେ ଅଚାନକ ଟ୍ରକ ଆଗରେ ଏକ ଟ୍ରାକ୍ଟର ଚାଲି ଆସିଥିଲା । ଟ୍ରାକ୍ଟର ସହ ଧକ୍କା ନହେବାକୁ ଟ୍ରକ ଡ୍ରାଇଭର ହଠାତ୍ ବ୍ରେକ ଲଗାଇ ଥିଲେ । ଫଳରେ ଟ୍ରକ ଭାରସାମ୍ୟ ହରାଇ ଜିପ୍ ଉପରେ ଓଲଟି ପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.