ଗାନ୍ଧୀନଗର: ୫ ପାକିସ୍ତାନୀ ବୋଟ୍ ସହ କିଛି ମତ୍ସ୍ୟଜୀବୀଙ୍କୁ ଗିରଫ କରିଛନ୍ତି BSF ଯବାନ । ଗୁଜୁରାଟର ହାରାମିନାଲା ନିକଟରେ ଭୁଜ୍ ପଟ୍ରୋଲିଂ ଟିମ୍ ହାତରେ ଏହି ପାକିସ୍ତାନ ମତ୍ସ୍ୟଜୀବୀ ଧରା ପଡ଼ିଛନ୍ତି । ଏଠାରେ କିଛି ଅଜଣା ବୋଟ୍ ସନ୍ଦେହଜନକ ଗତିବିଧି କରୁଥିବା ଦେଖିବାକୁ ପାଇଥିଲେ BSFର ପାଟ୍ରୋଲିଂ ଟିମ୍ ।
ମତ୍ସ୍ୟ ବୋଟ୍ ଜବତ କରିବା ସହ ସେମାନଙ୍କୁ ଅଟକ ରଖି ଯାଞ୍ଚ କରୁଛି BSFର ପାଟ୍ରୋଲିଂ ଟିମ୍ । ଏହି ଅଞ୍ଚଳରେ ପାକିସ୍ତାନ ମତ୍ସ୍ୟଜୀବୀ ବୋଟ୍ ଉପରେ ନଜର ରଖିବାକୁ ଏହି ପାଟ୍ରୋଲିଂ ଲଗାତାର ତନାଘନା ଜାରି ରଖିଥାଏ । ଅଧିକ ମାଛ ଧରିବା ଆଶାରେ ଅନେକ ସମୟରେ ପାକିସ୍ତାନ ମତ୍ସ୍ୟଜୀବୀ ଭାରତ ସୀମା ରେଖାକୁ ଚାଲି ଆସନ୍ତି ।
ଆଜି ଧରା ପଡ଼ିଥିବା ମତ୍ସ୍ୟଜୀବୀଙ୍କଠାରୁ କୌଣସି ସନ୍ଦେହଜନକ ଦସ୍ତାବିଜ୍ ବା ଜିନିଷ ଜବତ ହୋଇନାହିଁ । ବୋଟ୍ରୁ ଦୁଇ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟମାନେ ଖସି ଯିବାକୁ ସକ୍ଷମ ହୋଇଛନ୍ତି ।