ETV Bharat / bharat

Amit Shah Security Breach case: 5 ଦିନିଆ ପୋଲିସ ହେପାଜତକୁ ଗଲା ଗିରଫ ଅଭିଯୁକ୍ତ - ଅମିତ ଶାହଙ୍କ ମୁମ୍ବାଇ ଗସ୍ତ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ଗିରଫ ଅଭିଯୁକ୍ତକୁ 5 ଦିନିଆ ପୋଲିସ ହେପାଜତ । ନିଜକୁ ଜଣେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ (PA) ଭାବେ ପରିଚୟ ଦେଇ ଶାହଙ୍କ ଆଖପାଖରେ ବୁଲୁଥିବା ବେଳେ ହୋଇଥିଲା ଗିରଫ । ଅଧିକ ପଢନ୍ତୁ

Amit Shah Security Breach case: 5 ଦିନିଆ କଷ୍ଟଡିକୁ ଗଲା ଗିରଫ ଅଭିଯୁକ୍ତ

author img

By

Published : Sep 8, 2022, 10:58 PM IST

ମୁମ୍ବାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମୁମ୍ବାଇ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦେଖାଯାଇଥିଲା । ଏହି ମାମଲାରେ ଗିରଫ ଅଭିଯୁକ୍ତକୁ ଆଜି 5 ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି ମୁମ୍ବାଇର ଏକ କୋର୍ଟ । ଏହି ଅଭିଯୁକ୍ତ ନିଜକୁ ଜଣେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ବୋଲି ପରିଚୟ ଦେଇ ଅମିତ ଶାହାଙ୍କ ନିକଟରେ ବେସ କିଛି ସମୟ ବୁଲିବା ପରେ ତାକୁ ଗିରଫ କରାଯାଇଥିଲା । ତେବେ ଏହି ଅଭିଯୁକ୍ତର ନାମ ହେମନ୍ତ ପାୱାର ବୋଲି ପୋଲିସ ସ୍ପଷ୍ଟ କରିଛି । ତେବେ ସେ କୌଣସି ସାଂସଦଙ୍କର ସହୟକ ହୋଇନଥିବା ବେଳେ କାହିଁକି ଶାହଙ୍କ ନିକଟବର୍ତ୍ତୀ ହୋଇଥିଲା ସେ ନେଇ ଜେରା ରହିଛି ।

ଏହା ମଧ୍ୟ ପଢନ୍ତୁ: ଅମିତ ଶାହଙ୍କ ସୁରକ୍ଷାରେ ତ୍ରୁଟି, ସାଂସଦଙ୍କ PA କହି ପାଖରେ ବୁଲୁଥିବା ସନ୍ଦିଗ୍ଧ ଗିରଫ

ସୂଚନା ମୁତାବକ, ସେପ୍ଟେମ୍ବର ୫ (ସୋମବାର) ଅମିତ ଶାହ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯାଇଥିଲେ । ସୋମବାର ଶାହ ମୁମ୍ବାଇରେ ପହଞ୍ଚି ଲାଲବାଗ ଯାଇଥିଲେ । ସେଠାରୁ ସେ ପୁଣି ଭିଲେ ପାର୍ଲ ଅଞ୍ଚଳ ଯାଇ ପ୍ରଭୁ ଗଜାନନଙ୍କ ଦର୍ଶନ କରିଥିଲେ । ପରଦିନ(ମଙ୍ଗଳବାର) ଶାହ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ସରକାରୀ ବାସଭବନରେ ଥିବା ସମୟରେ ଜଣେ ବ୍ୟକ୍ତି ସେଠାରେ ବହୁ ସମୟ ଧରି ତାଙ୍କ ଆଖପାଖରେ ବୁଲୁଥିବାର ଦେଖାଯାଇଥିଲା ।

ସେ ନିଜକୁ ଆନ୍ଧ୍ର ପ୍ରଦେଶର ଜଣେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ (PA) ଭାବେ ପରିଚୟ ଦେଇ ଶାହଙ୍କ ସୁରକ୍ଷାକର୍ମୀ ଓ ପୋଲିସକୁ ଚକମା ଦେଇ ଶାହଙ୍କ ନିକଟବର୍ତ୍ତୀ ହୋଇଥିଲା । ବ୍ୟକ୍ତିଜଣଙ୍କର ଏପରି ଆଚରଣରେ ସନ୍ଦେହ ହେବାରୁ ମୁମ୍ବାଇ ପୋଲିସ ପଚାର ଉଚରା କରିଥିଲା । ସେ କୌଣସି ସାଂସଦଙ୍କ ସହାୟକ ହୋଇନଥିବା ଜଣାପଡିବା ପରେ ତାଙ୍କୁ ତୁରନ୍ତ ଗିରଫ କରାଯାଇଥିଲା । ତେବେ ସନ୍ଦିଗ୍ଧ ବ୍ୟକ୍ତି ଜଣକ ନାମ ହେମନ୍ତ ପାୱାର(Hemant Pawar) ବୋଲି ଜଣାପଡିଛି । ସେ କାହିଁକି ଶାହଙ୍କ ନିକଟବର୍ତ୍ତୀ ହେଲେ ସେ ନେଇ ପୋଲିସ କିଛି ସ୍ପଷ୍ଟ କରିନି । ଆଜି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ 5 ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି । ଏହି ରିମାଣ୍ଡ ଅବଧି ମଧ୍ୟରେ ଅଭୁଯୁକ୍ତକୁ ଜେରା କରି ଏପରି କରିବାର କାରଣ ସମ୍ପର୍କିତ ତଥ୍ୟ ହାସଲ କରିବା ପାଇଁ ପୋଲିସ ଚେଷ୍ଟା କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.