ETV Bharat / bharat

ପ୍ଲାଣ୍ଟରେ ଅଗ୍ନିକାଣ୍ଡ, 4 ଶ୍ରମିକ ମୃତ ସନ୍ଦେହ - କର୍ଣ୍ଣାଟକର ଏକ ପ୍ଲାଣ୍ଟରେ ନିଆଁ

କର୍ଣ୍ଣାଟକର ହୁବଳିରେ ଏକ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ଏକାଧିକ ଶ୍ରମିକ ଆହତ । 4 ଶ୍ରମିକଙ୍କ ମୃତ୍ୟୁ ସନ୍ଦେହ । ଅଧିକ ପଢନ୍ତୁ

କର୍ଣ୍ଣାଟକ ହୁବଳିରେ ଏକ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, 4 ଶ୍ରମିକ ମୃତ ସନ୍ଦେହ

author img

By

Published : Jul 23, 2022, 8:43 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ହୁବଳି ଜିଲ୍ଲାରେ ଥିବା ଏକ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ 4ଜଣ କାର୍ଯ୍ୟରତ ଶ୍ରମିକ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ଆଜି (ଶନିବାର) ଅପରାହ୍ନରେ ତାହିରାଲା ଶିଳ୍ପାଞ୍ଚଳ ଏରିଆରେ ଥିବା ଏକ ପ୍ଲାଣ୍ଟର ମ୍ୟାନୁଫ୍ୟାକ୍ଚରିଂ ୟୁନିଟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ସ୍ଥାନୀୟ ଅଗ୍ନିଶମ ଟିମ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ ।

କର୍ଣ୍ଣାଟକ ହୁବଳିରେ ଏକ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, 4 ଶ୍ରମିକ ମୃତ ସନ୍ଦେହ

ଏଥିରେ ଏକାଧିକ ଆହତ ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପର୍ଯ୍ୟନ୍ତ ମୃତାହତଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ମିଳି ପାରିନଥିବା ବେଳେ ସେଠାରେ କାର୍ଯ୍ୟରତ 4 ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ପ୍ରଶାସନର ଅଧିକାରୀ ଘଟଣାସ୍ଥଳେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଅନ୍ୟପଟେ କେଉଁ କାରଣରୁ ନିଆଁ ଲାଗିଲା ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.