ଅମରାବତୀ: ରାମନବମୀରେ ଅଘଟଣ । ବାଣ ବିସ୍ଫୋରଣ ଯୋଗୁଁ ମନ୍ଦିରରେ ଲାଗିଲା ନିଆଁ । ଭୟାବହ ଅଗ୍ନିକାଣ୍ଡ ଘଟିଥିବା ବେଳେ କେହି ମୃତାହତ ହୋଇଛନ୍ତି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇ ନାହିଁ । ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଡୁଭା ଗ୍ରାମରେ ଏପରି ଅଘଟଣ ଘଟିଥିବା ସୂଚନା ମିଳିଛି । ଭେନୁଗୋପାଲ ସ୍ବାମୀ ମନ୍ଦିରରେ ବାଣ ବିସ୍ଫୋରଣ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି ।
ରାମବନବମୀ ଉତ୍ସବ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ଶହଶହ ଭକ୍ତଙ୍କ ସମାଗମ ହୋଇଥିଲା । ଏଠାରେ ରାମନବମୀରେ ଭଗବାନଙ୍କ ମୂର୍ତ୍ତିକୁ ନେଇ ଶୋଭାଯାତ୍ରା କରାଯାଇଥାଏ । ତେବେ ଏହି ଉତ୍ସବ ଆରମ୍ଭ ହେବାମାତ୍ରେ ମନ୍ଦିରରେ ପରିସରରେ ବାଣ ବିସ୍ଫୋରଣ ହୋଇଥିଲା । ଫଳରେ ଅଗ୍ନିକାଣ୍ଡ ଘଟି ଭେନୁଗୋପାଲ ସ୍ବାମୀ ମନ୍ଦିରର ପରିସରର କାନ୍ଥ ସମ୍ପୂର୍ଣ୍ଣ ଜଳି ଯାଇଛି ।
ମନ୍ଦିରରେ ଅଗ୍ନିକାଣ୍ଡପରେ ଉପସ୍ଥିତ ଥିବା ଭକ୍ତ ଭୟଭୀତ ହୋଇ ମନ୍ଦର ପରିସରରୁ ପଳାୟନ କରିଥିଲେ । କିଛି ସ୍ଥାନୀୟ ଲୋକେ ଏବଂ ଭକ୍ତମାନେ ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡରେ 2 ଲକ୍ଷରୁ ଊର୍ଦ୍ଧ୍ବ ଚଙ୍କାର ସମ୍ପତ୍ତି ପୋଡି ପାଉଁସ ହୋଇଯାଇଥିବା ଅନୁମାନ କରାଯାଉଛି । କେହି ମୃତାହତ ହୋଇନଥିବା ଜଣାପଡିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଆଜି ମଧ୍ୟ ପ୍ରଦେଶର ବି ଏକ ବଡ ଧରଣର ଅଘଟଣ ଘଟିଛି । ଇନ୍ଦୋରରେ ଥିବା ଏକ ରାମ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ହଠାତ ଷ୍ଟେପୱେଲ ଭୁଶୁଡି ପଡିଥିଲା । ଅନେକ ଲୋକ କୁଅରେ ପଡିଯାଇଥିବା ଆଶଙ୍କା କରାଯାଉଛି । 15ଜଣ ଭକ୍ତ କୁଅ ମଧ୍ୟରେ ଥିବା କୁହାଯାଉଛି ଇନ୍ଦୋରର ପଟେଲ ନଗର ଅଞ୍ଚଳରେ ଏପରି ଅଘଟଣ ଘଟିଛି । ଏନେଇ ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା କେତେ ଜଣଙ୍କୁ ଉଦ୍ଧାର କରାଯାଇଛି ସେନେଇ ସୂଚନା ହସ୍ତଗତ ହୋଇ ନାହିଁ । ଦଉଡି ବ୍ୟବହାର କରି ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି । କେହି ମୃତାହତ ହୋଇଛନ୍ତି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଏନେଇ ମଧ୍ୟ ପ୍ରଦେଶ ମୁଖ୍ୟ କହିଛନ୍ତି ଯେ,''ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଗକୁ ମଧ୍ୟ ଏହା ଜାରି ରହିବ। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ।''
ତେବେ ଶ୍ରୀରାମ ନବମୀ ଅବସରରେ ଦେଶରେ ଉତ୍ସବର ମାହୋଲ ଜାରି ରହିଛି । ମନ୍ଦିରଗୁ଼ଡିକରେ ପୂଜାର୍ଚ୍ଚନା ଜାରି ରହିଥିବା ବେଳେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଆଜି ଭଳି ପବିତ୍ର ଦିନରେ ଏପରି ଅଘଟଣ ଘଟିବା ଦୁଃଖର ବିଷୟ ।