ETV Bharat / bharat

ଚୁଡି ବିକାଳୀଙ୍କୁ ନିର୍ଦ୍ଧୁମ ମାଡ ମାରି ଲହୁଲୁହାଣ କଲେ ସ୍ଥାନୀୟ ଯୁବକ, ଭିଡିଓ ଭାଇରାଲ

ରାସ୍ତାରେ ଚୁଡି ବିକ୍ରି କରୁଥିବା ଜଣେ ଯୁବକଙ୍କୁ ନିର୍ଦ୍ଧୁମ ମାଡ ମାରିବା ସହ ଦୁର୍ବ୍ୟବହାର । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଅଧିକ ପଢନ୍ତୁ...

author img

By

Published : Aug 23, 2021, 1:55 PM IST

ଚୁଡି ବିକ୍ରି କରିବାକୁ ଆସିଥିବା ଯୁବକଙ୍କୁ ନିର୍ଦ୍ଧୁମ ମାଡ, ଭିଡିଓ ଭାଇରାଲ

ଭୋପାଳ: ନୃଶଂସ, ଅମାନବୀୟ, ଅସହିଷ୍ଣୁ । ରାସ୍ତାରେ ଚୁଡି ବିକ୍ରି କରୁଥିବା ଜଣେ ଯୁବକଙ୍କୁ ହଠାତ ନିର୍ଦ୍ଧୁମ ମାଡ ମାରିବା ଆରମ୍ଭ କରିଦେଇଥିଲେ ସ୍ଥାନୀୟ ଲୋକେ । ଯିଏ ଯେମିତି ପାରିଲା ସିଏ ସେମିତି ମାରିଚାଲିଲା । ଜଣେ କି ଦୁଇ ଜଣ ନୁହେଁ ଏକା ସାଙ୍ଗରେ ୬ରୁ ୭ଜଣ ଜଣେ ଯୁବକଙ୍କୁ ମାଡ ମାରିବା ସହ ଦୁର୍ବ୍ୟବହାର କରିଥିଲେ । ମଧ୍ୟପ୍ରଦେଶ ଇନ୍ଦୋର ସହରର ବଙ୍ଗଳା ଗୋବିନ୍ଦ ନଗର ଅଞ୍ଚଳରେ ଘଟିଥବା ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଚୁଡି ବିକାଳୀଙ୍କୁ ନିର୍ଦ୍ଧୁମ ମାଡ ମାରି ଲହୁଲୁହାଣ କଲେ ସ୍ଥାନୀୟ ଯୁବକ, ଭିଡିଓ ଭାଇରାଲ

ସୂଚନାଅନୁଯାୟୀ ୟୁପିର ହରଦୋଇରେ ରହୁଥିବା ତସଲିମ ନାମକ ଜଣେ ଯୁବକ ଚୁଡି ବିକ୍ରି କରିବାକୁ ଇନ୍ଦୋର ଆସିଥିଲେ । ଚୁଡି ବିକ୍ରି କରିବାକୁ ଯାଉଥିବା ସମୟରେ ରାସ୍ତାରେ କିଛି ମହିଳାଙ୍କୁ ଚୁଡି ଦେଖାଇଥିଲେ । ଏହି ସମୟରେ ହଠାତ କିଛି ଲୋକ ଯୁବକଙ୍କୁ ମାଡ ମାରିବା ଆରମ୍ଭ କରି ଦେଇଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେବା ପରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ହଙ୍ଗାମା କରିଛନ୍ତି । ଏନେଇ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.