ETV Bharat / bharat

Rashtrapatni Row: ଅଧୀର ରଂଜନ ଚୌଧୁରୀଙ୍କ ବିରୁଦ୍ଧରେ FIR ରୁଜୁ

author img

By

Published : Jul 29, 2022, 9:49 AM IST

କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀଙ୍କ ବିବାଦୀୟ ରାଷ୍ଟ୍ରପତ୍ନୀ ମନ୍ତବ୍ୟ ଘଟଣା । ମଧ୍ୟପ୍ରଦେଶ ବିଜେପି ମନ୍ତ୍ରୀଙ୍କ ଲିଖିତ ଅଭିଯୋଗ ପରେ ଏଫଆଇଆର ରୁଜୁ । ଅଧିକ ପଢନ୍ତୁ

Rashtrapatni row: ଅଧୀର ରଂଜନ ଚୌଧୁରୀଙ୍କ ବିରୁଦ୍ଧରେ FIR ରୁଜୁ

ଭୋପାଳ: କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ କରିବାକୁ ନେଇ ଝଡ ସୃଷ୍ଟି ହୋଇଛି । ରାଜରାସ୍ତାରୁ ସଂସଦ ଯାଏଁ ସବୁଠୁ ହଙ୍ଗାମା କରିଛି ବିଜେପି । ଏପରିକି ଅଧୀର ରଂଜନ ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ଅସମ୍ମାନ କରିଥିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହୋଇଛି । ଗୁରୁବାର ମଧ୍ୟପ୍ରଦେଶର ଆଦିବାସୀ ନେତା ତଥା ବିଜେପି ମନ୍ତ୍ରୀ ଓମପ୍ରକାଶ ଧ୍ରୁବେ (BJP minister Omprakash Dhurve) ଡିଣ୍ଡୋରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଆଧାରରେ IPCର ଧାରା 153B ଓ 505(A)ରେ ଏତଲା ରୁଜୁ କରି ମାମଲାକୁ ଦିଲ୍ଲୀ ପଠାଇଛି । ଡିଣ୍ଡୋରି ଏଏସପି ଜଗନ୍ନାଥ ମରକମ ଏହି ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ସଂସଦରେ ଇରାନୀଙ୍କୁ ସୋନିଆଙ୍କ ତାଗିଦ, ସୀତାରମଣ କହିଲେ କଂଗ୍ରେସ ଅଧ୍ୟକ୍ଷାଙ୍କ ବ୍ୟବହାରରେ ସଦସ୍ୟ ଭୟଭୀତ

ଓମପ୍ରକାଶ ଧ୍ରୁବେ କହିଛନ୍ତି, ''ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଏପରି ଆପତ୍ତିଜନକ ମନ୍ତବ୍ୟ ମୋତେ ଖୁବ୍ ବ୍ୟଥିତ କରିଛି । କଂଗ୍ରେସ ନେତା ଅଧୀର ରଂଜନ ଆଦିବାସୀ ସମାଜକୁ ଅପମାନିତ କରିଛନ୍ତି । ତେଣୁ ତାଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।'' କହିରଖୁଛୁ କି, ସୋନିଆ ଗାନ୍ଧୀଙ୍କୁ ଇଡିର ଡାକରା ନେଇ ବୁଧବାର କଂଗ୍ରେସ ପକ୍ଷରୁ ବିଜୟ ଚୌକରେ ବିକ୍ଷୋଭ କରାଯାଉଥିଲା । ଏହି ସମୟରେ ଅଧୀର ରଂଜନ ଚୌଧୁରୀ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ‘କଂଗ୍ରେସ ନେତାମାନେ ରାଷ୍ଟ୍ରପତ୍ନୀଙ୍କ ପାଖକୁ ଯିବେ ।’ କଂଗ୍ରେସ ସାଂସଦଙ୍କ ଏପରି ଆପତ୍ତିଜନକ ମନ୍ତବ୍ୟ ପ୍ରକାଶ ପାଇବା ପରେ ସଂସଦ ଠାରୁ ଆରମ୍ଭ କରି ଦେଶରେ ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ଘଟଣାକୁ ନେଇ ଗୁରୁବାର ଦିନ ସଂସଦରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଗୃହରେ ସୋନିଆ ଗାନ୍ଧୀ ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମୁହାଁମୁହିଁ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.