ETV Bharat / bharat

ବିବାହ ପାଇଁ ଟଙ୍କା ନଥିବାରୁ ଝିଅକୁ ହତ୍ୟା କଲା ବାପା

ଝିଅର ବିବାହ ପାଇଁ ଟଙ୍କା ନଥିଲା । ଫଳରେ ଝିଅକୁ ପିଟି ପିଟି ହତ୍ୟା କଲା ବାପା । ଅଧିକ ପଢନ୍ତୁ

ବିବାହ ପାଇଁ ଟଙ୍କା ନଥିବାରୁ ଝିଅକୁ ହତ୍ୟା କଲା ବାପା
ବିବାହ ପାଇଁ ଟଙ୍କା ନଥିବାରୁ ଝିଅକୁ ହତ୍ୟା କଲା ବାପା
author img

By

Published : Apr 21, 2022, 3:42 PM IST

ନାନ୍ଦେଡ୍‌(ମହାରାଷ୍ଟ୍ର) : ଜନ୍ମକଲା ବାପାର ନୃଶଂସ କାଣ୍ଡ । ନିଜ ଝିଅକୁ ପିଟି ପିଟି ହତ୍ୟା କଲା ବାପା । ଝିଅର ବିବାହ ପାଇଁ ଟଙ୍କା ଯୋଗାଡ କରିବାକୁ ଅସମର୍ଥ ଜଣେ ଗରୀବ ବାପା ଏଭଳି ହତ୍ୟାକାଣ୍ଡ ଭିଆଇଛନ୍ତି । ମହାରାଷ୍ଟ୍ର ନାନ୍ଦେଡ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଯାହା ସୂଚନା ରହିଛି, ନାନ୍ଦେଡ ଜିଲ୍ଲା ଜାମଖେଡ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ଗ୍ରାମର ବାଲାଜୀ ଦେବକାଟେ ନାମକ ଜଣେ ଚାଷୀ ନିଜ ୧୮ ବର୍ଷୀୟ ଝିଅର ବିବାହ ପାଇଁ ଯୋଜନା କରୁଥିଲେ । ଏଥିପାଇଁ ଦୀର୍ଘ ଦିନ ଧରି ଟଙ୍କା ଯୋଗାଡରେ ଲାଗି ପଡିଥିଲେ । ମାତ୍ର ସମସ୍ତ ଚେଷ୍ଟା ସତ୍ତ୍ବେ ବିବାହ ପାଇଁ ଆବଶ୍ୟକୀୟ ଅର୍ଥ ଜୁଟାଇ ପାରିନଥିଲେ ।

Father killed daughter because no money for marriage
ବିବାହ ପାଇଁ ଟଙ୍କା ନଥିବାରୁ ଝିଅକୁ ହତ୍ୟା କଲା ବାପା

ଏହାକୁ ନେଇ ପରିବାରେ ଝଗଡା ହୋଇଥିଲା । ଉତ୍ୟକ୍ତ ବାଲାଜୀ ନିଜ ପତ୍ନୀ ଏବଂ ଝିଅକୁ ଖୁବ୍ ମାଡ ମାରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଝିଅଟି ପ୍ରାଣ ହରାଇଥିଲା । ଏହି ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ଛାନଭିନ୍ ଆରମ୍ଭ କରିଛି । ଏହି ହତ୍ୟାକାଣ୍ଡ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏପଟେ ଶିଶୁକନ୍ୟା ଜନ୍ମହାର କମୁଥିବା ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଝିଅମାନଙ୍କୁ ସବୁ କ୍ଷେତ୍ରରେ ପ୍ରୋତ୍ସାହନ ଦିଆଯାଉଛି । ଏପରି ସ୍ଥଳେ ବିବାହ ପାଇଁ ଟଙ୍କା ନଥିବାରୁ ଗରୀବ ବାପା ଝିଅକୁ ହତ୍ୟା କରିବାକୁ ନେଇ ଉଦବେଗ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.