ETV Bharat / bharat

ଶିଶୁପୁତ୍ରକୁ ଜନ୍ମ ଦେଲେ ନାବାଳିକା, ବିଷ ଦେଇ ଜୀବନ ନେଲେ ପରିବାର ଲୋକେ

ତାମିଲନାଡୁରେ ଅଭାବନୀୟ ଘଟଣା । ଶିଶୁପୁତ୍ରକୁ ଜନ୍ମ ଦେବାରୁ ନାବାଳିକାଙ୍କୁ ବିଷ ଦେଇ ହତ୍ୟା କଲେ ପରିବାର ଲୋକେ ।

Father arrested for poisoning daughter
ଶିଶୁପୁତ୍ରକୁ ଜନ୍ମ ଦେଲେ ନାବାଳିକା
author img

By

Published : Dec 17, 2022, 5:11 PM IST

ଥିରୁଅନନ୍ତପୁରମ: ଅବୈଧ ସମ୍ପର୍କରୁ ଶିଶୁପୁତ୍ରକୁ ଜନ୍ମ ଦେଲେ ନାବାଳିକା । ରାଗରେ ଜର୍ଜରିତ ହୋଇ ଶିଶୁକୁ ଫୋପାଡି ଦେଲେ ପରିବାର ଲୋକେ । ଲୋକ ଲଜ୍ୟାରୁ ବର୍ତ୍ତିବା ପାଇଁ ଝିଅକୁ ହତ୍ୟା ପାଇଁ ରଚିଲେ ଷଡଯନ୍ତ୍ର । ଶେଷରେ ଝିଅକୁ ବିଷ ଦେଇ ଜୀବନ ନେଲେ ପରିବାର ଲୋକେ । ନାବାଳିକାଙ୍କ ବାପା ଓ ଖୁଡିଙ୍କୁ ଗିରଫ କଲା ପୋଲିସ । ଏଭଳି ଘଟଣା ଘଟିଛି ତାମିଲନାଡୁରେ ।

ଘଟଣାଟିଥିଲା ଏମିତି

ଗତ ଡିସେମ୍ବର ୫ତାରିଖ ଦିନ ଜୟପୁରମ୍ ମୁକମ୍ବୋ ନିକଟ କେନାଲରୁ ଏକ ନବଜାତ ଶିଶୁ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଏହାପରେ ନବଜାତକୁ କିଏ ଏବଂ କାହିଁକି କେନାଲରେ ଫୋପାଡି ଦେଇ ଚାଲିଗଲା ସେନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

କିନ୍ତୁ ଏହି ସମୟରେ ଜଣେ ନାବାଳିକା ଆତ୍ମହତ୍ୟା ଉଦ୍ୟମ କରିବା ପରେ ଟ୍ରିଚି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ଜାରି ରହିଥିଲା । କିନ୍ତୁ କିଛି ସମୟ ପରେ ନାବାଳିଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ତାଙ୍କ ସହ କଣ ଘଟିଛି ସେ ବିଷୟରେ ସେ କହିଥିଲେ । ଏହାପରେ ପୋଲିସ ଜାଣିବାକୁ ପାଇଥିଲା ଯେ ଉଦ୍ଧାର ହୋଇଥିବା ନବଜାତକୁ ଏହି ନାବାଳିକା ଜଣଙ୍କ ଜନ୍ମ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ନିଆରା ବାହାଘର, କିନ୍ନରଙ୍କୁ ସାତ ଜନ୍ମର ସାଥି କଲେ ତେଲେଙ୍ଗାନା ଯୁବକ

ତେବେ ତଦନ୍ତ କରିବାରୁ ଜଣାପଡିଥିଲାଯେ, ନାବାଳିକା ଜଣଙ୍କ ଜଣେ ପୁରୁଷଙ୍କ ସହ ଅବୈଧ ସମ୍ପର୍କ ରଖିବାରୁ ଶିଶୁକୁ ଜନ୍ମ ଦେଇଥିଲେ । ଏହାପରେ ପରିବାର ଲୋକେ ଶିଶୁଟିକୁ ଫୋପାଡି ଦେଇଥିଲେ । ଶେଷରେ ଏପରି କାମ କରିଥିବାରୁ ପରିବାର ଲୋକେ ନାବାଳିକାକୁ ଜୀବନରୁ ମାରିଦେବାକୁ ଷଡଯନ୍ତ୍ର ରଚିଥିଲେ । ଶେଷରେ ବିଷ ଦେଇ ନାବାଳିକାଙ୍କୁ ହତ୍ୟା ଉଦ୍ୟମ କରିଥିଲେ ପରିବାର ଲୋକେ । ଗୁରୁତର ଅବସ୍ଥାରେ ହସ୍ପିଚାଲରେ ଭର୍ତ୍ତି ହୋଇଥି ବେଳେ ନାବାଳିକାର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୋଲିସ ନାବାଳିକାଙ୍କ ବାପା ଓ ତାଙ୍କ ଖୁଡିଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.