ନୂଆଦିଲ୍ଲୀ: ସରକାର ଚାଷୀଙ୍କ କଥା ଶୁଣୁନାହାନ୍ତି କି ଦାବି ମଧ୍ୟ ପୂରଣ କରୁନାହାନ୍ତି, ଯେପର୍ଯ୍ୟନ୍ତ ଆମ ଦାବି ପୂରଣ ନହେଇଛି ସେ ପର୍ଯ୍ୟନ୍ତ କୃଷକ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି କୃଷକ ନେତା ରାକେଶ ଟିକାୟତ । ଏକ ଗଣତାନ୍ତ୍ରିକ ଦେଶରେ ସରକାର ଚାଷୀଙ୍କ ସହ ସହମତ ହେଉନାହାନ୍ତି । କିନ୍ତୁ ସରକାର ସେମାନଙ୍କ ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଟିକାୟତ ଟ୍ବିଟ କରି କହିଛନ୍ତି।
ରାକେଶ ଟିକାୟତ ଆହୁରି ମଧ୍ୟ କହିଛନ୍ତି ଯେ ଦାବି ପୂରଣ ପାଇଁ ଆସନ୍ତା 19ରୁ ଅଗଷ୍ଟ 13 ପର୍ଯ୍ୟନ୍ତ ସଂସଦ ବାହାରେ ଚାଷୀ ସଂଗଠନ ଶାନ୍ତି ଆନ୍ଦୋଳନ କରିବେ । ପ୍ରତିଦିନ ଆନ୍ଦୋଳନରେ 200 ଚାଷୀ କେବଳ ସାମିଲ ହେବେ । ଏହା ବାଦ ଜୁଲାଇ 22ରେ ସଂସଦ ବାହାରେ ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି ।