ETV Bharat / bharat

କୃଷକ ଏବଂ କେନ୍ଦ୍ର ସରକାର ଆଲୋଚନା କରିବା ଉଚିତ୍‌: ହରିୟାଣା ଉପମୁଖ୍ୟମନ୍ତ୍ରୀ

author img

By

Published : Feb 15, 2021, 6:22 AM IST

ତିନୋଟି ବିବାଦୀୟ କୃଷି ଆଇନର ସମାଧାନ ପାଇଁ କୃଷକ ଏବଂ କେନ୍ଦ୍ର ସରକାର ଆଲୋଚନା ଆରମ୍ଭ କରିବା ଉଚିତ ବୋଲି ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌତାଲା କହିଛନ୍ତି। ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଏମଏସପି ଉପରେ ଥିବା ସମସ୍ତ ସନ୍ଦେହ ଦୂର କରିଛନ୍ତି । ଅଧିକ ପଢନ୍ତୁ...

Dushyant Chautala
କୃଷି ଆଇନର ସମାଧାନ ପାଇଁ କୃଷକ ଏବଂ କେନ୍ଦ୍ର ସରକାର ଆଲୋଚନା କରିବା ଉଚିତ

ନୂଆଦିଲ୍ଲୀ: ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌତାଲା ରବିବାର କହିଛନ୍ତି ଯେ ସମସ୍ତ କୃଷକ ସଙ୍ଗଠନ ଏବଂ ସରକାର ବିବାଦୀୟ କୃଷି ଆଇନ ଉପରେ ସମାଧାନ ପାଇଁ ଆଲୋଚନା ଆରମ୍ଭ କରିବା ଉଚିତ । ଏହାସହ ସେ ଆହୁରି କହିଛନ୍ତି ହରିୟାଣାରେ ବିଜେପି-ଜେଜେ ସରକାର ପାଇଁ କୌଣସି ବିପଦ ନାହିଁ।

ଚାଷ ଆଇନ ଉପରେ ସମାଧାନ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ଏହା କେବଳ ଆଲୋଚନା ଓ କଥାବାର୍ତ୍ତା ମାଧ୍ୟମରେ ହାସଲ କରାଯାଇପାରିବ। ଚୌତାଲା ଆହୁରି ମଧ୍ୟ କହିଛନ୍ତି 'କେନ୍ଦ୍ର ସରକାର କୃଷକ ସଂଗଠନର ନେତାଙ୍କ ସହ ନିରନ୍ତର ଆଲୋଚନା କରିଆସୁଛନ୍ତି ଏବଂ ଏହାର ସମାଧାନ ପାଇଁ ନୂତନ କୃଷି ଆଇନରେ ସଂଶୋଧନ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । କେବଳ କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ ହୋଇପାରିବ । ସମସ୍ତ କୃଷକ ସଙ୍ଗଠନ ସରକାରଙ୍କ ସହ ପୁଣିଥରେ ଆଲୋଚନା ଆରମ୍ଭ କରିବାକୁ ରାଜି ହେଲେ ହିଁ ଏହାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି । ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ନିଶ୍ଚିତତା ସମ୍ପର୍କରେ ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ଏକ ବିବୃତ୍ତି ଦେଇଛନ୍ତି ଏବଂ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ରହିବ ବୋଲି ଏମଏସପି ଭବିଷ୍ୟତରେ ଅଛି ଏବଂ ରହିବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଏମଏସପି ଉପରେ ଥିବା ସମସ୍ତ ସନ୍ଦେହ ଦୂର କରିଛନ୍ତି।

ଖାଦ୍ୟ ସୁରକ୍ଷା ଆଇନ ମାଧ୍ୟମରେ ସରକାର 80 କୋଟି ଲୋକଙ୍କ ଲାଭ ପାଇବେ । ଦେଶର 80 କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ଦେଖି କୃଷକମାନେ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ଖୋଜିବାକୁ ଚେଷ୍ଟା କରିବେ କହିଛନ୍ତି । ଚାଷୀଙ୍କ ବିରୋଧକୁ ନେଇ ହରିୟାଣାରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସରକାରଙ୍କୁ ସମର୍ଥନ ପ୍ରତ୍ୟାହାର ପ୍ରସଙ୍ଗରେ କହିଛନ୍ତି ରାଜ୍ୟ ସରକାର ସ୍ଥିର ଅଛନ୍ତି ଏବଂ ଏଥିରେ ଚିନ୍ତା କରିବାର କିଛି ନାହିଁ ବୋଲି ଚୌତାଲା କହିଛନ୍ତି । ହରିୟାଣାରେ ବିଜେପି ଓ ଜନନାୟକ ଜନତା ପାର୍ଟି (ଜେଜେପି) ମଧ୍ୟରେ ମେଣ୍ଟ ସରକାର ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.