ETV Bharat / bharat

ଚାଲିଥିଲା ନକଲି ଟୀକାକରଣ ମାମଲାର ତଦନ୍ତ, ସାମ୍ନାକୁ ଆସିଲା ନୂତନ ତଥ୍ୟ - Serum Institute of India

ନକଲି ଟୀକାକରଣ ମାମଲାର ତଦନ୍ତବେଳେ ସାମନାକୁ ଆସିଛି ନୂତନ ତଥ୍ୟ। ଅଭିଯୁକ୍ତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସହିତ ଯୋଗାଯୋଗ କରିଥିଲେ।  ଅଧିକ ପଢନ୍ତୁ...

Fake COVID 19 Vaccination Drive
ନକଲି ଟୀକାକରଣ ମାମଲାର ତଦନ୍ତ ଚାଲିଥିବାବେଳେ ସାମନାକୁ ଆସିଲା ନୂତନ ତଥ୍ୟ
author img

By

Published : Jun 28, 2021, 6:30 AM IST

କୋଲକାତା: ନକଲି ଟୀକାକରଣ ମାମଲାର ତଦନ୍ତ ଚାଲିଥିବାବେଳେ ନୂତନ ତଥ୍ୟ ସାମନାକୁ ଆସିଛି। ତାଙ୍କ ନିକଟରେ ବିଭିନ୍ନ ନୂତନ ତଥ୍ୟ ହାସଲ କରିଛନ୍ତି ତଦନ୍ତକାରୀ ଅଧିକାରୀ । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସହିତ ଯୋଗାଯୋଗ କରିଥିଲେ।

ପଶ୍ଚିମବଙ୍ଗର କୋଲକାତାରେ ନକଲି ଟୀକାକରଣ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଦେବଞ୍ଜନ ଦେବ ନୂତନ ଖୁଲାସା କରିଛନ୍ତି । ସେ କୋଲକାତା ମ୍ୟୁନିସିପାଲିଟି କର୍ପୋରେସନର ଡେପୁଟି ସେକ୍ରେଟାରୀ ଭାବରେ ପରିଚୟ ଦେଇ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସହିତ ଯୋଗାଯୋଗ କରିଥିଲେ। କେବଳ ସେତିକି ନୁହେଁ । ସେ ଅତିରିକ୍ତ ସଚିବ ନାମରେ ଏକ ନକଲି ଇମେଲ ଆଇଡି ତିଆରି କରିଥିଲେ। ସେ ନକଲି ଇମେଲ ID ଦ୍ବାରା ସେରମ୍ ପ୍ରତିଷ୍ଠାନରୁ କୋଭିସିଲ୍ଡ ଭ୍ୟାକ୍ସିନ ପଠାଇବାକୁ ଅନୁରୋଧ କରିଥିଲେ।

ପ୍ରତ୍ୟେକ ଥର ଦେବଞ୍ଜନଙ୍କୁ ପଚରାଉଚରା କରାଯାଉଥିବାବେଳେ ନୂତନ ସୂଚନା ପାଇଛନ୍ତି ତଦନ୍ତକାରୀ ଅଧିକାରୀ। ଏକାଧିକ ସରକାରୀ ଏଜେନ୍ସିର ପ୍ରତିନିଧୀଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବା ଦେବଞ୍ଜନ ପୋଲିସକୁ କହିଛନ୍ତି। ଦେବଞ୍ଜନ ସେମାନଙ୍କ ଠାରୁ ସରକାରୀ ଷ୍ଟାମ୍ପ ପେପର ଏବଂ ଲେଟର ପ୍ୟାଡ ଗ୍ରହଣ କରିଥିଲେ। ସୂଚନାଅନୁସାରେ, ତଦନ୍ତକାରୀ ଅଧିକାରୀମାନେ ଅନୁମାନ କରୁଛନ୍ତି ଯେ ଆହୁରି ଅନେକ ଜଡିତ ଅଛନ୍ତି। ରବିବାର ଦିନ ଲାଲବଜାରରେ ଦେବଞ୍ଜନଙ୍କ ସହଯୋଗୀ ଏବଂ ତାଙ୍କ କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିଲା । ଆବଶ୍ୟକ ହେଲେ ସେମାନଙ୍କୁ ପୁନର୍ବାର ଡକାଯାଇପାରେ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.