ETV Bharat / bharat

Artificial Intelligence: ଦେଶରେ ପ୍ରଥମ, AI Technologyରେ ଫେକ୍ ଭିଡିଓ କଲ, ଠକି ନେଲେ ଟଙ୍କା - ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିରେ ଠକେଇ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବ୍ୟବହାର କରି ଦେଶର ପ୍ରଥମ ଠକେଇ । ବନ୍ଧୁ ଭାବରେ ମିଛ ଭିଡିଓ କଲ କରି ଠକିନେଲେ ଟଙ୍କା । ଅଧିକ ପଢନ୍ତୁ

Artificial intelligence: ଫେକ ଭିଡିଓ କଲ କରି ଠକି ନେଲେ ଟଙ୍କା

author img

By

Published : Jul 17, 2023, 10:01 PM IST

ଥିରୁଅନନ୍ତପୁରମ: ଏବେ ସାରା ବିଶ୍ବରେ କୃତ୍ରିମ ବୁଦ୍ଧିମତା ବା Artificial intelligenceର ବ୍ୟବହାରକୁ ନେଇ ଉତ୍ସୁକତା ଦେଖାଯାଇଛି । ବିଭିନ୍ନ କ୍ଷେତ୍ରରେ ଏହାର ବ୍ୟବହାରିକ ପରୀକ୍ଷଣ ମଧ୍ୟ ଆରମ୍ଭ ହୋଇଗଲାଣି । ହେଲେ ଏହାର ବ୍ୟବହାର ଓ ଏହାର ଦୁରୂପଯୋଗ ମଣିଷ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ମଧ୍ୟ ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି । ଏହାରି ମଧ୍ୟରେ ଏହାକୁ ନେଇ ପ୍ରଥମ ଅପରାଧିକ ମାମଲା କେରଳରୁ ସାମ୍ନାକୁ ଆସିଛି । ଆର୍ଲିଫସିଆଲ ଇଣ୍ଟେଲିଜେନ୍ସି ଜରିଆରେ ଫେକ ଭିଡିଓ କଲ କରି ଜଣେ ବ୍ୟକ୍ତିଙ୍କଠାରୁ 40 ହଜାର ଟଙ୍କା ଲୁଟିନେଲେ ସାଇବର ଠକ । କେରଳ ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିବା ସହ ଏହା ଦେଶରେ ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଠକେଇ ବୋଲି ସ୍ପଷ୍ଟ କରିଛି।

ମିଳିଥିବା ସୂଚନା ଅନୁସାରେ, କୋଜିକୋଡେର ବାସିନ୍ଦା ରାଧାକ୍ରିଷ୍ଣନଙ୍କୁ ତାଙ୍କର ଆନ୍ଧ୍ର ପ୍ରଦେଶର ଜଣେ ବନ୍ଧୁଙ୍କଠାରୁ ଏକ ଭିଡିଓ କଲ ଆସିଥିଲା । ସେ କୌଣସି କାର୍ଯ୍ୟରେ ତୁରନ୍ତ ଟଙ୍କା ଆବଶ୍ୟକତା ଥିବା କହିବା ପରେ ରାଧାକ୍ରିଷ୍ଣନ ପ୍ରଥମେ 40 ହଜାର ଟଙ୍କା ପଠାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ଆଉ 35 ହଜାର ଟଙ୍କା ଆବଶ୍ୟକତା ଥିବା କହି ଟଙ୍କା ପଠାଇବାକୁ କହିବା ପରେ ରାଧାକ୍ରିଷ୍ଣନଙ୍କ ସନ୍ଦେହ ହୋଇଥିଲା । ସେ ତାଙ୍କ ବନ୍ଧୁଙ୍କୁ ଏସମ୍ପର୍କରେ ଫୋନ କରି ପଚାରିବା ପରେ, ତାଙ୍କ ବନ୍ଧୁ ସେପରି କିଛି ଭିଡିଓ କଲ କରିନଥିବା ଜଣାପଡିଥିଲା ।

ରାଧାକ୍ରିଷ୍ଣନ ପୋଲିସରେ ଅଭିଯୋଗ କରିବା ପରେ ଏହା ଏକ ଫେକ ଭିଡିଓ କଲ ଓ ଆର୍ଲିଟଫିସିଆଲ ଇଣ୍ଟେଲିଜେନ୍ସି ମାଧ୍ୟମରେ ତାଙ୍କ ବନ୍ଧୁଙ୍କ ମୁଁହକୁ ନକଲ କରାଯାଇ ଏପରି ଠକେଇ କରାଯାଇଥିବା ଜଣାପଡିଥିଲା । ପୋଲିସ ଏ ସମ୍ପର୍କରେ ମାମଲା ରୁଜୁ କରି ସାଇବର ସେଲ ଜିରିଆରେ ଅନଲାଇନ ଠକେଇ ହୋଇଥିବା 40 ହଜାର ଟଙ୍କା ଉଦ୍ଧାର କରିବାରେ ସଫଳ ହୋଇଛି । ହେଲେ ଏହି ଠକଙ୍କ ସମ୍ପର୍କରେ କିଛି ଜଣାପଡିଛି କି ନାହିଁ ସେ ନେଇ କିଛି ସ୍ପଷ୍ଟ କରିନାହିଁ ।

ଏହା ମଧ୍ୟ ପଢନ୍ତୁ:- Digital Payment: ଡିଜିଟାଲ ପେମେଣ୍ଟ କରୁଥିଲେ ଜାଣିରଖନ୍ତୁ; ନଚେତ୍ ଖାଲି ହୋଇଯାଇପାରେ ଆକାଉଣ୍ଟ

କୋଜିକୋଡେ ଡେପୁଟି କମିଶନର କେ.କେ ବାଇଜୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହା ହେଉଛି ଦେଶର ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଠକେଇ ମାମଲା । ପ୍ରଥମେ ହ୍ବାଟ୍ସଆପ ଗ୍ରୁପକୁ ହ୍ୟାକ କରି ଗ୍ରୁପ୍ ସଦସ୍ୟଙ୍କ ଫଟୋ ଓ ଅନ୍ୟ ସମସ୍ତ ବିବରଣୀ ଚୋରି କରାଯାଇ ଏହି ସ୍କାମ କରାଯାଇଛି । ପରେ ଏହି ତଥ୍ୟ ପ୍ରୟୋଗ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ମାଧ୍ୟମରେ ଫେକ ଭିଡିଓ କଲ କରି ଏପରି କରାଯାଇଛି କରାଯାଇଛି । ଯଦି କେହି ବ୍ୟକ୍ତିଙ୍କୁ ପ୍ରତ୍ୟେକ୍ଷ ଭାବେ ଜାଣନ୍ତି ନାହିଁ ତେବେ ସୋସିଆଲ ମିିଡିଆରେ ବନ୍ଧୁତା ନକରିବା ପାଇଁ ମଧ୍ୟ ସ୍ଥାନୀୟ ପୋଲିସ ପରାମର୍ଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.