ETV Bharat / bharat

ଗ୍ରୀସ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ.ଜୟ ଶଙ୍କର - ନିକୋସ ଡେଣ୍ଡିଆସ

ଗ୍ରୀସ ଓ ଇଟାଲୀ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ.ଜୟ ଶଙ୍କର । ଆଜି ଜୟଶଙ୍କର ଗ୍ରୀସରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା । ଅଧିକ ପଢନ୍ତୁ...

External Affairs Minister S Jaishankar reaches Greece
ଗ୍ରୀସ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ.ଜୟ ଶଙ୍କର
author img

By

Published : Jun 26, 2021, 1:18 PM IST

ନୂଆଦିଲ୍ଲୀ : ଗ୍ରୀସ ଓ ଇଟାଲୀ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ.ଜୟ ଶଙ୍କର । ଆଜି ଜୟଶଙ୍କର ଗ୍ରୀସରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା । ପରେ ଜୟଶଙ୍କର ତାଙ୍କ ଗ୍ରୀକ ପ୍ରତିପକ୍ଷ ନିକୋସ ଡେଣ୍ଡିଆସ ସହ ଆଞ୍ଚଳିକ ଓ ବିଶ୍ବସ୍ତରୀୟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଟୁଇଟ ଯୋଗେ କହିଛନ୍ତି ଯେ, ଗ୍ରୀସରେ ପହଞ୍ଚିବା ପରେ ତାଙ୍କୁ ନିକୋସ ଡେଣ୍ଡିଆସ ସ୍ବାଗତ କରିଥିଲେ । ସେଥିପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଞ୍ଚଳିକ ଓ ବିଶ୍ବ ସ୍ତରୀୟ ପ୍ରସଙ୍ଗରେ ଆଲୋଚନା ଫଳପ୍ରଦ ଆଲୋଚନା ହୋଇଛି । ଆସନ୍ତାକାଲି ଆନୁଷ୍ଠାନିକ ଆଲୋଚନା କରାଯିବ ।

ଗୁରୁବାର ଦିନ ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଜୟଶଙ୍କର ଦୁଇ ଦେଶ ଗ୍ରୀସ ଏବଂ ଇଟାଲୀ ଗସ୍ତରେ ଯାଇଛନ୍ତି । ଗ୍ରୀସରେ, ସେ ତାଙ୍କ ଗ୍ରୀକ ପ୍ରତିପକ୍ଷଙ୍କ ସହ ଆଲୋଚନା ପାଇଁ ଜୁନ୍ 25 ଏବଂ 26 ରେ ଦୁଇ ଦେଶ ଗସ୍ତ କରିବେ। 2003 ପରଠାରୁ ଏହା ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ତରରେ ପ୍ରଥମ ଗ୍ରୀସ ଗସ୍ତ ହେବ। ଗ୍ରୀସ୍ ପରେ ସେ ଇଟାଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ G20 ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବେ । G20 ଶିଖର ସମ୍ମିଳନୀ ଅକ୍ଟୋବରରେ ଇଟାଲୀରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି |

ଜି -20 ସଦସ୍ୟ ଦେଶଗୁଡ଼ିକ ହେଉଛି ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଜାପାନ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ମେକ୍ସିକୋ, ରୁଷିଆ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ଦକ୍ଷିଣ କୋରିଆ, ତୁର୍କୀ, ବ୍ରିଟେନ, ଆମେରିକା ଏବଂ ୟୁରୋପୀୟ ସଂଘ ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.