ETV Bharat / bharat

ରାଜ୍ୟସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର - External Affairs Minister S Jaishankar

ଦ୍ବିତୀୟ ଥର ପାଇଁ ଜୟଶଙ୍କର ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଆଜି ଟ୍ବିଟ କରି କହିଛନ୍ତି ‘‘ ଦ୍ବିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ କରି ଦେଶ ସେବାର ସୁଯୋଗ ଦେଇଥିବାରୁ ଗୁଜୁରାଟବାସୀଙ୍କୁ ଧନ୍ୟବାଦ । ଗୁଜୁରାଟର ସମସ୍ତ ନିର୍ବାଚିତ ବିଧାୟକଙ୍କୁ ମଧ୍ୟ ଧନ୍ୟବାଦ । ବିଶ୍ବାସ ଭରଷା କରି ଦେଶବାସୀଙ୍କ ସେବା ପାଇଁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ କୃତଜ୍ଞ ।’’ ଅଧିକ ପଢନ୍ତୁ

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର
author img

By

Published : Jul 18, 2023, 8:08 PM IST

ନୂଆଦିଲ୍ଲୀ: ଦ୍ବିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ କରି ଦେଶ ସେବାର ସୁଯୋଗ ଦେଇଥିବାରୁ ଗୁଜୁରାଟବାସୀଙ୍କୁ ଧନ୍ୟବାଦ । ବିଶ୍ବାସ ଭରଷା କରି ଦେଶର ସେବା ପାଇଁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ କୃତଜ୍ଞ । ଆଜି ଦ୍ବିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହେଲା ପରେ ଟ୍ବିଟ କରି ଏଭଳି କହିଛନ୍ତି ବୈଦେଶିକ ମନ୍ତ୍ରୀ ଡ. ସୁବ୍ରମଣ୍ୟମ ଜୟଶଙ୍କର ।

  • Thank the people of Gujarat for the honour of representing them again in the Rajya Sabha.

    Appreciate the support of members of Gujarat Legislative Assembly for my candidature.

    Grateful to @bjp4india and PM @narendramodi for this opportunity to serve the nation.

    राज्यसभा में…

    — Dr. S. Jaishankar (@DrSJaishankar) July 18, 2023 " class="align-text-top noRightClick twitterSection" data=" ">

ରାଜ୍ୟସଭା ନିର୍ବାଚନ ନେଇ ଗତକାଲି (ସୋମବାର) ନାମାଙ୍କନ ପ୍ରତ୍ୟାହାର ଶେଷ ଦିବସ ଥିଲା । 3 ଜଣ ପ୍ରାର୍ଥୀ ବ୍ୟତୀତ ଆଉ କୌଣସି ପ୍ରାର୍ଥୀ ନଥିଲେ । ଫଳରେ ଆସନ୍ତା 24 ତାରିଖରେ ହେବାକୁ ଥିବା ନିର୍ବାଚନର ଆଉ ଆବଶ୍ୟକତା ନଥିଲା । ବିଜେପିର 3 ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଦ୍ବିତୀୟ ଥର ପାଇଁ ଜୟଶଙ୍କର ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଆଜି ଟ୍ବିଟ କରି କହିଛନ୍ତି, ‘‘ଦ୍ବିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ କରି ଦେଶ ସେବାର ସୁଯୋଗ ଦେଇଥିବାରୁ ଗୁଜୁରାଟବାସୀଙ୍କୁ ଧନ୍ୟବାଦ । ଗୁଜୁରାଟର ସମସ୍ତ ନିର୍ବାଚିତ ବିଧାୟକଙ୍କୁ ମଧ୍ୟ ଧନ୍ୟବାଦ । ବିଶ୍ବାସ ଭରଷା କରି ଦେଶବାସୀଙ୍କ ସେବା ପାଇଁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ କୃତଜ୍ଞ ।’’

ଏହାବି ପଢନ୍ତୁ- Rajya Sabha Election: ଗୁଜୁରାଟରୁ ନାମାଙ୍କନ ଭରିଲେ ଏସ ଜୟଶଙ୍କର

ଗୁଜୁରାଟରୁ 3 ଟି ରାଜ୍ୟସଭା ଆସନ ଖାଲି ହୋଇଥିଲା । ଏଥିପାଇଁ ଜୁଲାଇ 24 ରେ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା । 3 ଟି ଆସନ ପାଇଁ ବିଜେପି ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର, କେଶରୀଦେବ ସିଂ ଝାଲା ଓ ବାବୁଭାଇ ଦେସାଇଙ୍କୁ ପ୍ରାର୍ଥୀ କରିଥିଲା । ତିନି ଜଣ ବିଜେପି ପ୍ରାର୍ଥୀ ବ୍ୟତୀତ ଅନ୍ୟ କୌଣସି ପ୍ରାର୍ଥୀ ନଥିବାରୁ ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଏନେଇ ଗୁଜୁରାଟ ନିର୍ବାଚନ ଆୟୋଗଙ୍କ ରିଟର୍ଣ୍ଣିଂ ଅଫିସର ରୀତା ମେହଟ୍ଟା ଘୋଷଣା କରିଛନ୍ତି ।

182 ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ରେ ବର୍ତ୍ତମାନ ବିଜେପିର ମୋଟ 157 ଜଣ ବିଧାୟକ ଥିବାବେଳେ, ସହଯୋଗୀ ବିଧାୟକଙ୍କ ସଂଖ୍ୟା ମିଶି 165 ରୁ ଅଧିକ ରହିଛି । ଦଳୀୟ ପ୍ରାର୍ଥୀ ବିଜୟୀ ପାଇଁ କଂଗ୍ରେସ ନିକଟରେ ଆବଶ୍ୟକ ସଂଖ୍ୟା ନଥିବାରୁ କଂଗ୍ରେସ ପ୍ରାର୍ଥୀ ଦେଇନଥିଲା ।

ସୂଚନାଯୋଗ୍ୟଯେ ଭାରତୀୟ ବୈଦେଶିକ ସେବାର ସର୍ବୋଚ୍ଚ ପଦବୀ ତଥା ବୈଦେଶିକ ସଚିବ ପଦବୀରୁ ଅବସର ନେବାର କିଛି ମାସ ପରେ ପରେ ଜୟ ଶଙ୍କରଙ୍କୁ ପ୍ରଧାନମନ୍ତ୍ରୀ 2019 ରେ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିଲେ । ପ୍ରଧାନମନ୍ତ୍ରୀ 2019 ସାଧାରଣ ନିର୍ବାଚନ ପରେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଜୟଶଙ୍କରଙ୍କୁ ବୈଦେଶିକ ମନ୍ତ୍ରଣାଳୟ ଦାୟିତ୍ବ ଦେଇଥିଲେ । ଜୟଶଙ୍କର ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପରେ ସେ ବିଜେପିରେ ସାମିଲ ହୋଇ ଗୁଜୁରାଟରୁ ରାଜ୍ୟସଭାକୁ ପ୍ରଥମଥର ନିର୍ବାଚିତ ହୋଇ ସଂସଦକୁ ପହଞ୍ଚିଥିଲେ । ଏବେ ପୁଣି ଥରେ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.