ETV Bharat / bharat

ନକ୍ସଲଙ୍କୁ ୫ବର୍ଷ କୁନି ଝିଅ ଦିବ୍ୟାନିଙ୍କ ଅନୁରୋଧ, ମୋ ବାପାଙ୍କୁ ଛାଡ଼ିଦିଅ

author img

By

Published : Aug 22, 2023, 6:32 AM IST

ନକ୍ସଲଙ୍କୁ ଛତିଶଗଡ଼ ବିଜାପୁରର ୫ ବର୍ଷର ଝିଅର ଆକୁଳ ଅନୁରୋଧ । ମୋ ବାପାଙ୍କୁ ଛାଡିଦିଅ । ଅଧିକ ପଢନ୍ତୁ

Ex-Sarpanch abducted by Naxalites in Bijapur
Ex-Sarpanch abducted by Naxalites in Bijapur
ନକ୍ସଲଙ୍କୁ ୫ବର୍ଷ କୁନି ଝିଅ ଦିବ୍ୟାନିଙ୍କ ଅନୁରୋଧ, ମୋ ବାପାଙ୍କୁ ଛାଡ଼ିଦିଅ

ରାୟପୁର: ଛତିଶଗଡ଼ ବିଜାପୁର ଅଞ୍ଚଳର ୫ବର୍ଷର ଦିବ୍ୟାନିଙ୍କୁ ନକ୍ସଲଙ୍କୁ ଆକୁଳ ଅନୁରୋଧ । ତା ବାପାଙ୍କୁ ଛାଡି଼ ଦେବା ଲାଗି ସେ କହିଛି । ଏ ନେଇ ଦିବ୍ୟାନି ଏକ ଭିଡିଓ ବାର୍ତ୍ତା ଜାରି କରିଛି । ଦିବ୍ୟାନିଙ୍କ ପରିବାରର ୨ ଜଣ ସଦସ୍ୟଙ୍କୁ ପୂର୍ବରୁ ନକ୍ସଲମାନେ ହତ୍ୟା କରି ସାରିଥିବା ବେଳେ ଚିନ୍ତାରେ ଅଛନ୍ତି ପରିବାର । ଏଭଳି ପରିସ୍ଥିତିରେ ଅପହରଣ ହୋଇଥିବା ମହେଶ ଗୋଟାଙ୍କ ୫ ବର୍ଷର ଝିଅ ଦିବ୍ୟାନି ନକ୍ସଲଙ୍କୁ ଅନୁରୋଧ କରିଛି ।

କୁଟରୁ ଗାଁର ପୂର୍ବତନ ସରପଞ୍ଚ ତଥା ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମହେଶ ଗୋଟାଙ୍କୁ ଅପହରଣ କରିନେଇଛି ନକ୍ସଲ ସଂଗଠନ । ଦ୍ବିତୀୟ ଥର ଲାଗି ମହେଶ ଗୋଟାଙ୍କୁ ପୁଣି ନକ୍ସଲମାନେ ଅପହରଣ କରିଛନ୍ତି । ଗତ ୨୦୧୨ ମସିହାରେ ଯେତେବେଳେ ନକ୍ସଲମାନେ ସଲୱା ଜୁଡୁମ ଓ ବିଜେପି ନେତା ଚିନ୍ନାରାମ ଗୋଟାଙ୍କ ହତ୍ୟା ହୋଇଥିଲା, ସେତେବେଳେ ମହେଶ ଗୋଟାଙ୍କୁ ୭ ଦିନ ପର୍ଯ୍ୟନ୍ତ ଅପହରଣ କରିନେଇଥିଲେ । ମହେଶଙ୍କୁ ଅପହରଣ କରାଯାଇଥିବା ବେଳେ ସେପଟେ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଏହା ବି ପଢନ୍ତୁ-ପୁଣି ମାତିଲେ ନକ୍ସଲ, ଅପହରଣ 11 ଦିନ ପରେ 4 ଠିକାଦାରଙ୍କୁ କଲେ ମୁକ୍ତ

ଗତକାଲି(ଅଗଷ୍ଟ ୨୦)ରେ ଫରସେଗଡ଼ଠାରୁ ୭କିମି ଦୂର ଚିକଟରାଜ ଦେବଙ୍କ ପୂଜା ଚାଲିଥିବା ବେଳେ ଭିଡ଼ ମଧ୍ୟରୁ ୭ ଜଣ ଲୋକଙ୍କୁ ଅପହରଣ କରିନେଇଛନ୍ତି ନକ୍ସଲ । କିଛି ସମୟ ପରେ ଏମାନେ ୬ ଜଣ ଗ୍ରାମବାସୀଙ୍କୁ ଛାଡ଼ି ଦେଇଥିବା ବେଳେ ମହେଶ ଗୋଟାଙ୍କୁ କାବୁ କରି ରଖିଛନ୍ତି । ପୂର୍ବରୁ ମହେଶଙ୍କ ପରିବାରରୁ ୨ ଜଣଙ୍କ ହତ୍ୟା ହୋଇଥିବା ବେଳେ ଏବେ ପରିବାର ଚିନ୍ତାରେ ଅଛନ୍ତି । ଏହି ସମୟରେ ମହେଶଙ୍କ ୫ ବର୍ଷର ଝିଅ କଅଁଳ କଣ୍ଠରେ ପିତାଙ୍କୁ ଛାଡ଼ି ଦେବା ଲାଗି ଅପିଲ୍‌ କରିଛି । ଏ ନେଇ ଏକ ଭିଡିଓ ସାମ୍ନାକୁ ଆସିଥିବା ବେଳେ ସେଥିରେ କୁନି ଝିଅ ଦିବ୍ୟାନି କହିଛି, "ମୋର ପିତା କାଲି ପୂଜା କରିବାକୁ ଯାଇଥିଲେ । ସେଠାରୁ ତାଙ୍କୁ ନକ୍ସଲମାନେ ଅପହରଣ କରିନେଇଛନ୍ତି । ମୁଁ ଚାହୁଁଛି ମୋ ବାପାଙ୍କୁ ଶୀଘ୍ର ନକ୍ସଲମାନେ ଛାଡ଼ି ଦିଅନ୍ତୁ ।"

ସେପଟେ ଏ ନେଇ ବିଜାପୁର ଏସପି ଅଞ୍ଜନେୟ ବିଷ୍ଣୋୟ କହିଛନ୍ତି, "୨୦ ଅଗଷ୍ଟରେ ଆମକୁ ସୂଚନା ମିଳିଥିଲା ଯେ ନକ୍ସଲମାନେ କିଛି ଗ୍ରାମବାସୀଙ୍କୁ ଅପହରଣ କରି ନେଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଗ୍ରାମବାସୀ ଫେରିନାହାନ୍ତି । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପ୍ରାୟ ୭ ଜଣ ଗ୍ରାମବାସୀ ଫେରି ଆସିଥିଲେ । ହେଲେ ଫରସେଗଡ଼ର ପୂର୍ବତନ ସରପଞ୍ଚ ମହେଶ ଗୋଟା ଫେରିନାହାନ୍ତି । ଏନେଇ ଫେରି ଆସିଥିବା ଗ୍ରାମବାସୀଙ୍କୁ ପୋଲିସ ପଚରାଉଚରା କରୁଛି ।"

ସୂଚନା ଥାଉ କି ଗତ ୨୦୧୨ ମସିହାରେ ହତ୍ୟା ହୋଇଥିବା ଚିନ୍ନାରାମ ଗୋଟା ଅପହରଣ ହୋଇଥିବା ସରପଞ୍ଚ ମହେଶ ଗୋଟାଙ୍କ ପିତା । ଚିନ୍ନାରାମଙ୍କ ହତ୍ୟାର ଦେଢ ବର୍ଷ ପୂର୍ବରୁ ତାଙ୍କ ଭାଇଙ୍କୁ ମଧ୍ୟ ନକ୍ସଲମାନେ ହତ୍ୟା କରିଥିଲେ । ଏବେ ମହେଶଙ୍କୁ ଦ୍ବିତୀୟ ଥର ଅପହରଣ କରାଯାଇଥିବାରୁ ପରିବାର ଭୟଭୀତ ହୋଇପଡ଼ିଛନ୍ତି । ତୁରନ୍ତ ମହେଶଙ୍କୁ ନକ୍ସଲଙ୍କ କବଳରୁ ରକ୍ଷା କରିବା ଲାଗି ପରିବାର ଲୋକେ ପୋଲିସକୁ ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.