ETV Bharat / bharat

Tamil Nadu: ପୂର୍ବ ଡିଜିପିଙ୍କୁ ଲୋକସେବା ଆୟୋଗର ଅଧ୍ୟକ୍ଷ ନିଯୁକ୍ତିକୁ ଅନୁମୋଦନ ଦେଲେନି ରାଜ୍ୟପାଳ

author img

By ETV Bharat Odisha Team

Published : Oct 23, 2023, 9:53 PM IST

ତାମିଲନାଡୁରେ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ପୁଣି ନୂଆ ସାମ୍ବିଧାନିକ ବିବାଦ । ପୂର୍ବ ଡିଜିପିଙ୍କୁ ଲୋକସେବା ଆୟୋଗର ଅଧ୍ୟକ୍ଷ ନିଯୁକ୍ତିକୁ ଅନୁମୋଦନ ଦେଲେନି ରାଜ୍ୟପାଳ ଆର.ଏନ ରବି । ଅଧିକ ପଢନ୍ତୁ

Tamil Nadu: ଲୋକସେବା ଆୟୋଗରେ ପୂର୍ବ ଡିଜିପିଙ୍କ ନିଯୁକ୍ତିକୁ ଅନୁମୋଦନ ଦେଲେନି ରାଜ୍ୟପାଳ

ଚେନ୍ନାଇ: ପୁଣି ଏକ ନୂଆ ପ୍ରସଙ୍ଗରେ ତାମିଲନାଡୁରେ ରାଜଭବନ ଓ ସରକାର ମଧ୍ୟରେ ବିବାଦ ଦେଖାଯାଇଛି । ରାଜ୍ୟ ଲୋକସେବା ଆୟୋଗ (TNPSC) ରେ ପୂର୍ବ ପୋଲିସ ମହାନିର୍ଦ୍ଦେଶକଙ୍କୁ ଅଧ୍ୟକ୍ଷ ଓ ଅନ୍ୟ ଜଣେ ଶିକ୍ଷାବିତଙ୍କୁ ସଦସ୍ୟ ଭାବେ ନିଯୁକ୍ତି ଦେବା ନେଇ ରାଜ୍ୟ ସରକାର କରିଥିବା ସଂଶୋଧନ ଅଧିନିୟମକୁ ଅନୁମୋଦନ ଦେବାକୁ ମନା କରିଦେଇଛନ୍ତି ରାଜ୍ୟପାଳ ଆର.ଏନ ରବି । ଷ୍ଟାଲିନ ସରକାର ପୂର୍ବ ପୋଲିସ ଡିଜି ଶୈଳେନ୍ଦ୍ର ବାବୁଙ୍କୁ ଆୟୋଗର ଅଧ୍ୟକ୍ଷ ଓ ଶିକ୍ଷାବିତ ଡ.ଏମ ଶିବକମାରଙ୍କୁ ସଦସ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ରାଜଭବନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ଏହି ପ୍ରସଙ୍ଗରେ ସାମ୍ବିଧାନିକ ବ୍ୟବସ୍ଥାରେ ସ୍ୱଚ୍ଛତାର ଅଭାବ ଓ ଅସଙ୍ଗତି ଦର୍ଶାଇ ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି ଏହି ସଂଶୋଧନ ବିଲକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହା ସହ ସରକାର ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରି ଏହା ଉପରେ ପୁଣି ଥରେ ବିଚାର କରିବାକୁ ରାଜଭବନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।ସରକାରଙ୍କ ସୁପାରିଶକୁ ପ୍ରତ୍ୟାଖ୍ୟାନ କରିବା ପରେ ପୁଣି ଥରେ ରାଜ୍ୟପାଳ ଓ ଷ୍ଟାଲିନ ସରକାର ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠିରେ ରାଜ୍ୟପାଳ ରବି ଲେଖିଛନ୍ତି ଏହି ଚୟନ ପ୍ରକ୍ରିୟା ଓ ସୁପାରିଶ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଙ୍ଘନ । ତେଣୁ ସାମ୍ବିଧାନିକ ତଥା ଅନୁଷ୍ଠାନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଏହାକୁ ପୁନର୍ବାର କରିବାକୁ ମଧ୍ୟ ରବି ଚିଠିରେ ପରାମର୍ଶ ଦେଇଛନ୍ତି । ଚଳିତ ବର୍ଷ ଜୁନରେ ଆଇପିଏସ ଅଧିକାରୀ ଶୌଳେନ୍ଦ୍ର ବାବୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦରୁ ଅବସର ଗ୍ରହଣ କରିଥିଲେ । ଏହା ପରେ ତାଙ୍କୁ ରାଜ୍ୟ ଲୋକସେବା ଆୟୋଗର ମୁଖ୍ୟ ଭାବେ ନିଯୁକ୍ତ କରିବା ପାଇଁ ଷ୍ଟାଲିନ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- VK Pandian Takes VRS: ରାଜନୀତିରେ ପ୍ରବେଶ କରିବେ ପାଣ୍ଡିଆନ ! VRS ନେଲେ VK Pandian, ଅନୁମୋଦନ କଲା କେନ୍ଦ୍ର

କିଛି ମାସ ହେବ ରାଜ୍ୟ ଲୋକସେବା ଆୟୋଗ ଅଧ୍ୟକ୍ଷ ପଦବୀ ଖାଲି ପଡିଥିଲା । ଏବେ ସରକାରଙ୍କୁ ଏହି ନିଷ୍ପତ୍ତିକୁ ରାଜଭବନ ବାଧା ଦେଇଛି । ଯାହା ରାଜ୍ୟରେ ପୁଣି ଏକ ସାମ୍ବିଧାନିକ ସମସ୍ୟା ସୃଷ୍ଟି କରିଛି । କେବଳ ତାମିଲନାଡୁ ନୁହେଁ ବରଂ ଏକାଧିକ ଅଣ ବିଜେପି ଶାସିତ ରାଜ୍ୟରେ ରାଜ୍ୟପାଳ ଓ ସରକାର ମଧ୍ୟରେ ବିବାଦ ଲାଗି ରହିଛି । ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ତେଲେଙ୍ଗାନାରେ ଏହି ସମସ୍ୟା ପ୍ରାୟ ଲାଗି ରହିଛି । କେନ୍ଦ୍ରରେ ବିଜେପି ସରକାର ରାଜ୍ୟପାଳଙ୍କ ଦ୍ବାରା ରାଜ୍ୟ ଶାସନରେ ହସ୍ତକ୍ଷେପ କରୁଥିବା ଏକାଧିକ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.