ETV Bharat / bharat

ପେନସନ ପାଇଁ ମୃତ ବାପାର ପତ୍ନୀ ସାଜିଲା ଝିଅ, 10 ବର୍ଷ ଧରି ଲୁଟୁଥିଲା ଟଙ୍କା - ପେନସନ ପାଇଁ ବାପାର ପତ୍ନୀ ସାଜିଲା ଝିଅ

ଉତ୍ତରପ୍ରଦେଶରେ ପେନ୍‌ସନ୍‌ ଟଙ୍କା ଲୋଭରେ ନିଜ ମୃତ ପିତାର ପତ୍ନୀ ସାଜିଲା ଝିଅ । ଦୀର୍ଘ ୧୦ ବର୍ଷ ଧରି ଲୁଟୁଥିଲା ପେନ୍‌ସନ୍‌ ଟଙ୍କା । ଅଧିକ ପଢନ୍ତୁ

Etah daughter poses as wife of father
Etah daughter poses as wife of father
author img

By

Published : Aug 10, 2023, 10:21 PM IST

10 ବର୍ଷ ଧରି ଲୁଟୁଥିଲା ଟଙ୍କା

ଲକ୍ଷ୍ନୌ: ପେନସନ ଲୋଭରେ ନିଜ ପିତାର ପତ୍ନୀ ସାଜିଥିଲା ଝିଅ । ଆଉ ଦୀର୍ଘ ୧୦ ବର୍ଷ ଧରି ଲୁଟୁଥିଲା ପେନସନ ଟଙ୍କା । ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ଏଟା ଜିଲ୍ଲାରେ ଦେଖିବାକୁ ମିଳିଛି । ହେଲେ ଅଭିଯୁକ୍ତ ଝିଅର ସ୍ବାମୀ ଛାଡ଼ପତ୍ର ଦେବା ପରେ ପୋଲିସ ନିକଟରେ ଏନେଇ ଅଭିଯୋଗ କରିଥିଲା । ଏହାପରେ ପୋଲିସ ପିତାଙ୍କ ମୃତ୍ୟୁ ପରେ ବିଧବା ପତ୍ନୀ ସାଜିଥିବା ଝିଅକୁ ଗିରଫ କରିଛି ।

ଅଲିଗଞ୍ଜ ନଗର ଥାନା ଅଧିକାରୀଙ୍କ କହିବା ଅନୁସାରେ ଲେଖପାଲ ବଜାହତ ଉଲ୍ଲାହ ଖାନ ଗତ ୧୯୮୭ ମସିହାରେ ଅବସର ନେଇଥିଲେ । ୨୦୧୩ ଜାନୁଆରୀ ୨ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ଉଲ୍ଲାହଙ୍କ ପତ୍ନୀ ସବିୟା ବେଗମଙ୍କ ପୂର୍ବରୁ ମୃତ୍ୟୁ ଘଟି ସାରିଥିଲା । ପିତା ସରକାରୀ ଚାକିରି କରିଥିବାରୁ ତାଙ୍କ ପେନସନ ଉପରେ ଥିଲା ଝିଅ ମୋହସିନା ପରବେଜ (36)ଙ୍କ ଲୋଲୁପ ଦୃଷ୍ଟି । ଶେଷରେ ଟଙ୍କା ଲୋଭରେ ଏହି ମହିଳା ଜଣକ ନିଜ ପିତାଙ୍କ ବିଧବା ପତ୍ନୀ ସାଜି ଟଙ୍କା ହଡ଼ପ କରୁଥିଲେ । ତେବେ ଦୀର୍ଘ ୧୦ ବର୍ଷ ଧରି ପ୍ରତି ମାସରେ ପେନସନ ଟଙ୍କା ପାଉଥିଲେ ମହିଳା ।

ଏହା ବି ପଢନ୍ତୁ-ସମ୍ପତ୍ତି କଲା ଅନ୍ଧ, ସ୍ତ୍ରୀକୁ ମୃତ ଦର୍ଶାଇ 15 କୋଟି ହଡପ କଲେ ବାପା ପୁଅ

ଗତ ୨୦୧୭ ମସିହାରେ ମୋହସିନା ଫାରୁକ ଅଲ୍ଲୀ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ମାତ୍ର କିଛି ବର୍ଷ ପରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା । ମହିଳା ଜଣକ ନିଜ ପିତାଙ୍କ ମୃତ୍ୟୁ ପରେ ବେଆଇନ ଭାବେ ପେନ୍‌ସନ୍‌ ଟଙ୍କା ହଡ଼ପ କରୁଥିବା ସେ ଜାଣିଥିଲେ । ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହେବା ପରେ ମୋହସିନାଙ୍କ ସ୍ବାମୀ ପୋଲିସ ନିକଟରେ ଏନେଇ ଅଭିଯୋଗ କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା । ଏହି ୧୦ ବର୍ଷ ମଧ୍ୟରେ ମୋହସିନା ପ୍ରାୟ ୧୨ ଲକ୍ଷ ପେନସନ ରାଶିକୁ ହଡ଼ପ କରିଥିବା ଜଣାପଡ଼ିଛି ।

ଅଲିଙ୍ଗଜ ଉପ-ବିଭାଗ ମାଜିଷ୍ଟ୍ରେଟ ଅଫିସରେ ପୁରୁଣା ଫାଇଲ ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ପିତାଙ୍କ ପେନସନ ଟଙ୍କା ହଡ଼ପ କରିବା ଲାଗି ଅଭିଯୁକ୍ତ ମହିଳା ଫର୍ମରେ ନିଜ ଫଟୋ ଓ ମାଆଙ୍କ ନାମ ଭରିଥିଲା । ଏହି ଆବେଦନ ପତ୍ରର ଯାଞ୍ଚ ସଠିକ ରୂପେ ହୋଇନଥିବାରୁ ମହିଳା ଜଣକ ଦୀର୍ଘ ବର୍ଷ ଧରି ସରକାରଙ୍କୁ ଚୂନ ଲଗାଇ ଆସୁଥିଲେ । ଘଟଣା ସାମ୍ନାକୁ ଆସିବା ପରେ ମୋହସିନାଙ୍କ ବିରୋଧରେ ଅଲିଙ୍ଗଜ ଥାନାରେ ଆଇପିସି ଧାରା ୪୨୦, ୪୬୭, ୪୬୮, ୪୭୧ ଓ ୪୦୯ ଅନୁଯାୟୀ ମାମଲା ରୁଜୁ କରିଛି । ପୋଲିସ ଗତ ସୋମବାର ମୋହସିନାଙ୍କୁ ଗିରଫ କରିଥିବା କହିଛନ୍ତି ଏଏସପି ଧନଞ୍ଜୟ ସିଂହ କୁଶବାହା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.