ETV Bharat / bharat

Encounter in Anantnag: 2 ଆତଙ୍କୀ ସଫା, ଅପରେସନ ଜାରି

ଅନନ୍ତନାଗ ଏନକାଉଣ୍ଟରରେ ସୁରକ୍ଷାବଳକୁ ସଫଳତା (Encounter in Anantnag) । ଟଳିଲେ ଦୁଇ ହାର୍ଡକୋର ଆତଙ୍କୀ । ଏବେ ମଧ୍ୟ ଅପରେସନ ଜାରି ରହିଥିବା ନେଇ କାଶ୍ମୀର ଜୋନ ପୋଲିସର ସୂଚନା । ଅଧିକ ପଢନ୍ତୁ

Encounter in Anantnag: 2 ଆତଙ୍କୀ ସଫା
Encounter in Anantnag: 2 ଆତଙ୍କୀ ସଫା
author img

By

Published : Sep 6, 2022, 5:57 PM IST

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଜାରି ରହିଥିବା ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସୁରକ୍ଷାବଳକୁ ସଫଳତା ମିଳିଛି (Encounter in Anantnag) । ଆଜି ଅପରାହ୍ନରେ ଆତଙ୍କୀଙ୍କ ଗତିବିଧି ନେଇ ସୂଚନା ମିଳିବା ପରେ ଆରମ୍ଭ ହୋଇଥିବା ଅପରେସନରେ ଦୁଇ ଆତଙ୍କୀଙ୍କ ନିପାତ ହୋଇଛନ୍ତି । ଏନେଇ ସ୍ଥାନୀୟ ପୋଲିସ ସ୍ପଷ୍ଟ କରିବା ସହ ଏବେ ମଧ୍ୟ ଅପରସନ ଜାରି ରହିଥିବା ସୂଚନା ଦେଇଛି । ପ୍ରଥମେ 3 ଆତଙ୍କୀଙ୍କ ଉପସ୍ଥିତି ନେଇ ସନ୍ଦେହ କରାଯାଉଥିବା ବେଳ ଏବେ ଦୁଇ ଜଣ ସଫା ହୋଇଛନ୍ତି । ଅନ୍ୟଜଣଙ୍କୁ ଧରିବା ପାଇଁ ଅପରେସନ ଜାରି ରହିଛି ।

ଆଜି ନିପାତ ହୋଇଥିବା ଆତଙ୍କୀଙ୍କ ପରିଚୟ ମଧ୍ୟ ସ୍ପଷ୍ଟ କରିଛି ପୋଲିସ । ଦୁଇ ଆତଙ୍କୀ ଦାନିସ ଭଟ୍ଟ ଓ ବସରତ ନବୀ ବୋଲି ପୋଲିସ ଟ୍ବିଟ କରିଛି । ଏମାନେ ଦିର୍ଘ ଦିନ ହେବ ଘାଟିରେ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିଲେ। ନିକଟରେ ହୋଇଥିବା ଆତଙ୍କୀ ହାମଲାରେ ଏମାନଙ୍କ ପ୍ରତ୍ୟେକ୍ଷ ସମ୍ପୃକ୍ତି ମଧ୍ୟ ରହିଥିବା ପୋଲିସ ଜାଣିବାକୁ ପାଇଥିଲା । ଏମାନଙ୍କୁ ଠାବ କରିବା ପାଇଁ ଅପରେସନ ଜାରି ରହିଥିବା ବେଳେ ଆଜି ସେଥିରେ ସଫଳ ହୋଇଛି ପୋଲିସ (Encounter in Anantnag)।

ଏହା ମଧ୍ୟ ପଢନ୍ତୁ: Encounter in Shopian: ଗୁଳି ବନିମୟ ଜାରି

ଗତ କିଛି ଦିନ କାଶ୍ମୀରରେ ଲଗାତାର ଏନକାଉଣ୍ଟର ଜାରି ରଖିଛି ସୁରକ୍ଷା ବଳ । ଗତକାଲି ମଧ୍ୟ ଘାଟିରେ ଏନକାଉଣ୍ଟର ହୋଇଥିଲା । ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆଜି ପୁଣି ଅନନ୍ତନାଗରେ ଜାରି ରହିଥିବା ଅପରେସନରେ ସେନାକୁ ସଫଳତା ମିଳିଛି ।

ଗତ କିଛି ଦିନ ମଧ୍ୟରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ କ୍ରମାଗତ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘‘ଆଣ୍ଟି ଟେରର ଅପରେସନ’’କୁ ଜୋରଦାର କରିଛି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି । କେତେବେଳେ ଆତଙ୍କୀଙ୍କୁ ନିପାତ ତ କେବେ ସେମାନଙ୍କୁ ଗିରଫ କରିବାରେ ସୁରକ୍ଷାବଳକୁ ସଫଳତା ମିଳିଛି । ଆଜି ଦୁଇ ଆତଙ୍କୀଙ୍କୁ ମଧ୍ୟ ସଫା କରିବାରେ ସୁରକ୍ଷାବଳ ସଫଳ ହୋଇଛି ।

ନିକଟରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ ଉଦ୍ୟମ ସମ୍ପର୍କରେ ସେନା ଏକ ବଡ଼ ଖୁଲାସା କରିଥିଲା । ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ ପାଇଁ ପାକିସ୍ତାନର ଜଣେ କର୍ଣ୍ଣେଲ ଜଣେ ଆତଙ୍କବାଦୀକୁ 30 ହଜାର ଟଙ୍କା ଦେଇ ପଠାଇଥିଲେ । ଏନେଇ ସୂଚନା ଦେଇଛି ସେନା ଦ୍ବାରା ଗିରଫ ହୋଇଥିବା ଜଣେ ଆତଙ୍କବାଦୀ । ଗିରଫ ଆତଙ୍କବାଦୀ ସେନା ଗୁଳିରେ ଆହତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ପାକିସ୍ତାନ ସେନା ତାକୁ ଭାରତ ପଠାଇଥିବା କଥା ପୋଲିସ ଓ ଗଣମାଧ୍ୟମ ସମ୍ମୁଖରେ ସ୍ବୀକାର ମଧ୍ୟ କରିଥିଲା । ପରେ ଆର୍ମି ହସ୍ପିଟାଲରେ ଉକ୍ତ ଆତଙ୍କବାଦୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.