ETV Bharat / bharat

ପୁଟିନଙ୍କ ସହ କଥା ହେଲେ ଫ୍ରାନ୍ସ ରାଷ୍ଟ୍ରପତି, ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା

author img

By

Published : Mar 6, 2022, 8:32 PM IST

ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ପ୍ରାୟ ଦୁଇଘଣ୍ଚା ଧରି ଚାଲିଲା ଆଲୋଚନା । ଗତକାଲି ମସ୍କୋ ଗସ୍ତ କରି ଆଲୋଚନା କରିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ । ରଣନୈତିକ ଫଳାଫଳ ନେଇ ସାରା ବିଶ୍ବର ନଜର । ଅଧିକ ପଢନ୍ତୁ

Emmanuel Macron
Emmanuel Macron

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ 11ଦିନରେ ପହଞ୍ଚିଥିବାବେଳେ ଆଜି (ରବିବାର) ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଟେଲିଫୋନିକ ବାର୍ତ୍ତାଳାପ ହୋଇଛି । ଦୁଇ ନେତା ଜାରି ରହିଥବା ୟୁକ୍ରେନ ସଙ୍କଟ ନେଇ 1 ଘଣ୍ଟା 45 ମିନିଟ ଆଲୋଚନା କରିଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

  • French President Emmanuel Macron and Russian President Vladimir Putin hold new telephone talks lasting 1 hour 45 minutes, reports AFP news agency quoting Elysee Palace

    — ANI (@ANI) March 6, 2022 " class="align-text-top noRightClick twitterSection" data=" ">

French President Emmanuel Macron and Russian President Vladimir Putin hold new telephone talks lasting 1 hour 45 minutes, reports AFP news agency quoting Elysee Palace

— ANI (@ANI) March 6, 2022

ପୂର୍ବରୁ ଫ୍ରାନ୍ସ ୟୁକ୍ରେନକୁ ସମର୍ଥନ କରିବା ସହ ପୁଟିନଙ୍କ ଆକ୍ରମଣ ନିଷ୍ପତ୍ତିକୁ ଦୃଢ ବିରୋଧ କରିଆସିଛି । ଏପରିକ ୟୁକ୍ରେନକୁ ମଧ୍ୟ ଯୁଦ୍ଧାସ୍ତ୍ର ସହ ସହାୟତା କରିବା ନେଇ ମଧ୍ୟ ଘୋଷଣା କରିଥିଲା ଫ୍ରାନ୍ସ । ଯାହାକୁ ନେଇ ଋଷ ଉଦବେଗଜନକ ଆଭିମୁଖ୍ୟ ପୋଷଣ କରି ୟୁକ୍ରେନକୁ ସହଯୋଗ କରୁଥିବା ପଶ୍ଚିମ ରାଷ୍ଟ୍ରଙ୍କୁ ପରୋକ୍ଷ ଚେତାବନୀ ମଧ୍ୟ ଦେଇଥିଲା । ତେବେ ଏପରି ସ୍ଥଳେ ଦୁଇ ରାଷ୍ଟ୍ରମୁଖ୍ୟ ଉକ୍ତ ପ୍ରସଙ୍ଗ ନେଇ ଦୀର୍ଘ ସମୟ ଧରି କଥାବାର୍ତ୍ତା କରିଛନ୍ତି ।

ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନେଟ ମଧ୍ୟ ମସ୍କୋ ଗସ୍ତ କରି ରାଷ୍ଟ୍ରପତି ପୁଟିନଙ୍କ ସହ ସାକ୍ଷାତ କରିବା ସହ ପ୍ରାୟ 3 ଘଣ୍ଟା ଧରି ଆଲୋଚନା କରିଥିଲେ । ଏପରି ସ୍ଥଳେ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରମୁଖ୍ୟଙ୍କ ଆଲୋଚନା ଋଷ-ୟୁକ୍ରେନ ଯୁଦ୍ଧକୁ ବିରାମ ଲଗାଇବାରେ କେତେ ଫଳପ୍ରଦ ହେଉଛି ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ 11ଦିନରେ ପହଞ୍ଚିଥିବାବେଳେ ଆଜି (ରବିବାର) ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଟେଲିଫୋନିକ ବାର୍ତ୍ତାଳାପ ହୋଇଛି । ଦୁଇ ନେତା ଜାରି ରହିଥବା ୟୁକ୍ରେନ ସଙ୍କଟ ନେଇ 1 ଘଣ୍ଟା 45 ମିନିଟ ଆଲୋଚନା କରିଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

  • French President Emmanuel Macron and Russian President Vladimir Putin hold new telephone talks lasting 1 hour 45 minutes, reports AFP news agency quoting Elysee Palace

    — ANI (@ANI) March 6, 2022 " class="align-text-top noRightClick twitterSection" data=" ">

ପୂର୍ବରୁ ଫ୍ରାନ୍ସ ୟୁକ୍ରେନକୁ ସମର୍ଥନ କରିବା ସହ ପୁଟିନଙ୍କ ଆକ୍ରମଣ ନିଷ୍ପତ୍ତିକୁ ଦୃଢ ବିରୋଧ କରିଆସିଛି । ଏପରିକ ୟୁକ୍ରେନକୁ ମଧ୍ୟ ଯୁଦ୍ଧାସ୍ତ୍ର ସହ ସହାୟତା କରିବା ନେଇ ମଧ୍ୟ ଘୋଷଣା କରିଥିଲା ଫ୍ରାନ୍ସ । ଯାହାକୁ ନେଇ ଋଷ ଉଦବେଗଜନକ ଆଭିମୁଖ୍ୟ ପୋଷଣ କରି ୟୁକ୍ରେନକୁ ସହଯୋଗ କରୁଥିବା ପଶ୍ଚିମ ରାଷ୍ଟ୍ରଙ୍କୁ ପରୋକ୍ଷ ଚେତାବନୀ ମଧ୍ୟ ଦେଇଥିଲା । ତେବେ ଏପରି ସ୍ଥଳେ ଦୁଇ ରାଷ୍ଟ୍ରମୁଖ୍ୟ ଉକ୍ତ ପ୍ରସଙ୍ଗ ନେଇ ଦୀର୍ଘ ସମୟ ଧରି କଥାବାର୍ତ୍ତା କରିଛନ୍ତି ।

ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନେଟ ମଧ୍ୟ ମସ୍କୋ ଗସ୍ତ କରି ରାଷ୍ଟ୍ରପତି ପୁଟିନଙ୍କ ସହ ସାକ୍ଷାତ କରିବା ସହ ପ୍ରାୟ 3 ଘଣ୍ଟା ଧରି ଆଲୋଚନା କରିଥିଲେ । ଏପରି ସ୍ଥଳେ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରମୁଖ୍ୟଙ୍କ ଆଲୋଚନା ଋଷ-ୟୁକ୍ରେନ ଯୁଦ୍ଧକୁ ବିରାମ ଲଗାଇବାରେ କେତେ ଫଳପ୍ରଦ ହେଉଛି ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.