ETV Bharat / bharat

ମହାରାଷ୍ଟ୍ର ସରକାର OBC ବିରୋଧୀ: ଦେବେନ୍ଦ୍ର ଫଡନାଭିସ

author img

By

Published : May 19, 2022, 6:20 AM IST

ମଧ୍ୟପ୍ରଦେଶରେ OBC ସଂରକ୍ଷଣରେ ହେବ ନିର୍ବାଚନ । ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ୍‌ । ଅଧିକ ପଢନ୍ତୁ

ମହାରାଷ୍ଟ୍ର ସରକାର OBC ବିରୋଧୀ: ଦେବେନ୍ଦ୍ର ଫଡନାଭିସ
ମହାରାଷ୍ଟ୍ର ସରକାର OBC ବିରୋଧୀ: ଦେବେନ୍ଦ୍ର ଫଡନାଭିସ

ମୁମ୍ବାଇ: OBC ସଂରକ୍ଷଣ ପ୍ରସଙ୍ଗରେ ସର୍ବୋଚ୍ଚ କୋର୍ଟରେ ନିର୍ବାଚନମଣ୍ଡଳୀ ଓ୍ବାରୀ ତଥ୍ୟ ଦାଖଲ କରିଛନ୍ତି ମଧ୍ୟପ୍ରଦେଶ ସରକାର । ସର୍ବୋଚ୍ଚ ନ୍ୟାୟାଳୟ ଏହି ରିପୋର୍ଟକୁ ଗ୍ରହଣ କରିଛନ୍ତି ଏବଂ OBC ସଂରକ୍ଷଣ ସହ ନିର୍ବାଚନ ଅନୁଷ୍ଠିତ କରାଇବାକୁ ଅନୁମତି ପ୍ରଦାନ କରିଛନ୍ତି । ତେବେ ଏହି ପ୍ରସଙ୍ଗ କେବଳ ମଧ୍ୟପ୍ରଦେଶରେ ସୀମିତ ହୋଇରହିନାହିଁ ବରଂ ମହାରାଷ୍ଟ୍ର ରାଜନୀତିରେ ମଧ୍ୟ ପ୍ରତିଫଳିତ ହେବାରେ ଲାଗିଛି । OBC ସଂରକ୍ଷଣ ପ୍ରସଙ୍ଗ ଉଠାଇ ମହାରାଷ୍ଟ୍ରରେ ଶାସନାଧୀନ ମହାବିକାଶ ଅଗାଡି ମେଣ୍ଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ୍‌ ।

ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ମହାବିକାଶ ଅଗାଡି ମେଣ୍ଟ ସରକାରଙ୍କୁ ଟାର୍ଗେଟ କରି ଦେବେନ୍ଦ୍ର କହିଛନ୍ତି, ମହାରାଷ୍ଟ୍ରର ସରକାରୀ ଦଳର ନେତାମାନେ ଗତ ଦୁଇ ବର୍ଷ ଧରି ରାଲି ଓ ସଭା ସମିତିରେ ଲାଗିଛନ୍ତି । ମାତ୍ର OBC ସଂରକ୍ଷଣ ପ୍ରସଙ୍ଗ ଉପରେ ଧ୍ୟାନ ଦେଇନାହାନ୍ତି । ମହାରାଷ୍ଟ୍ରରେ ଚାଲିଥିବା ସରକାର OBC ବିରୋଧୀ ନୀତି ଆପଣାଇବାରେ ଲାଗିଛନ୍ତି । ରାଜ୍ୟରେ ଉତ୍ତରଦାୟୀ ନେତାମାନେ ଇସ୍ତଫା ଦିଅନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.