ETV Bharat / bharat

ରାମ ମନ୍ଦିର ନିର୍ମାଣ ପାଇଁ 27 ଲକ୍ଷ ଦାନ କରିଥିଲେ 82ବର୍ଷିୟା ବୃଦ୍ଧା, ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆସିଲା ନିମନ୍ତ୍ରଣ ପତ୍ର - ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ

Ram mandir pran pratishtha ceremony: ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିଥିଲେ 27 ଲକ୍ଷ। ଏବେ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ 82 ବର୍ଷିୟା ବୃଦ୍ଧାଙ୍କୁ ଆସିଛି ନିମନ୍ତ୍ରଣ ପତ୍ର । ଅଧିକ ପଢନ୍ତୁ

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ
Ram mandir
author img

By ETV Bharat Odisha Team

Published : Jan 13, 2024, 10:08 AM IST

ଗାନ୍ଧୀନଗର: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ 82 ବର୍ଷିୟା ବୃଦ୍ଧା ଭାନୁବେନ୍ ସୋଲାଙ୍କିଙ୍କୁ ଆସିଛି ନିମନ୍ତ୍ରଣ ପତ୍ର । ଦିନେ ରାମ ମନ୍ଦିର ନିର୍ମାଣ ପାଇଁ 27 ଲକ୍ଷ ଟଙ୍କା ଦାନ କରିଥିଲେ, ଆଉ ଏବେ ନିମନ୍ତ୍ରଣ ଆସିଛି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ । ଆସନ୍ତା 22 ତାରିଖରେ ଆୟୋଜିତ ହେବାକୁ ଥିବା ଏହି ଭବ୍ୟ ସମାରୋହରେ ସାମିଲ ହେବେ ମୋରବି ସରକାରୀ ଡାକ୍ତରଖାନାର ଜଣେ ଅବସର ପ୍ରାପ୍ତ ନର୍ସ ।

ଏହା ମଧ୍ୟ ପଢନ୍ତୁ- ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ

ଭାନୁବେନ୍ ସୋଲାଙ୍କି ଓ ତାଙ୍କ ଉଭଣୀ ରାମ ମନ୍ଦିର ନିର୍ମାଣ ପାଇଁ 27 ଲକ୍ଷ ଟଙ୍କା ଦାନ କରିଥିଲେ। ତାଙ୍କ ଭଉଣୀ ଜଣେ ଶିକ୍ଷୟିତ୍ରୀ ଥିବା ବେଳେ ସେ ସରାକାରୀ ଡାକ୍ତରଖାନାରେ ନର୍ସ ଥିଲେ । ଉଭଙ୍କ ଅବସର ପରେ ମିଳିଥିବା ଟଙ୍କା ସେ ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିଥିଲେ । ଗତ 10 ବର୍ଷ ପୂର୍ବେ ସୋଲାଙ୍କି ଓ ତାଙ୍କ ଭଉଣୀ ଅଯୋଧ୍ୟା ଯାଇଥିଲେ । ସେଠାରେ ସେ ପ୍ରଭୁ ରାମଙ୍କ ମୂର୍ତ୍ତିକୁ ଏକ ତମ୍ବୁ ତଳେ ଦେଖି ଭାବବିହ୍ବଳ ହୋଇପଡିଥିଲେ । ଏହାପରେ ମନ୍ଦିର ପ୍ରତିଷ୍ଠା ହେଲେ ସେ ସାହାଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଦୁଇ ଉଭଣୀ ଟଙ୍କା ଦାନ କରିଥିବାରୁ ଏବେ ମନ୍ଦିର ପ୍ରତିଷ୍ଠା ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ ପତ୍ର ଆସିଛି । କିନ୍ତୁ ଦୁର୍ଭାଗ୍ୟବସତଃ ଭାନୁବେନ୍ ସୋଲାଙ୍କିଙ୍କ ଉଭଣୀ ଏବେ ଆଉ ଦୁନିଆରେ ନାହାନ୍ତି ।

ଏହା ମଧ୍ୟ ପଢନ୍ତୁ- ଅଯୋଧ୍ୟା ନିମନ୍ତ୍ରଣ; ଯୋଗଦାନକୁ ନେଇ ଦ୍ବନ୍ଦ୍ବରେ କଂଗ୍ରେସ ଶୀର୍ଷ ନେତୃତ୍ବ

ନିମନ୍ତ୍ରଣ ପତ୍ର ମିଳିଥିବାରୁ ଏହା ଭଗବାନ ରାମଚନ୍ଦ୍ରଙ୍କ ଆଶୀର୍ବାଦ ଓ ମୁଁ ବହୁତ ଭାଗ୍ୟବାନ ବୋଲି କହିଛନ୍ତି ଭାନୁବେନ୍ ସୋଲାଙ୍କି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାଗ୍ୟର ବିଷୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ମୋତେ ନିମନ୍ତ୍ରଣ ପତ୍ର ଆସିଛି । 10 ବର୍ଷ ତଳେ ଅଯୋଧ୍ୟାରେ ପ୍ରଭୁ ରାମଙ୍କୁ ଏକ ତମ୍ବୁ ତଳେ ଦେଖି ମୁଁ ଭାବବିହ୍ବଳ ହୋଇପଡିଥିଲି । ମନ୍ଦିର ନିର୍ମାଣ ପାଇଁ ମୋ ପାଖରେ ୟାହା ଟଙ୍କା ଥିଲା ସବୁ ଦାନ କରିଥିଲି । ମୋରବିରୁ 2 ଜଣଙ୍କୁ ଏହି ଭବ୍ୟ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ ପତ୍ର ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.